ନୂଆଦିଲ୍ଲୀ,୨୩।୩: ଯୁଦ୍ଧ ଭିତରେ ଇରାନର ମୁଦ୍ରା ବା କରେନ୍ସି ଭାଲ୍ୟୁ ଇରାନୀ ରିଆଲ ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି। ଇରାନ ଏବେ ୧୦ ମିଲିୟନ ଇରାନର ମୁଦ୍ରା ବା ରିଆଲ ବା ୧ କୋଟି ଇରାନୀ ରିଆଲ ନୋଟ୍ ଜାରି କରିଛି। କିଛି ଦିନ ପୂର୍ବରୁ ଇରାନ ୫ ମିଲିୟନ କରେନ୍ସି ନୋଟ୍ ଜାରି କରିଥିଲା। କିନ୍ତୁ ଇରାନ କରେନ୍ସିର ସ୍ଥିତି ଏତେ ଖରାପ ଯେ,ବଜାର ଓ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁନି।

ଏହାପରେ ଇରାନ ୧କୋଟି ନୋଟ୍ ଜାରି କରିଛି। କିନ୍ତୁ ଏହି ଭାରି ନୋଟ୍ ଦ୍ବାରା ଇରାନର ଜନତାଙ୍କ ସ୍ଥିତି ଭଲ ନାହିଁ। କାରଣ ଇରାନରେ ଦରଦାମ ବୃଦ୍ଧ ଉଚ୍ଚତମ ସ୍ତରରେ ରହିଛି। କାରଣ ଇରାନରେ ଦରଦାମ୍ ବୃଦ୍ଧି ଉଚ୍ଚତମ ସ୍ତରରେ ରହିଛି। ଆପଣ ହୁଏତ ଭାବୁଥିବେ ଏକ କୋଟି ଟଙ୍କାର ନୋଟ୍ ନେଇ ଇରାନରେ କେହି ସପିଂ କଲେ ଟ୍ରକ୍ ଭର୍ତ୍ତି ଜିନିଷ ଆସିଯିବ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ। ଇରାନରେ ଏକ କୋଟି ରିଆଲ ବିନିମୟରେ ବ୍ୟାଗ୍ ବି ଭର୍ତ୍ତି ହେଉନି। କାରଣ ଇରାନର ୧କୋଟି ଇରାନୀ ରିଆଲ ନୋଟ୍ ଭାରତରେ ୭୧୫ ଟଙ୍କା। ଯଦି ଏକ କୋଟି ଇରାନୀ ରିଆଲକୁ ଆମେରିକା ଡଲାରରେ ବଦଳାଇବା ତେବେ କେବଳ ମାତ୍ର ୭ ଡଲାର ମିଳିବ। ଏକ ଆମେରିକୀୟ ଡଲାରର ଦାମ୍ ଇରାନରେ ପ୍ରାୟ ୧୩ ରୁ ୧୫ ଲକ୍ଷ ଇରାନୀ ରିଆଲ। ଏହି କାରଣରୁ ଇରାନକୁ ନିଜର ଅର୍ଥନୀତି ଚଳାଇବା ପାଇଁ ବହୁତ ବଡ଼ ନୋଟ୍ ଜାରି କରିବାକୁ ପଡୁଛି। ଇରାନରେ  ଅଟାର ମୂଲ୍ୟ ପ୍ରତି କିଲୋଗ୍ରାମ ୫.୨ଲକ୍ଷ ରିଆଲ ପହଞ୍ଚିଛି। କିଛି ସ୍ଥାନରେ ଚାଉଳ ପ୍ରତି କିଲୋଗ୍ରାମ ୨ଲକ୍ଷ ରିଆଲ ପର୍ଯ୍ୟନ୍ତ ବିକ୍ରି ହେଉଛି। କ୍ଷୀର, ଅଣ୍ଡା ଏବଂ ଚିକେନ୍ ପରି ଜିନିଷଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି। ଇରାନରେ କ୍ଷୀର ପ୍ରତି ଲିଟର ୬ ଲକ୍ଷ ରିଆଲରେ ବିକ୍ରି ହେଉଛି।

