ଝାରସୁଗୁଡ଼ା, ୨୧/୦୬: ଝାରସୁଗୁଡ଼ାରେ ଲଜ୍ଜା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ। ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୁଲିସ ।
ଅଧିକ ପଢନ୍ତୁ-Jaill Love Dhoka: ମହଙ୍ଗା ପଡ଼ିଲା ଜେଲ୍ରେ ପ୍ରେମ, ଗର୍ଲଫ୍ରେଣ୍ଡ୍ ସାଙ୍ଗ ସହ ସମ୍ପର୍କ ନ ରଖିବାରୁ ଭିଡିଓ ଭାଇରାଲ
ସୂଚନା ଅନୁଯାୟୀ, ନାବାଳିକା ଜଣକ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଡାକ୍ତରଖାନାରେ ତାଙ୍କୁ ଏକୁଟିଆ ଦେଖି ବୁରୋମାଲ ଗଉନ୍ତିଆପଡ଼ା ଅଞ୍ଚଳର ରାଜା ବେସନ ତାଙ୍କୁ ଅପହରଣ କରି ନେଇଥିଲା। ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଆକାଶ ପ୍ରଧାନ ଏବଂ ତୃପ୍ତି ନାଏକ ତାକୁ ସହଯୋଗ କରିଥିଲେ। ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହେବା ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ପୁଲିସ । ପୋକ୍ସୋ ମାମଲା ରୁଜୁ କରି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ବେସନ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କୁ ପୁଲିସ ଗରିଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା କରାଇଛି ।