ତେହେରାନ, ୨୧/୦୧: ପ୍ରଫେଟ ମହମ୍ମଦଙ୍କୁ ଅସମ୍ମାନ କରିବା ଅଭିଯୋଗରେ ଇରାନର ଏକ କୋର୍ଟ ଦେଶର  ଜଣେ ଲୋକପ୍ରିୟ ପପ୍‌ ଗାୟକଙ୍କୁ ମୃତ୍ୟୁ  ଦଣ୍ଡାଦେଶ ଦେଇଛନ୍ତି । ତାଙ୍କ ନାମ ଅମିର ହୁସେନ ମଗସୁଦଲୁ ଓରଫ ଟଟଲୁ । ପୂର୍ବରୁ  ଏହି ୩୭ ବର୍ଷୀୟ ଗାୟକଙ୍କୁ ତଳକୋର୍ଟ  ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ ।  କିନ୍ତୁ ସରକାରୀ ଓକିଲ ଏହା ବିରୋଧରେ  ସୁପ୍ରିମକୋର୍ଟରେ ଅପିଲ କରିଥିଲେ । 

ସୁପ୍ରିମକୋର୍ଟ ସୋମାବାର ମାମଲାର ଶୁଣାଣି  କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ  ଏହା ବିରୋଧରେ ତାଙ୍କୁ ଅପିଲ କରିବା  ଲାଗି ସୁଯୋଗ ଦିଆଯାଇଛି । ୨୦୧୮ରୁ  ସେ ଇସ୍ତାନବୁଲରେ ରହୁଥିଲା ବେଳେ  ତୁର୍କୀ ପୁଲିସ ତାଙ୍କୁ ୨୦୨୩ ଡିସେମ୍ବରରେ  ଇରାନକୁ ହସ୍ତାନ୍ତର କରିଥିଲା ।


ଇସ୍ରାଇଲକୁ ମିଳିବ ବଳ, ୨୦୦୦ ପାଉଣ୍ଡ ବୋମା ଯୋଗାଇବ ଆମେରିକା