ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଫଡନାଭିସଙ୍କ ପତ୍ନୀଙ୍କୁ ନେଇ କହ୍ନେୟା କୁମାରଙ୍କ ବିବାଦୀୟ ବୟାନ, ବିଜେପି ଦେଲା କଡ଼ା ଜବାବ୍

ମୁମ୍ବାଇ,୧୪।୧୧:  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ବେଳେ କହ୍ନେୟା କୁମାର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ପତ୍ନୀଙ୍କ ଉପରେ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କହ୍ନେୟା କହିଛନ୍ତି, ଉପ-ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଇନଷ୍ଟାଗ୍ରାମ୍‌ରେ ରିଲ୍ସ କରିବେ ଆଉ ଆମେ ଧର୍ମ ବଞ୍ଚାଇବୁ, ଏଭଳି ହେବନି। କହ୍ନେୟାଙ୍କ ଏହି ବୟାନ ପରେ ବିବାଦ ଆରମ୍ଭ ହୋଇଛି। ବିଜେପି ମଧ୍ୟ ଆକ୍ରମଣ ଆରମ୍ଭ କରିଛି। ବିଜେପି ମୁଖପାତ୍ର ଶହଜାଦ ପୁନାଓ୍ବାଲା କହିଛନ୍ତି, ଏଭଳି ଚିନ୍ତାଧାରାକୁ କେବେ ମୁକ୍ତି ମିଳିବ ? ଏଭଳି ନୀଚ ଲୋକଙ୍କଠାରୁ ଓ କଂଗ୍ରେସକୁ ଠାରୁ ସ୍ବାଧୀନ ହେବୁ।ଏଭଳି ବ୍ୟକ୍ତି ମହାରାଷ୍ଟ୍ର ଝିଅକୁ ଘୋର ଅପମାନ କରିଛି, ଯିଏକି ଆତଙ୍କବାଦୀ ଓ ନକ୍ସଲଙ୍କ ସମର୍ଥନ କରେ।

କହ୍ନେୟା କୁମାର ନାଗପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ପଚାରି କରି କହିଥିଲେ, ଯଦି ଏହା ଧର୍ମଯୁଦ୍ଧ ଓ ଧର୍ମକୁ ବଞ୍ଚାଇବାର ପ୍ରଶ୍ନ। ଯେଉଁ ନେତା ଆପଣଙ୍କ ଆଗରେ ଧର୍ମକୁ ବଞ୍ଚାଇବାର ଭାଷଣ ଦିଅନ୍ତି, ତାଙ୍କୁ ଆପଣ ଏକ ପ୍ରଶ୍ନ ପଚାରନ୍ତୁ ଏହି ଯୁଦ୍ଧରେ ଆପଣଙ୍କ ପୁଅ ଓ ଝିଅ ଆମ ସହ ଚାଲିବେ ତ ? ଏଭଳି ନୁହେଁ ଯେ କେବଳ ଧର୍ମ ବଞ୍ଚାଇବାର କାମ ଆମର ଓ ଅକ୍ସଫୋର୍ଡ, କେମ୍ବ୍ରିଜରେ ପଢିବାର ଦାୟିତ୍ବ ଆପଣଙ୍କ ପିଲାଙ୍କର। ଯଦି ଧର୍ମ ବଞ୍ଚାଇବାର ଅଛି ତେବେ ମିଳିମିଶ ବଞ୍ଚାନ୍ତୁ। ଏଭଳି ନୁହେଁ ଯେ, ଆମେମାନେ ଧର୍ମକୁ ବଞ୍ଚାଇ ରଖିବୁ ଆଉ ସେପେଟ ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଇନଷ୍ଟାଗ୍ରାମ୍‌ରେ ରିଲ୍ସ କରିବେ।’ ଉଲ୍ଲେଖନୀୟ ଯେ, ୨୦ ନଭେମ୍ବରରେ ମହାରାଷ୍ଟ୍ରରେ ହେବାକୁ ଯାଉଛି ମତଦାନ।  ଗତ ସପ୍ତହରେ ଫଡନାଭିସ୍ ନିର୍ବାଚନ ପ୍ରଚାର ବେଳେ ବିରୋଧି ଭୋଟ ଜିହାଦ କରୁଥିବାର ଅଭିଯୋଗ କରିଥିଲେ। ସେ କହିଥିଲେ ତାଙ୍କ ବିରୋଧରେ ଆମକୁ ଧର୍ମଯୁଦ୍ଧ କରିବାକୁ ହେବ। ତେବେ ଫଡନାଭିସ୍‌ଙ୍କ ଏହି ବୟାନ ଖୁବ୍ ବିବାଦୀୟ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.