ନୂଆଦିଲ୍ଲୀ,୧୨।୧: ଗାଜାରେ ହମାସ ଓ ଇସ୍ରାଏଲ ଭିତରେ ହୋଇଥିବା ଶାନ୍ତି ବୁଝାମଣା ମାସ ମାସ ପରେ ଏବେ ହମାସ ଗାଜାକୁ ନେଇ ବଡ଼ ଘୋଷଣା କରିଛି। ହମାସ ରବିବାର କହିଛି ସେ ଆମେରିକାର ମଧ୍ୟସ୍ଥତାରେ ଧାର୍ଯ୍ୟ କରାଯାଇଥିବା ଶାନ୍ତି ଯୋଜନା ଅନୁସାରେ,ପାଲେଷ୍ଟନୀୟ ପ୍ରଶାସନ କାର୍ଯ୍ୟଭାର ଗ୍ରହଣ କରିବା ପରେ ଗାଜାରେ ନିଜର ସରକାର ଭଙ୍ଗ କରିଦେବ।
ହମାସ ମୁଖପାତ୍ର ହାଜେମ କାସେମ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ୍ ପୋଷ୍ଟରେ ଶାନ୍ତି କମିଟି ଗଠନ ପକ୍ରିୟା ଦୃତ କରିବାର ଆହ୍ବାନ କରାଯାଇଛି। ତେବେ ହମାସ ଓ ଏହାର ପ୍ରତିଦ୍ବନ୍ଦୀ ପାଲେଷ୍ଟନୀୟ ପ୍ରାଧିକରଣ ପ୍ରଶାସନ ପାଇଁ ନିଜର ସଦସ୍ୟଙ୍କ ନାଁ ଘୋଷଣା କରିନାହିଁ। କୁହାଯାଉଛି ଯେ,ସେହି ସଦସ୍ୟ ରାଜନୀତି ସହ ଜଡିତ ନୁହେଁ। ଉଲ୍ଲେଖନୀୟ ଯେ, ପାଲେଷ୍ଟାନୀୟ ପ୍ରାଧିକରଣକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିଛି।
ସେଭଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ନେତୃତ୍ବାଧୀନ ଅନ୍ତର୍ଜାତୀୟ ବୋର୍ଡ ଅଫ୍ ପିସ୍ ଗତବର୍ଷ ୧୦ ଅକ୍ଟୋବରରେ ହୋଇଥିବା ଅସ୍ତ୍ରବିରତି ଅନୁସାରେ, ସରକାର ଗଟନ ଓ ଅନ୍ୟ ଦିଗର ଦେଖାରେଖା କରିବ,ଯାହାଫଳରେ ହମାସକୁ ହତିଆର ମୁକ୍ତ କରିବା ଓ ଅନ୍ତର୍ଜାତୀୟ ସୁରକ୍ଷାବଳର ମୁତୟନ କରାଯିବ। ବୋର୍ଡର ସଦସ୍ୟଙ୍କ ନାଁ ଏବେବି ଘୋଷିତ ହୋଇନାହିଁ।
ଏହା ଭିତରେ ଇଜିପ୍ଟର ଜଣେ ଅଧିକାରୀଙ୍କ ନାଁ ସାର୍ବଜନୀନ ନକରିବାର ସର୍ତ୍ତ ନେଇ କହିଛନ୍ତି, ହମାସ ଶାନ୍ତି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଅନୁସାରେ, ଇଜିପ୍ଟ, କତର ଓ ତୁର୍କୀର ଅଧିକାରୀଙ୍କ ସହ ଆଲୋଚନା ପାଇଁ ପ୍ରତିନିଧିମଣ୍ଡଳକୁ ପଠାଯାଉଛି। ଇଜିପ୍ଟର ଅଧିକାରୀ କହିଛନ୍ତି, କମିଟି ଗଠନକୁ ଅନ୍ତିମ ରୂପ ଦେବା ପାଇଁ ହମାସ ଚଳିତ ସପ୍ତାହରେ ଅନ୍ୟ ପାଲେଷ୍ଟନୀୟ ଗୋଷ୍ଠୀକୁ ସାକ୍ଷାତ କରିବ। ହମାସ ପ୍ରତିନିଧିମଣ୍ଡଳୀର ନେତୃତ୍ବ ଶୀର୍ଷ ବାର୍ତ୍ତାକାର ଖଲିଲ୍ଅଲ୍ ହୟା କରିବେ।