ଯଦି ଜଣେ ଇରାନୀ ବ୍ୟକ୍ତି ଚାରି ଜଣିଆ ପରିବାର ପାଇଁ ୧ କୋଟି ରିଆଲ ନେଇ ଅଟା ଦୋକାନକୁ ଯାଆନ୍ତି, ତେବେ ସେମାନେ କେବଳ ରୁଟି କିଣିବାରେ ଲକ୍ଷ ଲକ୍ଷ ରିଆଲ ଖର୍ଚ୍ଚ କରନ୍ତି। ଅନେକ ପରିବାର କେବଳ ରୁଟି ପାଇଁ ପ୍ରାୟ ୧୦ ଲକ୍ଷ ରିଆଲ ଖର୍ଚ୍ଚ କରନ୍ତି। ଏହାପରେ ସେ ଚାଉଳ, ଅଣ୍ଡା କିମ୍ବା ଡାଲି କିଣିବାର ଭାବନ୍ତି ତେବେ ଚିନ୍ତାରେ ପଡି ଯାଆନ୍ତି। କାରଣ ପରିବା, ତେଲ ଓ କ୍ଷୀର ଭଳି ସାଧାରଣ ଜିନିଷ ଗତ ସତ ମାସ ୬୦ରୁ ୧୦୦% ପର୍ଯ୍ୟନ୍ତ ମହଙ୍ଗା ହୋଇସାରିଛି। ଚାରି ଜଣଙ୍କ ପରିବାର ଯଦି କେବଳ ରୁଟି, କିଛି ଭାତ, କିଛି ଅଣ୍ଡା ଏବଂ ଶସ୍ତା ପନିପରିବା ଭଳି ସରଳ ଖାଦ୍ୟ ଖାଆନ୍ତି, ତେବେ ଦୈନିକ ସର୍ବନିମ୍ନ ଖର୍ଚ୍ଚ ଅନେକ ଲକ୍ଷ ରିଆଲ ପର୍ଯ୍ୟନ୍ତ ପହଞ୍ଚିପାରେ। ବହୁ ଇରାନୀ ପରିବାର କହିଛନ୍ତି ଯେ, ପାଞ୍ଚ ଜଣଙ୍କ ପାଇଁ ମୌଳିକ ଦୈନିକ ଖର୍ଚ୍ଚ ପ୍ରାୟ ୩ କୋଟି ରିଆଲ ପର୍ଯ୍ୟନ୍ତ ପହଞ୍ଚିଥାଏ, ତାହା ମଧ୍ୟ ମାଂସ ଏବଂ ଫଳ ବିନା।

​​​​​​​

ଇରାନର ଅର୍ଥବ୍ୟବସ୍ଥା ଅନେକ ବର୍ଷ ଧରି ଚାପ ମଧ୍ୟରେ ଥିଲା। ତେବେ ୨୦୨୫-୨୬ ରେ ସଙ୍କଟ ଶୀର୍ଷରେ ପହଞ୍ଚିଥିଲା। ଡିସେମ୍ବର ୨୦୨୫ ରେ ମୁଦ୍ରାସ୍ଫୀତି ୪୨.୦୫% ରେ ପହଞ୍ଚିଥିଲା, ଏବଂ କିଛି ରିପୋର୍ଟ ସୂଚିତ କରୁଛି ଯେ ଖାଦ୍ୟ ମୂଲ୍ୟ ୭୦% ଅତିକ୍ରମ କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇରାନର ମୁଦ୍ରାସ୍ଫୀତି ବର୍ତ୍ତମାନ ସର୍ବୋଚ୍ଚ ସ୍ତରରେ ଅଛି। ଇରାନ ପୂର୍ବରୁ ହିଁ ଆମେରିକା,ୟୁରୋପ ଓ ଜାତିସଂଘ ଦ୍ବାରା କଡ଼ା କଟକଣାର ସମ୍ମୁଖୀନ ହୋଇଥିଲା। ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ବାଲାଷ୍ଟିକ୍ ମିସାଇଲ ପୋଗ୍ରାମ କାରଣରୁ ଆମେରିକା ଓ ୟୁରୋପ ଖୁବ୍ କଡ଼ା କଟକଣା ଲଗାଇଥିଲା। ବହୁ ଦେଶ ତ ଇରାନ ସହ ବିଜନେସ୍ ବନ୍ଦ କରିଦେଇଥିଲେ। ଇରାନ ଦୁନିଆର ବଡ଼ ତୈଳ ଉତ୍ପାଦକ ଦେଶ, କିନ୍ତୁ କଟକଣା କାରଣରୁ ଇରାନ ନିଜର ତୈଳ କାହାକୁ ବିକ୍ରି କରିପାରୁନଥିଲା। ଏହି କାରଣରୁ ଇରାନ ପାଖରେ ବିଦେଶୀ ମୁଦ୍ରା ଅର୍ଥାତ ଡଲାର ଅଭାବ ହୋଥିଲା। ତୈଳ ବିକ୍ରୟରୁ ଆୟ କମ୍ ହେଉଥିବାରୁ ସରକାରଙ୍କ ରାଜକୋଷ ଖାଲି ହୋଇଯାଇଥିଲା। ଅନ୍ୟପକ୍ଷେ ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ, ଇରାନ ସରକାର ବଡ଼ ବଡ଼ ପରିମାଣର ନୋଟ୍ ଛାପିବା ଆରମ୍ଭ କଲେ। ଅର୍ଥନୀତିର ନିୟମ ସ୍ପଷ୍ଟ ଭାବରେ କୁହେ ଯେ ଯଦି ନୋଟ୍ ଅଧିକ ଛପା ଯାଏ ତେବେ ସାମଗ୍ରୀର ଉତ୍ପାଦନ କମ୍ ହୁଏ, ଫଳ ମୁଦ୍ରାସ୍ଫୀତି ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଇରାନ ଏହାର ଶିକାର ହୋଇଛି।

ଆହୁରି ପଢନ୍ତୁ : ଆମେରିକା ବିରୁଦ୍ଧରେ ଇରାନର ଜୋରଦାର ପ୍ରସ୍ତୁତି, ସମୁଦ୍ର ତଳେ ପ୍ରଳୟ ରଚିବାକୁ ଦେଲା ୱାର୍ଣ୍ଣିଂ !