ପ୍ରମୁଖ ଖବର
  • ମେ'୨୦ ପରେ ସିବିଏସ୍‌ଇ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ସୂଚନା ଦେଲା ବୋର୍ଡ
  • ||
  • ପବିତ୍ର ଅକ୍ଷୟ ତୃତୀୟା: ଆଜିଠୁ ଶ୍ରୀଜିଉଙ୍କ ୪୨ ଦିନିଆ ଚନ୍ଦନ ଯାତ୍ରା, ନରେନ୍ଦ୍ର ଜଳରେ ଜଳକ୍ରୀଡ଼ା କରିବେ ଦଶ ଦିଅଁ
  • ||
  • IPL 2024: ଅହମ୍ମଦାବାଦରେ ଟାଇଟନ୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଗୁଜରାଟ ପାଇଁ ଶେଷ ସୁଯୋଗ
  • ||
  • ଶୁକ୍ରବାର ରାଜଧାନୀରେ ମୋଦିଙ୍କ ସୋ’, ସନ୍ଧ୍ୟାରେ ରାମମନ୍ଦିରରୁ ବାଣୀବିହାର ମେଗା ରୋଡ୍‌ ସୋ
  • ||
  • ଗରମ ନୁହେଁ ନରମ ରହିବ ପାଗ: ଖରା କମ୍‌, କାଳବୈଶାଖୀ ଦେବ ଆଶ୍ୱସ୍ତି, ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଫ୍ଲପ ଫିଲ୍ମ ଦେବା ପରେ ବି ଡିମାଣ୍ଡରେ ପ୍ରଭାସ, ଜାଣନ୍ତୁ ‘କଲ୍କି ୨୮୯୮ ଏଡି’ ଲାଗି ନେବେ କେତେ କୋଟି ...

ମୁମ୍ବାଇ, ୨୪/୪ :  ‘କଲ୍କି ୨୮୯୮ ଏଡି’କୁ ଦର୍ଶକଙ୍କୁ ବହୁ ଦିନରୁ ଅପେକ୍ଷା ଅଛି । ଫିଲ୍ମର ରିଲିଜ ଡେଟ ଏବେ ସାମ୍ନାକୁ ଆସି ନାହିଁ କିନ୍ତୁ ଷ୍ଟାରକାଷ୍ଟର ଫାଷ୍ଟ ଲୁକ୍ ରିଭିଲ ହୋଇଯାଇଛି । ଫିଲ୍ମରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପଟାନୀଙ୍କ ଭଳି ଷ୍ଟାର୍ସ ଦେଖାଯିବାରେ ଅଛନ୍ତି । ଏହି ଫିଲ୍ମ ଲାଗି ସବୁ ଷ୍ଟାର୍ସ କୋଟି କୋଟି ଟଙ୍କାର ଫିସ୍ ନେଇଛନ୍ତି । 

ପ୍ରଭାସ ଫିଲ୍ମରେ ଲିଡ଼ ରୋଲ ନିଭାଇବେ । ଏହି ଫିଲ୍ମ ଲାଗି ଅଭିନେତା କୋଟିର ଟଙ୍କା ନେଇଛନ୍ତି । ପ୍ରଭାସ ସାଧାରଣତ ନିଜ ଫିଲ୍ମ ଲାଗି ୧୦୦କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ପୂର୍ବରୁ ତାଙ୍କର ଦୁଇଟି ଫିଲ୍ମ ‘ଆଦିପୁରୁଷ’ ଏବଂ ‘ରାଧେ ଶ୍ୟାମ’ ଫ୍ଲପ୍ ସାବ୍ୟସ୍ତ ହୋଇଛି । ଏହାପରେ ବି ନବଭାରତର ରିପୋର୍ଟ ଅନୁଯାୟୀ ଫିଲ୍ମ ‘କଲ୍କି ୨୮୯୮ ଏଡି’ ଲାଗି ତାଙ୍କୁ ୫୦ପ୍ରତିଶତ ଅଧିକ ଫିସ୍ ମିଳିଛି ଏବଂ ସେ ୧୫୦କୋଟି ଟଙ୍କା ଚାର୍ଜ କରିଛନ୍ତି ।



‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ ଲିଡ ଅଭିନେତ୍ରୀ ଭା‌ବେ ନଜର ଆସିବେ । ପ୍ରକାଶ ଯେ, ଲିଡ୍ ଅଭିନେତା ପ୍ରଭାସଙ୍କ ତୁଳନାରେ ତାଙ୍କ ଫିସ୍ ବହୁତ କମ୍ ଅଟେ । ରିପୋର୍ଟ ଅନୁଯାୟୀ ଫିଲ୍ମ ‘ଫାଇଟର’ ଲାଗି ଅଭିନେତ୍ରୀ ୧୫କୋଟି ଟଙ୍କା ଚାର୍ଜ କରିଥିଲେ । ସେହିଭଳି ‘କଲ୍କି ୨୮୯୮ ଏଡି’ ଲାଗି ସେ ୨୦କୋଟି ଟଙ୍କା ଫିସ୍ ନେଇଛନ୍ତି । ଅମିତାଭ ବଚ୍ଚନ ବି ‘କଲ୍କି ୨୮୯୮ ଏଡି’ର ଭାଗିଦାରୀ ଅଟନ୍ତି । ସେ ଫିଲ୍ମରେ ଅଶ୍ବତ୍ଥମାର ଚରିତ୍ର ନିଭାଇବାରେ ଅଛନ୍ତି । ଗତ ଦିନରେ ଫିଲ୍ମରେ ତାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଥିଲା ଏବଂ ଏବେ ତାଙ୍କ ଫିସର ଖୁଲାସା ବି ହୋଇଯାଇଛି  । କୁହାଯାଉଛି କି ବିଗ୍ ବି ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଅଶ୍ବତ୍ଥମାର ଭୂମିକା ନିଭାଇବାକୁ ୧୮କୋଟି ଟଙ୍କା ଚାର୍ଜ କରିଛନ୍ତି ।



‘କଲ୍କି ୨୮୯୮ ଏଡି’ରେ କମଲ ହାସନଙ୍କ କ୍ୟାମିୟୋ ହେବ । ଏଭଳି ସ୍ଥଳେ ଅଭିନେତା ଫିଲ୍ମ ଲାଗି ୨୦କୋଟି ଟଙ୍କା ନେଇଛନ୍ତି । ସେହିଭଳି ଦିଶା ପାଟନୀ ବି ‘କଲ୍କି ୨୮୯୮ ଏଡି’ରେ ଦେଖାଯିବେ । ଏହି ଫିଲ୍ମ ଲାଗି ଦିଶା ପ୍ରାୟ ୨କୋଟି ଟଙ୍କା ଫିସ୍ ନେଇଛନ୍ତି । ଅଭିନେତ୍ରୀ ଶେଷ ଥର ଲାଗି ସିଦ୍ଧାର୍ଥ ମହ୍ଲୋତ୍ରାଙ୍କ ସହ ଫିଲ୍ମ ‘ୟୋଦ୍ଧା’ରେ ନଜର ଆସିଥିଲେ ଏବଂ ଏହି ଫିଲ୍ମ ଲାଗି ବି ଅଭିନେତ୍ରୀ ଏତିକି ଟଙ୍କା ଚାର୍ଜ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.