ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମଧୁମେହ ରୋଗୀ ଗୁଡ଼ ଖାଇବା ଶରୀର ପ୍ରତି କେତେ ଲାଭଦାୟକ? ଜାଣନ୍ତୁ

Published By : Anindita Ratha | January 23, 2025 2:41 PM

ବର୍ତ୍ତମାନ ଘରେ ଘରେ ଡାଇବେଟିସ ରୋଗୀ ।  ବୟସ୍କଙ୍କଠାରୁ ଆରମ୍ଭ କରି କମ୍ ବୟସର ଯୁବଗୋଷ୍ଠୀଙ୍କୁ ମଧ୍ୟ ଗ୍ରାସ କରୁଛି  ଏହି ରୋଗ। ପୂର୍ବରୁ ଟାଇପ୍ ୨ ମଧୁମେହ କେବଳ ୪୦ ବର୍ଷରୁ ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହେଉଥିଲେ । ହେଲେ ଆଜିକାଲି ଏହି ରୋଗ ୨୦ ରୁ୩୦ ବର୍ଷ ବୟସ୍କ ମଧ୍ୟ ଆକ୍ରାନ୍ତ ହେଉଛନ୍ତି ।  ତେବେ  ଅସ୍ବାସ୍ଥ୍ୟକର ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ଏବଂ ବ୍ୟାୟାମର ନକରିବା  ଏହି ରୋଗ ହେବାର କାରଣ । ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଭାବେ ଖାଦ୍ୟପେୟଠାରୁ ଆରମ୍ଭ କରି ଜୀବନଶୈଳୀରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହି ରୋଗର ରୋଗୀଙ୍କ ପାଇଁ, ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ମଧୁମେହ ରୋଗୀଙ୍କ ଶରୀରରେ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଏ, ତେବେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାଧାରଣତଃ ମଧୁମେହ ରୋଗୀଙ୍କୁ ସାଧାରଣତଃ ଚିନି ଖାଇବାକୁ ବାରଣ କରାଯାଇଥିବାରୁ ସେମାନେ ଗୁଡ ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ମଧୁମେହ ରୋଗୀ ଗୁଡ ଖାଇବା କେତେ ସୁରକ୍ଷିତ। 

ଗୁଡ଼ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ । କିନ୍ତୁ ମଧୁମେହ ରୋଗୀ ଏହାକୁ ସେବନ କରିବା ଭଲ ନୁହେଁ। ଗୁଡ଼ ଏବଂ ଚିନି ଉଭୟ ଆଖୁ ରସରୁ ତିଆରି ହୁଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଗୁଡ଼ ଖାଇବା ନିରାପଦ ନୁହେଁ। ଗୁଡ଼ ଖାଇବା ଦ୍ୱାରା ମଧ୍ୟ ଶର୍କରା ସ୍ତର ବୃଦ୍ଧି ପାଏ। ଯଦି ଆପଣଙ୍କର ମଧୁମେହ ପୀଡିତ ଓ ମିଠା ଖାଇବାକୁ ଇଚ୍ଛା ହୁଏ ତେବେ ଗୁଡ ବଦଳରେ ଏବଂ କନ୍ଦମୂଳ ଖାଇପାରିବେ। ତଥାପି, ମଧୁମେହ ରୋଗୀ ଏହାକୁ ଅତ୍ୟଧିକ ଖାଇବା ଭଲ ନୁହେଁ।  ଗୁଡ଼କୁ ଚିନି ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ । ଏଥିରେ ଭିଟାମିନ ଓ ଖଣିଜ ସାର ଭଳି ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ରହିଥାଏ । ଗୁଡରେ ଆଇରନ, କ୍ୟାଲସିୟମ, ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚିନିରେ ନଥାଏ । ଚିନି ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ ଗୁଡ ଏହାର ଏକ ସ୍ବାସ୍ଥ୍ୟକର ବିକଳ୍ପ  । ଗୁଡ଼ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ। ଏହା ପେଟ ଗ୍ୟାସ୍, ଫୁଲିବା ଏବଂ ଅନ୍ୟାନ୍ୟ ପେଟ ସମସ୍ୟାକୁ ଦୂର କରେ। ଗୁଡ଼ ଖାଇବା ଦ୍ୱାରା ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ । ଗୁଡ଼ ଖାଇବା ଦ୍ୱାରା ଶରୀରର ଶକ୍ତି ମିଳିଥାଏ। ଗୁଡ଼ରେ ପୋଟାସିୟମ ନାମକ ଆଉ ଏକ ପୋଷକ ତତ୍ତ୍ୱ ଥିବାରୁ ଏହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.