ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ' ୧୭ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, କନ୍ଧମାଳରେ କରିବେ ପ୍ରଚାର

ଭୁବନେଶ୍ୱର,୧୦/୦୫: ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ସେହିଦିନ ସେ କନ୍ଧମାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେଣୁ ଖଡଗେଙ୍କ ଗସ୍ତ ପାଇଁ ଉତ୍ସାହିତ ହୋଇପଡ଼ିଛି କଂଗ୍ରେସ ଶିବିର। କର୍ମୀଙ୍କ ସହ ବରିଷ୍ଠ ନେତୃବୃନ୍ଦ ଘନଘନ ଆଲୋଚନା କରୁଛନ୍ତି। କନ୍ଧମାଳରେ ଖଡ୍‌ଗେ ବିଜେଡି ଓ ବିଜେପିକୁ କିଭଳି ଟାର୍ଗେଟ କରିବେ ତାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । 

ପ୍ରକାଶ ଥାଉକି, ଖଡଗେଙ୍କ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ସାଲେପୁରଠାରେ ଜନସମାବେଶରେ ଯୋଗଦେଇଥିଲେ । ଗତ ୩ ତାରିଖରେ ରାୟଗଡ଼ାକୁ ରାହୁଲଙ୍କ ଆସିବାର ଥିଲା । ହେଲେ ସେଦିନ ରାହୁଲ ନାମାଙ୍କନ କରିବାରୁ ଆସିପାରିନଥିଲେ । ଭିଡିଓ ଯୋଗେ ପ୍ରଚାର କରିଥିଲେ । ସେହିପରି ପ୍ରିୟଙ୍କା ଗାନ୍ଧିଙ୍କର ନବରଙ୍ଗରପୁରରେ ଏକ କାର୍ଯ୍ୟକ୍ରମ ହେବାର ଥିଲା । ହେଲେ ଏ ପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି ।  


  • PrameyaOdia
  • prameya
  • Odisha election 2024
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.