ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ ନିକଟରେ ବଡ଼ ନିଷ୍ପତ୍ତି ନେଇ ସୋମାଲିଆର ଏକ ଅଂଶ ସୋମାଲିଲାଣ୍ଡକୁ ଅଲଗା ଦେଶ ଭାବରେ ମାନ୍ୟତା ଦେଇଥିଲା। ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଇସ୍ରାଏଲ ଦୁନିଆର ଏକମାତ୍ର ଦେଶ ଯିଏକି ସୋମାଲିଲାଣ୍ଡକୁ ଅଲଗା ଦେଶ ଭାବରେ ମାନ୍ୟତା ଦେଇଛି। କିନ୍ତୁ ଏହାକୁ ନେଇ ଜାତିସଂଘର ସୁରକ୍ଷା ପରିଷଦର ମିଟିଂରେ ବହୁ ଦେଶ ପ୍ରଶ୍ନ ଉଠାଇଛନ୍ତି। ଏହି ଦେଶ ଜାତିସଂଘର ସୁରକ୍ଷା ପରିଷଦରେ କହିଛି ଯେ,ଇସ୍ରାଏଲର ଏହି ନିଷ୍ପତ୍ତି ପଛରେ ବିପଦଜନକ ଉଦେଶ୍ୟ ରହିଛି। ସେ କହିଛନ୍ତି, ଇସ୍ରାଏଲ ଚାହୁଁଛି ପୂର୍ବରୁ ସୋମାଲିଲାଣ୍ଡକୁ ଏକ ଅଲଗା ଦେଶର ମାନ୍ୟତା ଦିଆଯାଉ ଓ ପୁଣିଥରେ ଗାଜାରୁ ପାଲେଷ୍ଟାଇନର ଲୋକଙ୍କୁ ହଟାଇ ସେଠାରେ ବସାଇ ଦିଆଯାଉ।
ଏଭଳି ଭାବରେ ଗାଜା ଉପରେ ଦଖଲ କରିହେବ। ମୁସଲମାନ ଦେଶ କହିଛି ଇସ୍ରାଏଲର ଏହି ନିଷ୍ପତ୍ତି ସିଧାସଳଖ ଭାବରେ ଗାଜାକୁ ନେଇ ଏକ ପ୍ଲାନର ଅଂଶ। ଜାତିସଂଘରେ ସୋମାଲିଆର ରାଷ୍ଟ୍ରଦୂତ ଅବୁବକର ଦାହିର ଉସ୍ମାନ କହିଛନ୍ତି, ଇସ୍ରାଏଲର ଏହି ନିଷ୍ପତ୍ତି ଭୁଲ ଓ ସିଧା ଭାବରେ ଉକସାଇବା ଭଳି ପଦକ୍ଷେପ। ସେ କହିଛନ୍ତି,ଇସ୍ରାଏଲ ଏକ ସାର୍ବଭୌମ୍ୟ ଦେଶର ଅଂଶକୁ ଅଲଗା ଦେଶ ଭାବରେ ମାନ୍ୟତା ଦେଉଛି, ଯାହାକି ଭୁଲ। ସେ କହିଛନ୍ତି, ଏହି ନିଷ୍ପତ୍ତି ପୁରା ଆଫ୍ରିକାରେ ଅଶାନ୍ତି ସୃଷ୍ଟି କରିପାରେ। ଏହାଛଡା ଲୋହିତ ସାଗରର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବ।
ଉସ୍ମାନ କହିଛନ୍ତି, ସୋମାଲିଆ ଏହି ନିଷ୍ପତ୍ତିକୁ ଇସ୍ରାଏଲ ପକ୍ଷରୁ ଗାଜାକୁ ନେଇ ପ୍ଲାନ ଭାବରେ ଦେଖିଥା,। ଏହା ସମ୍ଭବ ହୋଇପାରେ ଯେ, ଇସ୍ରାଏଲ ପକ୍ଷରୁ ଗାଜାର ଲୋକଙ୍କୁ ଏଠାରେ ରହିବାକୁ ଚେଷ୍ଟା କରାଯାଉଛି। ସେ କହିଛନ୍ତି, ଇସ୍ରାଏଲର ଆକ୍ରାମକତାର ଅନ୍ତ ହେବା ଦରକାର। ୨୨ ମୁସଲମାନ ଦେଶକୁ ସଂଗଠନ ଆରବ ଲିଗ୍ ପକ୍ଷରୁ କହି ତାଙ୍କର ରାଷ୍ଟ୍ରଦୂତ ମାଗେଦ ଅବଦେଲଫତେହ ଅବଦେଲ ଅଜିଜ୍ କହିଛନ୍ତି, ଏଭଳି ସ୍ଥିତି ବିପଦଜନକ ହୋଇପାରେ। ଏଭଳି ମଧ୍ୟ ସମ୍ଭବ ରହିଛି ଯେ,ଇସ୍ରାଏଲ ପକ୍ଷରୁ ସୋମାଲିର ବନ୍ଦରର ଭୁଲ ବ୍ୟବହାର କରାଯାଉଛି ଓ ସେଠାରେ ନିଜର ସାମରିକ ଆଡ୍ଡା ତିଆରି କରାଯାଉ। ଏହାଛଡା ଚୀନ୍ ମଧ୍ୟ ମୁସଲମାନ ଦେଶର ସାଥ୍ ଦେଇଛି। ଜାତିସଂଘରେ ତାଙ୍କ ଦୂତ ସୁନ୍ ଲେି କହିଛନ୍ତି, ଆମେ ସୋମାଲିଆକୁ ବିଭାଜିତ କରିବାର କୌଣସି ନିଷ୍ପତିକୁ ବିରୋଧ କରିପାରିବୁନି। କୌଣସି ଦେଶକୁ କେବଳ ନିଜର ହିତ ସାଧନ ପାଇଁ କୌଣସି ଅନ୍ୟ ଦେଶରେ ବିଚ୍ଛିନ୍ନବାଦକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ। ଏହାଛଡା ଏହାର ସାର୍ବଭୌମତ୍ବକୁ ମଧ୍ୟ ଚ୍ୟାଲେଞ୍ଜ ଦେବା ଉଚିତ ନୁହେଁ। ସେଭଳି ସାଉଥ୍ ଆଫ୍ରିକା ମଧ୍ୟ ଏଭଳି ପକ୍ଷ ରଖିଥାଏ। ଏହି ଦେଶ କହିଛି ଯେ,ସୋମାଲିଆର ସାର୍ବଭୌମତ୍ବର ପକ୍ଷରେ ଅଛି ଓ କୌଣସି ପ୍ରକାର ବିଭାଜନ ନହେବା ଦରକାର।
ଆହୁରି ପଢନ୍ତୁ :‘ବ୍ୟାଟଲ୍ ଅଫ୍ ଗଲୱାନ’ର ଟିଜର ଦେଖି ସହି ପାରିଲାନି ଡ୍ରାଗନ୍, କହିଲା- ବାସ୍ତବଠାରୁ ସମ୍ପୂର୍ଣ୍ଣ ଭିନ୍ନ, ରିଲିଜ୍ ହେବା ଭୁଲ୍