ମୁମ୍ବାଇ,୨୦/୧: ୧୦୪ ଦିନ ଡ୍ରାମା ପରେ ବିବାଦୀୟ ରିଆଲିଟି ଶୋ ବିଗବସ୍ ସିଜିନ ୧୮ ଉଦଯାପିତ ହୋଇଛି । ବିଗବସର ଅଷ୍ଟାଦଶ ସଂସ୍କରଣକୁ ତାର ବିଜେତା ମିଳିଛି । ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ବିଗବସର ବିଜେତା ଘୋଷଣା ହୋଇଛି । ସମସ୍ତ ୬ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କରଣ ବୀର ମେହେରା । ଅନ୍ୟତମ ପ୍ରତିଯୋଗୀ ଭିଭିଆନ ଡସେନା ପ୍ରଥମ ରନର ଅପ୍ ହୋଇଛନ୍ତି ।  ସେହିପରି ୟୁଟ୍ୟୁବର ରଜତ ଦଲାଲ ଦ୍ବିତୀୟ ରନର-ଅପ୍ ହୋଇଛନ୍ତି ।

ଫାଇନାଲକୁ ଯାଇଥିବା ଅନ୍ୟ ୩ ପ୍ରତିଯୋଗୀଙ୍କ ମଧ୍ୟରେ ଅବିନାଶ ମିଶ୍ର, ଐଶା ସିଂହ ଓ ଚୁମ ଦାରଙ୍ଗ ରହିଥିଲେ । ସମସ୍ତଙ୍କୁ ପଛରେ ପକାଇ କରଣ ବୀର ଟ୍ରଫି ଜିତିବା ସହିତ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଫାଇନାଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଚୁମ ଦାରଙ୍ଗ, ଅବିନାଶ ମିଶ୍ର ପରେ ପରେ ଅନ୍ୟ ପ୍ରତିଯୋଗୀ ବିଦା ହୋଇଥିଲେ । ଶେଷରେ ସଲମାନ ଖାନ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଭିଭିଆନ ଡସେନା ଓ ରଜତ ଦଲାଲଙ୍କୁ ପଛାରେ ପକାଇ ବିଗବସ ଟ୍ରଫି ହାତେଇଥିଲେ କରଣ ବୀର ।

ବିଗବସ୍ ବିଜୟୀ ପରେ ପ୍ରତିକ୍ରିୟା ରଖି କରଣ ବୀର କହିଛନ୍ତି, ବହୁତ ଖୁସି ଲାଗୁଛି । ଏହା ମୋର ଲକ୍ଷ୍ୟ ଥିଲା ଯାହା ଘଟିଛି । ଯେବେ ଦୁଇ ଜଣ ଟ୍ରଫି ପାଇଁ ଲଢନ୍ତି ତେବେ ତିକ୍ତାତା ଆସିବ । କିନ୍ତୁ ଭିଭିଆନ ହୃଦୟରୁ ଜଣେ ଭଲ ଲୋକ । ମୋତେ ଏତେ ଭଲ ପାଇବା ଦେଇଥିବାରୁ ଦର୍ଶକଙ୍କୁ ଧନ୍ୟବାଦ ।

ଏହା ବି ପଢନ୍ତୁ...ଶ୍ରଦ୍ଧା ମିଶ୍ରା 'ସା ରେ ଗା ମା ପା' ବିଜେତା, ଜିତିଲେ ଟ୍ରଫି ସହ ୧୦ ଲକ୍ଷ କ୍ୟାସ୍


ଫାଇନାଲରେ ଆମିର ଖାନଙ୍କ ସମେତ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ରୋହିତ ସେଟ୍ଟୀଙ୍କ ଆଡଭେଞ୍ଚର ରିୟଲିଟି ଶୋ 'ଖତରୋଁ କି ଖିଲାଡି-୧୪' ଜିତିବା ପରେ କରଣ ବୀର ବିଗବସରେ ପ୍ରବେଶ କରିଥିଲେ । ଚଳିତ ସିଜିନରେ ସେ ସବୁଠୁ ଲୋକପ୍ରିୟ ପ୍ରତିଯୋଗୀ ଭାବେ ସମସ୍ତଙ୍କ ନଜରକୁ ଆସିଥିଲେ ।