ଇସଲାମାବାଦ : ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିର ସର୍ତ୍ତ ଉପରେ ଉଭୟ ସହମତି ହୋଇ ସାରିଛନ୍ତି। ଏହି କଥାର ଖୁଲାସା କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ। ସେ ଦାବିର ସହ କହିଛନ୍ତି ,ଆମେରିକା ଓ ଇରାନ ମଧ୍ୟରେ ଆଗାମୀ ୨୪ ଘଣ୍ଟାରେ ଚୁକ୍ତି ଉପରେ ଦସ୍ତଖତ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଏଥିରେ ଡିଜିଟାଲ ଉପାୟରେ ଦସ୍ତଖତ କରିବାକୁ ପ୍ରସ୍ତୁତି କରୁଛି। ସେ ଦାବି କରିଛନ୍ତି ଯେ, ଆମେରିକା ଓ ଇରାନ ମଧ୍ୟରେ ଏହି ଶାନ୍ତି ଚୁକ୍ତି ପାକିସ୍ତାନର ମଧ୍ୟସ୍ଥତାରେ ହୋଇଛି। ହେଲେ , ଆମେରିକା ଓ ଇରାନ ଏବେ ସୁଦ୍ଧା ଏହି ଶାନ୍ତି ଚୁକ୍ତିରେ ପାକିସ୍ତାନର ନାଁ ନେଇ ନାହାନ୍ତି।

ଶହବାଜ ସରିଫ ଏକ୍ସରେ ପୋଷ୍ଟ କରି କହିଛନ୍ତି – ଆମେ ଶାନ୍ତି ଚୁକ୍ତିର ପୂର୍ବାପେକ୍ଷା ଅତି ନିକଟର। ଆଗାମୀ ୨୪ ଘଣ୍ଟାରେ ଏହା ଅନ୍ତିମ ରୂପ ନେବାର ଆଶା ରହିଛି। ଏହାର  ତୁରନ୍ତ ପରେ ପାକିସ୍ତାନ ଶାନ୍ତି ଚୁକ୍ତି ଉପରେ ଇଲେକ୍ଟ୍ରୋନିକ ଉପାୟରେ ଦସ୍ତଖତ କରିବାକୁ ପ୍ରସ୍ତୁତି କରୁଛି ଏବଂ ଏହାପରେ ଆଗାମୀ ସପ୍ତାହରେ ଟେକ୍ନିକାଲ ସ୍ତରରେ ଆଲୋଚନା ହେବ। ଆମେ କଥାବାର୍ତ୍ତା ବେଳେ ଲଗାତାର ସହଯୋଗ ପାଇଁ ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ଇସଲାମିକ ରିପବ୍ଲିକ ଅଫ୍ ଇରାନକୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଏବଂ ଏହି କ୍ଷେତ୍ରରେ ନିଜର ଭାଇମାନଙ୍କ ସମର୍ଥନ ପାଇଁ ଆମେ ତାଙ୍କୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛୁ। ଆମର ପୂରା ଭରସା ଯେ , ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ଥାୟୀ ଶାନ୍ତି ପାଇଁ ଏକ ଦୃଢ ଆଧାରା ସାଜିବ।

ଶହବାଜ ଶୁକ୍ରବାର ଏକ ଅଲଗା ପୋଷ୍ଟରେ ଲେଖିଛନ୍ତି , ପାକିସ୍ତାନ ପକ୍ଷରୁ ଶାନ୍ତି ଚୁକ୍ତି ପାଇଁ ଜୋରସୋରରେ ମଧ୍ୟସ୍ଥତା ନେଇ ପ୍ରୟାସ ଜାରି ରହିବା ମଧ୍ୟରେ ଆମେ ସେହି ଲୋକଙ୍କ ଦ୍ୱାରା ଲଗାତାର ପ୍ରସାରିତ ଭ୍ରମାତ୍ମକ ପ୍ରଚାର ବିଷୟରେ ସଂପୂର୍ଣ୍ଣ ଅବଗତ, ଯିଏ ଏହି ଶାନ୍ତି ଚୁକ୍ତିକୁ ବିଫଳ କରିବାକୁ ଚାହାଁନ୍ତି। ସେ କହିଛନ୍ତି , ଆମେ ଏହି କଥାର ସ୍ପଷ୍ଟ କରି ପାରିବୁ ଯେ,ଶାନ୍ତି ଚୁକ୍ତିର ଅନ୍ତିମ ଓ ସର୍ବସମ୍ମତିରେ ପ୍ରସ୍ତୁତ କରାଯାଇ ଥିବା ଉଦ୍ଦେଶ୍ୟ ପୂରା ହୋଇ ଯାଇଛି ଏବଂ ପାକିସ୍ତାନ ଏବେ ଆଗାମୀ ପଦକ୍ଷେପକୁ ଅନ୍ତିମ ରୂପ ଦେବା ପାଇଁ ଦୁଇ ପକ୍ଷ ସହ ମିଶି କାମ କରୁଛି। ଆମେ ଶାନ୍ତି ଚୁକ୍ତିର ଏତେ ପାଖରେ କେବେ ପହଞ୍ଚି ନଥିଲୁ , ଯେତେ ଏବେ ସମ୍ଭବ ହୋଇ ପାରିଛି।

ଏହା ମଧ୍ୟ ପଢନ୍ତୁ : ଚୀନ-ରୁଷ୍‌ ଯାଉଥିବା କୌଣସି ଟ୍ୟାଙ୍କର ଉପରେ ଆକ୍ରମଣ କଲେ ନାହିଁ, ହେଲେ ଭାରତକୁ କାହିଁକି ଟାର୍ଗେଟ୍‌ କଲେ ଟ୍ରମ୍ପ ?