ନୂଆଦିଲ୍ଲୀ,୨୧/୦୧: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି (ବୁଧବାର) ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ସନ୍ଧ୍ୟାରେ ନାଗପୁରରେ ହେବ ମୁକାବିଲା । ଦୀର୍ଘ ୨ ବର୍ଷ ପରେ  ଅର୍ଥାତ ୭୮୫ ଦିନ ପରେ ଇଶାନ କିଷନଙ୍କର ଟି-ଟ୍ୱେଣ୍ଟିରେ କମବ୍ୟାକ ହେବାକୁ ଯାଉଛି । ତୃତୀୟ ନମ୍ବରରେ ବ୍ୟାଟିଂ କରିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର । ଅର୍ଥାତ ଶ୍ରେୟାସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ ନାହିଁ ।

ମ୍ୟାଚ ପୂର୍ବରୁ ପ୍ରେସମିଟ୍‌ରେ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର କହିଛନ୍ତି, ଇଶାନ ୩ ନମ୍ବରରେ ଖେଳିବେ । କାରଣ ବିଶ୍ୱକପ ଟିମରେ ତାଙ୍କୁ ସାମିଲ କରାଯାଇଥିଲା । ତାଙ୍କୁ ଖେଳିବାର ଦାୟିତ୍ୱ ରହିଛି । ବହୁତ ଦିନ ହେବ ସେ ଭାରତ ପାଇଁ ଖେଳି ନାହାନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ । ଟିମ୍ ଇଣ୍ଡିଆ ପାଇଁ ପ୍ରାୟ ୨ ବର୍ଷ ହେବ ଖେଳି ନାହାନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଥିବାକୁ ସେ ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଯୋଗ୍ୟ । ୪-୫ ନମ୍ବରର ଥିଲେ ଅଲଗା କଥା ହୋଇଥାନ୍ତା କାରଣ ଦୁର୍ଭାଗ୍ୟବସତଃ ତିଲକ ବର୍ମା ନାହାନ୍ତି ତେଣୁ ମୁଁ ଭାବୁଛି ଇଶାନ କିଷନ ବ୍ୟାଟିଂ ପାଇଁ ବେଷ୍ଟ ବିକଳ୍ପ ।''