ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଆକ୍ରମଣ କଲା ଆମେରିକା, ଭୋଗିବ ଇସ୍ରାଏଲ; ଜାଣନ୍ତୁ କ'ଣ କହିଲେ ଇରାନ୍ ସୁପ୍ରିମ ଲିଡର

Published By : Ankita S | June 23, 2025 9:36 AM

ନୂଆଦିଲ୍ଲୀ,୨୩/୦୬: ଇରାନ୍‌- ଇସ୍ରାଏଲ ଯୁଦ୍ଧକୁ ଡେଇଁଛି ଆମେରିକା । ଇରାନ୍‌ର ୩ ପରମାଣୁ ଠିକଣାରେ ୧୨୫ ବିମାନରୁ ବୋମା ବର୍ଷା କରିଥିଲା । ବି-୨ ବିମାନରୁ ୧୪ଟି ବଙ୍କର ବଷ୍ଟର ବୋମା ପକାଇଥିଲା ଆମେରିକା । 'ଅପରେସନ୍‌ ମିଡନାଇଟ୍ ହାମର୍‌'ରେ ଥରି ଉଠିଥିଲା ଇରାନ୍‌ । ଏହାପରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ବଢ଼ିଛି । ଏହାର ଜବାବ ଦେଇ ଇସ୍ରାଏଲ ଉପର ମିସାଇଲ୍ ମାଡ଼ କରିଥିଲା ଇରାନ୍‌ । ଏବେ ଇରାନ୍‌ ସୁପ୍ରିମ ଲିଡର ଅୟାତୁଲ୍ଲାୟ ଅଲି ଖାମେନେଇ ଇସ୍ରାଏଲକୁ ସଜ୍ଜା ଦେବା କଥା କହିଛନ୍ତି । ଆମେରିକା ଆକ୍ରମଣ କଲା ହେଲେ ଭୋଗିବ ଇସ୍ରାଏଲ । ଜାଣନ୍ତୁ ଆମେରିକା ନାଁ ନନେଇ କ'ଣ କହିଲେ ଇରାନ୍‌ ସୁପ୍ରିମ ଲିଡର ।

'ଶତ୍ରୁ ବଡ଼ ଭୁଲ କରି ଦେଇଛି'- ରବିବାର ଇରାନ୍‌ର ୩ ପରମାଣୁ ଘାଟିରେ ଆକ୍ରମଣ କରିଥିଲା ଆମେରିକା । ଏହାପରେ ଇରାନ୍‌-ଇସ୍ରାଏଲ ଯୁଦ୍ଧ ନୂଆ ମୋଡ଼ ନେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଇସ୍ରାଏଲକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆମେରିକା ଆକ୍ରମଣ ବାବଦରେ କିଛି ନ କହି ସେ ଶତ୍ରୁ ବଡ଼ ଭୁଲ କରି ଦେଇଛି ।  ବଡ଼ ଅପରାଧ କରିଛି ତାକୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ।

ଅଧିକ ପଢନ୍ତୁ...ଆମେରିକା ଆକ୍ରମଣ କଲା ଭୋଗିବ ଇସ୍ରାଏଲ; ଜାଣନ୍ତୁ କଣ କହିଲେ ଇରାନ୍ ସୁପ୍ରିମ ଲିଡ଼ର

ଆମେରିକାର ଆକ୍ରମଣ ପରେ କ'ଣ କହିଲା ଇରାନ୍‌- ଇରାନ୍ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଧଚି ଆମେରିକା ଆକ୍ରମଣକୁ ନିନ୍ଦା କରିଥିଲେ । ଅନ୍ୟପକ୍ଷେ ଆମେରିକାର ଆକ୍ରମଣ ଓ ଟ୍ରମ୍ପଙ୍କ ଧମକରେ ଇରାନ୍‌ ଡରିଯାଇ ନାହିଁ । ଆମେରିକା ଆକ୍ରମଣ କରି ଆମେରିକା ରେଡ୍ ଲାଇନ୍ ଡେଇଁଛି, ଏହାର ପରିଣାମ ଭୟାବହ ହେବ । ଆମେରିକା ଆଟାକ୍‌ ପରେ ଇରାନ୍‌ ଇସ୍ରାଏଲର ୧୪ ସହରକୁ ମିସାଇଲ ମାଡ କରିଥିଲା । ୧୩ ଦିନ ହେବ ଲାଗି ରହିଥିବା ଇରାନ୍-ଇସ୍ରାଏଲ ସଂଘର୍ଷରେ ଧନ-ଜୀବନ ନଷ୍ଟ ହୋଇଛି । ଇରାନ୍‌ର ୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.