ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

caste census: ଜାତିଗତ ଜନଗଣନାକୁ ନେଇ ବିରୋଧିଙ୍କ ମଧ୍ୟରେ ଖୁସିର ମାହୋଲ; ସ୍ୱାଗତ କଲେ ରାହୁଲ ଗାନ୍ଧୀ

Published By : Bijay Swain | May 1, 2025 12:55 AM

Image courtesy: indiatoday

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଗାମୀ ଜନଗଣନାରେ ଜାତି ଗଣନା ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ୱାଗତ କରିଛନ୍ତି। ଏହା ସହିତ ସେ ଏହି ଗଣନା ପାଇଁ ସ୍ପଷ୍ଟ ସମୟସୀମା ଦାବି କରି ଏହାକୁ ସାମାଜିକ ସଂସ୍କାର ଦିଗରେ ସରକାରଙ୍କ ପ୍ରଥମ ପଦକ୍ଷେପ ବୋଲି କରିଛନ୍ତି। ରାହୁଲ କହିଛନ୍ତି ଯେ କଂଗ୍ରେସ ପାର୍ଟି ଏହି ଜାତି ଗଣନା ପରିଚାଳନା ଓ କାର୍ଯ୍ୟକାରୀ କରିବାରେ ସରକାରଙ୍କୁ ସମର୍ଥନ କରିବ।

ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, "ଆମେ ସଂସଦରେ କହିଥିଲୁ ଯେ ଆମେ ଜାତି ଗଣନା କରାଇବୁ। ଆମେ ମଧ୍ୟ ୫୦% ସଂରକ୍ଷଣ ସୀମା ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କେବଳ ଚାରୋଟି ଜାତି ଅଛି ବୋଲି କହୁଥିଲେ। କିନ୍ତୁ ୧୧ ବର୍ଷ ପରେ ହଠାତ୍ ଜାତି ଗଣନା ଘୋଷଣା କଲେ।" ସେ ତେଲଙ୍ଗାନାକୁ ଜାତି ଗଣନାରେ ଏକ ମଡେଲ ରାଜ୍ୟ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ଏହା ଦେଶ ପାଇଁ ଏକ ଉଦାହରଣ ହୋଇପାରେ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଜାତି ଗଣନା ଆଗାମୀ ଜନଗଣନାରେ "ସ୍ୱଚ୍ଛ" ଭାବେ ଅନ୍ତର୍ଭୁକ୍ତ ହେବ। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ କମିଟି (CCPA) ବୈଠକରେ ନିଆଯାଇଛି। କୋଭିଡ-୧୯ ମହାମାରୀ ଯୋଗୁଁ ୨୦୨୦ ଏପ୍ରିଲରେ ହେବାକୁ ଥିବା ଜନଗଣନା ବିଳମ୍ବିତ ହୋଇଥିଲା।

ରାହୁଲ ଗାନ୍ଧୀ ମଧ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ଥିବା ବେସରକାରୀ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି। ଏନେଇ ସେ କହିଛନ୍ତି ଯେ, "ଏହା ଆଇନରେ ରହିଛି। ଏନଡିଏ-ବିଜେପି ସରକାରଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ଆମେ ଅନୁରୋଧ କରୁଛୁ।"

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି, "ଆଜି ତେଲଙ୍ଗାନା ଯାହା କରୁଛି, ଆସନ୍ତାକାଲି ଭାରତ ତାହା କରିବ।" କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଦୀର୍ଘ ଦିନ ଧରି ଜାତି ଗଣନା ପାଇଁ ଦାବି କରି ଆସୁଥିଲେ। ଯାହା ସାମାଜିକ ନ୍ୟାୟ ଓ ଅଧିକାର ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେମାନେ ଦାବି କରୁଛନ୍ତି।

ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ରାଜନୈତିକ ସ୍ୱାର୍ଥ ପାଇଁ ଜାତି ଗଣନାକୁ ବ୍ୟବହାର କରୁଛନ୍ତି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "କଂଗ୍ରେସ ସବୁବେଳେ ଜାତି ଗଣନାକୁ ବିରୋଧ କରିଆସିଛି। କେବଳ ରାଜନୀତି ପାଇଁ ସେମାନେ ଏହାକୁ ବର୍ତ୍ତମାନ ବ୍ୟବହାର କରୁଛନ୍ତି। ବିଜେପି ଆରମ୍ଭରୁ ଏହା ସହିତ ଥିଲା।"

ଏହି ନିଷ୍ପତ୍ତି ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଯାହା ସାମାଜିକ ନ୍ୟାୟ ଓ ସଂରକ୍ଷଣ ନୀତି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.