ନୂଆଦିଲ୍ଲୀ,୨୭/୦୩: ଜମ୍ମୁ କାଶ୍ମୀରରେ ଭୟଙ୍କର ଦୁର୍ଘଟଣା । ବନିହାଲ-କାଜିଗୁଣ୍ଡ ନାୟୁଗ ସୁଡ଼ଙ୍ଗରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣା ବୁଧବାର ସନ୍ଧ୍ୟାରେ ଘଟିଥିଲା। ଏହି ଦୁର୍ଘଟଣାର ୧୨ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜମ୍ମୁରୁ ଶ୍ରୀନଗର ଯାଉଥିବା ବସ୍ଟି ଦୁର୍ଘଟଣା ଏଡ଼ାଇବାକୁ ଯାଇ କାଜିଗୁଣ୍ଡ-ବାନିହାଲ୍ ସୁଡ଼ଙ୍ଗର କାନ୍ଥରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରୁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଜିଏମସି ଅନନ୍ତନାଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଡାକ୍ତର କହିଛନ୍ତି ଯେ, ଆମେ ଆହତ ଲୋକଙ୍କ ଚିକିତ୍ସା ଜାରି ରଖିଛୁ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କାଜିଗୁଣ୍ଡ ହସ୍ପିଟାଲରୁ ଜିଏମସି ଅନନ୍ତନାଗକୁ ସ୍ଥାନାନ୍ତର କରାଯାଇଛି।
ଏହା ମଧ୍ୟ ପଢନ୍ତୁ- ଏପ୍ରିଲ ୭ରେ ଆର୍ବିଆଇ ଏମ୍ପିସି ବୈଠକ, ପୁଣି ହ୍ରାସ ହୋଇପାରେ ରେପୋ ରେଟ୍
ଅନ୍ୟପଟେ, ଇଥାନ କମ୍ପାନୀର ଅଧିକାରୀ ମହମ୍ମଦ ଆରିଫ୍ ତାନ୍ତ୍ରେ କହିଛନ୍ତି ଯେ, ବସ୍ଟିକୁ ସୁଡ଼ଙ୍ଗ ମଝିରୁ ହଟାଇ ଦିଆଯାଇଛି ଏବଂ ଉଭୟ ପାର୍ଶ୍ୱରୁ ଯାତାୟାତ ପୁଣି ଆରମ୍ଭ ହୋଇଛି । ପ୍ରାରମ୍ଭରେ ସୁଡ଼ଙ୍ଗର ଉଭୟ ପାର୍ଶ୍ୱରୁ ଟ୍ରାଫିକ୍ ଚଳାଚଳ ବନ୍ଦ କରାଯାଇଥିଲା ଏବଂ ବସ୍ଟିକୁ ଘଟଣାସ୍ଥଳରୁ ଉଠାଇବା ପାଇଁ ଏକ ପୁନରୁଦ୍ଧାର ଭ୍ୟାନକୁ ଡକାଯାଇଥିଲା। ପ୍ରକୃତରେ, ବନିହାଲ-କାଜିଗୁଣ୍ଡ ଚାରି ଲେନ୍ ବିଶିଷ୍ଟ ସୁଡ଼ଙ୍ଗ ୮.୫ କିଲୋମିଟର ଲମ୍ବା ଏବଂ ଏହି ସୁଡ଼ଙ୍ଗର ରକ୍ଷଣାବେକ୍ଷଣ ଦାୟିତ୍ୱ ଆଥାନ କମ୍ପାନୀର।