ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାତି ପାହିଲେ କାଞ୍ଜି ଅଁଳା ନବମୀ: ପୂଜା ପାଇବ ଶୁଖୁଆ

Published By : Harapriya Sethi | November 23, 2024 12:52 PM

ଭୁବନେଶ୍ୱର,୨୩/୧୧: କାଞ୍ଜି ଅଁଳା ନବମୀ ଓଷା ଓଡ଼ିଆ ଘରର ଏକ ମୁଖ୍ୟ ପରମ୍ପରା । ଏହା ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ତିଥିରେ ପଡ଼ିଥାଏ । ଚଳିତ ବର୍ଷ ରବିବାର ଏହା ପଡୁଛି । ଅର୍ଥାତ୍‌ ପ୍ରଥମାଷ୍ଟମୀ ପରଦିନ ଏହି ଓଷା ଓଡ଼ିଆ ଘରେ ପାଳନ କରାଯାଏ । ଏହି ଦିନ ଶାଶୂ ବୋହୂକୁ ପ୍ରଣାମ କରେ । କାଞ୍ଜି ପ୍ରସ୍ତୁତ କରାଯାଏ । କାଞ୍ଜିରେ ଅଁଳା ପଡ଼ିଥାଏ । ତେଣୁ ଏହାକୁ କାଞ୍ଜି ଅଁଳା ନବମୀ କହାଯାଏ । 

ଏହି ଦିନ ପିତା ଶୁଖୁଆ ପୂଜା କରାଯାଏ । ୭ଟି ପିତା ଶୁଖୁଆ ନେଇ ହଳଦୀ ପାଣିରେ ଭଲ ଭାବେ ଧୋଇ ଦିଆଯାଏ । ହଳଦୀ ରଙ୍ଗ କିମ୍ବା ନାଲି ରଙ୍ଗର ବସ୍ତ୍ର ଶୁଖୁଆକୁ ପିନ୍ଧା ଯାଇଥାଏ । କଜଳ ଲଗାଯାଏ । ଅବିବାହିତ ପୁଅ ଯେଉଁମାନଙ୍କୁ କନ୍ୟା ମିଳୁନାହାନ୍ତି ସେମାନଙ୍କ ଘରେ ଏହି ଓଷା ହୋଇଥାଏ । ସନ୍ଧ୍ୟା ଗଡ଼ିବା ପରେ ଏହି ଓଷା ହୋଇଥାଏ । ଘର ଅଗଣାରେ ଗୋଲାକାର ଖାଲଟିଏ ଖୋଳି ସେଥିରେ ପାଣି ଭର୍ତ୍ତି କରି ଛୋଟ ମାଛ ଛାଡ଼ନ୍ତି । ଏହାକୁ ଓଷା ପୋଖରୀ କୁହାଯାଏ । ପୋଖରୀ ଚାରିପଟେ ଧାନ, ଅପମାରଙ୍ଗ ଓ ସାରୁଗଛ ଲଗାଯାଏ । ପିତ୍ତଳ ଥାଳିରେ ୭ଟି ପିତା ଶୁଖୁଆ ରଖାଯାଏ । ପୋଖରୀ ମଧ୍ୟକୁ ଫୁଲ ପକାଯାଏ । କାଞ୍ଜି, ଭାତର ପ୍ରସାଦ ୬ ପରିବାରକୁ ପ୍ରଦାନ କରାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.