ନୂଆଦିଲ୍ଲୀ,୧୩।୬: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ତାରିଖ ଘୋଷଣା କରାଯାଇଛି। ତେହରାନ ସରକାର ଅନୁସାରେ, ରାଜକୀୟ ଅନ୍ତିମ ସଂସ୍କାର ପକ୍ରିୟା ୪ ଜୁଲାଇରୁ ଆରମ୍ଭ ହେବ, ସେଭଳି ୯ ଜୁଲାଇରେ ତାଙ୍କୁ ମଶହଦରେ ସମାଧି ବା କବର ଦିଆଯିବ। ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ଦେଶରେ ମହରମ୍ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ତେହରାନର ମେୟର ଅଲିରେଜା ଜକାନୀ କହିଛନ୍ତି, ପୂର୍ବତନ ସୁପ୍ରିମ ଲିଡର ଖାମେନେଇଙ୍କ ରାକୀୟ ଅନ୍ତିମ ସଂସ୍କାରକୁ ଘୁଞ୍ଚାଇ ଦିଆଯାଇଛି। ଖାମେନେଇଙ୍କୁ ନେଇ ପୂର୍ବରୁ ଯେଉଁ କାର୍ଯ୍ୟକ୍ରମ ଥିଲା ତାହା ବଦଳାଇ ଦିଆଯାଇଛି। କାରଣ ମହରମ୍ ବେଳେ ହେବାକୁ ଥିବା ପାରମ୍ପରିକ ଆୟୋଜକ ଓ ଶୋକ ସଭା ଉପରେ ପ୍ରଭାବ ନପଡେ।

‘ଫକ୍ସ’ ନ୍ୟୁଜ ଏଜେନ୍ସିକୁ ଦେଖିଥିବା ମନ୍ତବ୍ୟରେ ଜକାନି କହିଛନ୍ତି, ଖାମେନେଇଙ୍କ ଅନ୍ତିମ ସଂସ୍କାର ମହରମ୍‌ର ୧୦ ଦିନ ପରେ କରିବାର ନିଷ୍ପତ୍ତି ନିଆଯାଇଛି।  ଏଥିରେ ସାରା ବିଶ୍ବର ପ୍ରାୟ ୨ କୋଟି ଲୋକ ସାମିଲ ହୋଇପାରନ୍ତି। ଏହି କାରଣରୁ ସୁରକ୍ଷା, ଯାତାୟତ ଓ ସାର୍ବଜନୀକ ବ୍ୟବସ୍ଥାକୁ ନେଇ ବଡ ସ୍ତରରେ ପ୍ରସ୍ତୁତି ଚାଲିଛି। ଖାମେନେଇ ପ୍ରାୟ ୩୭ ବର୍ଷ ହେବ ଇସଲାମିକ୍ ରିପବ୍ଲିକ୍‌ର ନେତୃତ୍ବ ନେଇଥିଲେ। ଗତ ୨୮ ଫେବୃଆରୀରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଖାମେନଇଙ୍କୁ ହତ୍ୟା କରାଯାଇଥିଲା। ସେହି ଦିନଠାରୁ ମଧ୍ୟ ପ୍ରାଚ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ। ମୃତ୍ୟୁ ପରେ ୪ ମାର୍ଚ୍ଚରେ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରିବାର ଯୋଜନା ହୋଇଥିଲା କିନ୍ତୁ ଯୁଦ୍ଧ କାରଣରୁ ସ୍ଥଗିତ ରଖାଯାଇଥିଲା। ଇରାକ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାରର ନୂଆ ତାରିଖ ଘୋଷଣା ପରେ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। କାରଣ ଏହି ଆୟୋଜନକ ଇରାନ ଇତିହାସର ସବୁଠାରୁ ବଡ଼ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ସଭା ଭିତରୁ ଅନ୍ୟତମ ରହିବ।

ମହରମ୍ ପରେ ଖାମେନେଇଙ୍କ ଅନ୍ତିମ ସଂସ୍କାର ହେବାର କାରଣ ହେଉଛି ଲୋକେ ଇମାମ ହୁସେନଙ୍କ ପାଇଁ ଯେପରି ନିଜର ବାର୍ଷିକ ଶୋକ ପୁରା ଶ୍ରଦ୍ଧା ଓ ପରମ୍ପରା ଅନୁଯାୟୀ ପାଳନ କରିପାରିବେ। ମହରମ୍‌ର ଇସଲାମ କ୍ୟାଲେଣ୍ଡରର ପ୍ରଥମ ମାସ ଏବଂ ଏହାକୁ 'ଶୋକର ମାସ' ଭାବେ ପାଳନ କରାଯାଏ । ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ୍ ମହମ୍ମଦଙ୍କ ନାତି, ହଜରତ୍ ଇମାମ ହୁସେନ୍ ଏବଂ ତାଙ୍କ ପରିବାରବର୍ଗଙ୍କ ସ୍ମୃତିରେ ଏହି ମାସରେ ଶୋଭାଯାତ୍ରା ଓ ସ୍ମୃତି ସଭା ଆୟୋଜିତ ହୋଇଥାଏ ।

ଆହୁରି ପଢନ୍ତୁ :US-Iran Deal :୨୪ ଘଣ୍ଟା ମଧ୍ୟରେ ଆମେରିକା – ଇରାନ ମଧ୍ୟରେ ମହା ଡିଲ୍ ...ପାକ୍ ସିଏମ୍ ଶହବାଜ ସରିଫଙ୍କ ବଡ଼ ଘୋଷଣା