ନୂଆଦିଲ୍ଲୀ,୨୩/୦୬: ଇରାନ୍‌- ଇସ୍ରାଏଲ ଯୁଦ୍ଧକୁ ଡେଇଁଛି ଆମେରିକା । ଇରାନ୍‌ର ୩ ପରମାଣୁ ଠିକଣାରେ ୧୨୫ ବିମାନରୁ ବୋମା ବର୍ଷା କରିଥିଲା । ବି-୨ ବିମାନରୁ ୧୪ଟି ବଙ୍କର ବଷ୍ଟର ବୋମା ପକାଇଥିଲା ଆମେରିକା । 'ଅପରେସନ୍‌ ମିଡନାଇଟ୍ ହାମର୍‌'ରେ ଥରି ଉଠିଥିଲା ଇରାନ୍‌ । ଏହାପରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ବଢ଼ିଛି । ଏହାର ଜବାବ ଦେଇ ଇସ୍ରାଏଲ ଉପର ମିସାଇଲ୍ ମାଡ଼ କରିଥିଲା ଇରାନ୍‌ । ଏବେ ଇରାନ୍‌ ସୁପ୍ରିମ ଲିଡର ଅୟାତୁଲ୍ଲାୟ ଅଲି ଖାମେନେଇ ଇସ୍ରାଏଲକୁ ସଜ୍ଜା ଦେବା କଥା କହିଛନ୍ତି । ଆମେରିକା ଆକ୍ରମଣ କଲା ହେଲେ ଭୋଗିବ ଇସ୍ରାଏଲ । ଜାଣନ୍ତୁ ଆମେରିକା ନାଁ ନନେଇ କ'ଣ କହିଲେ ଇରାନ୍‌ ସୁପ୍ରିମ ଲିଡର ।

'ଶତ୍ରୁ ବଡ଼ ଭୁଲ କରି ଦେଇଛି'- ରବିବାର ଇରାନ୍‌ର ୩ ପରମାଣୁ ଘାଟିରେ ଆକ୍ରମଣ କରିଥିଲା ଆମେରିକା । ଏହାପରେ ଇରାନ୍‌-ଇସ୍ରାଏଲ ଯୁଦ୍ଧ ନୂଆ ମୋଡ଼ ନେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଇସ୍ରାଏଲକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆମେରିକା ଆକ୍ରମଣ ବାବଦରେ କିଛି ନ କହି ସେ ଶତ୍ରୁ ବଡ଼ ଭୁଲ କରି ଦେଇଛି ।  ବଡ଼ ଅପରାଧ କରିଛି ତାକୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ।

ଅଧିକ ପଢନ୍ତୁ...ଆମେରିକା ଆକ୍ରମଣ କଲା ଭୋଗିବ ଇସ୍ରାଏଲ; ଜାଣନ୍ତୁ କଣ କହିଲେ ଇରାନ୍ ସୁପ୍ରିମ ଲିଡ଼ର

ଆମେରିକାର ଆକ୍ରମଣ ପରେ କ'ଣ କହିଲା ଇରାନ୍‌- ଇରାନ୍ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଧଚି ଆମେରିକା ଆକ୍ରମଣକୁ ନିନ୍ଦା କରିଥିଲେ । ଅନ୍ୟପକ୍ଷେ ଆମେରିକାର ଆକ୍ରମଣ ଓ ଟ୍ରମ୍ପଙ୍କ ଧମକରେ ଇରାନ୍‌ ଡରିଯାଇ ନାହିଁ । ଆମେରିକା ଆକ୍ରମଣ କରି ଆମେରିକା ରେଡ୍ ଲାଇନ୍ ଡେଇଁଛି, ଏହାର ପରିଣାମ ଭୟାବହ ହେବ । ଆମେରିକା ଆଟାକ୍‌ ପରେ ଇରାନ୍‌ ଇସ୍ରାଏଲର ୧୪ ସହରକୁ ମିସାଇଲ ମାଡ କରିଥିଲା । ୧୩ ଦିନ ହେବ ଲାଗି ରହିଥିବା ଇରାନ୍-ଇସ୍ରାଏଲ ସଂଘର୍ଷରେ ଧନ-ଜୀବନ ନଷ୍ଟ ହୋଇଛି । ଇରାନ୍‌ର ୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।