ଭୁବନେଶ୍ବର,୨୪।୧ : ଆସିଲେଣି ସାଧୁସନ୍ଥ । ଜମିବ ଖଣ୍ଡଗିରି କୁମ୍ଭ ମେଳା। ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। କିଛି ସାଧୁସନ୍ଥ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇ ରବିବାର ଖଣ୍ଡଗିରି ଫେରିବା ପରେ ଦିନ ବେଳା ଜାଗମରା ଗାଁ ରୁ ମା’ ବାରଭୂଜା ମନ୍ଦିର ଯାଏ କଳସ ଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେବ ଖଣ୍ଡଗିରି। ସନ୍ଧ୍ୟାରେ ଅନନ୍ତକେଶରୀ ଦେବ ଠାକୁର ମେଳା ସ୍ଥାନକୁ ବିରାଜିବେ।
ରବିବାର ମାଘ ସପ୍ତମୀ ଖଣ୍ଡଗିରି କୁମ୍ଭ ମେଳା। ରାଜ୍ୟର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଆସିବା ସହିତ ଛତିଶଗଡ଼, ଉତ୍ତର ପ୍ରଦେଶ ଓ ହିମାଞ୍ଚଳ ପ୍ରଦେଶରୁ ମଧ୍ୟ ଆସିଲେଣି ସାଧୁମାନେ। ବିଶ୍ଵ ଶାନ୍ତି ପାଇଁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବର୍ଷ ଦେଶର ଅନେକ ଆଖଡ଼ାରୁ ଏହି ସାଧୁସନ୍ଥମାନେ ଆସିଥାନ୍ତି। ଆଉ ଏଥର ମଧ୍ୟ ଆସୁଛନ୍ତି। ବିଏମସି ଦ୍ଵାରା ସାଧୁମାନଙ୍କ ପାଇଁ ଟେଣ୍ଟ ପ୍ରସ୍ତୁତ କରାଯାଉଥିବା ବେଳେ ସାଧୁମାନେ ନିଜ ନିଜର ଯଜ୍ଞ କୁଣ୍ଡ ତିଆରି କରୁଛନ୍ତି। କିଛି ସାଧୁସନ୍ଥ କୋଣାର୍କ ଚନ୍ଦ୍ରଭାଗା ରେ ବୁଡ଼ ପକାଇ ରବିବାର ଖଣ୍ଡଗିରିକୁ ଆସିବେ ବୋଲି ଜଣାପଡିଛି। ସବୁ ସାଧୁ ସନ୍ଥ ଆସିବା ପରେ ଦିନ ବେଳା ଜାଗମରା ଗାଁ ରୁ ମା ବାରଭୂଜା ମନ୍ଦିର ଯାଏ କଳସ ଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେବ ଖଣ୍ଡଗିରି। ସନ୍ଧ୍ୟା ରେ ଅନନ୍ତକେଶରୀ ଦେବ ଠାକୁର ମେଳା ସ୍ଥାନକୁ ବିରାଜିବେ। ଚଳିତ ମେଳା ରେ ବ୍ରାହ୍ମ ମୁହୂର୍ତ୍ତରୁ ମାଇକ ଯୋଗେ ଭଜନ କୀର୍ତ୍ତନ ପରିବେଷଣ କରାଯିବ ନାହିଁ। ଏହା ବଦଳରେ ବ୍ରହ୍ମଚାରୀ ଓ ନୈଷ୍ଠିକ ବ୍ରାହ୍ମଣ ମାନେ ୪ ବେଦ ପାଠ କରିବେ ।
ବିଏମସି ପକ୍ଷରୁ ସାଧୁ ଙ୍କ ରହଣି ପାଇଁ ପ୍ରସ୍ତୁତ କରାଯାଇଛି ଟେଣ୍ଟ। ସାଧୁଙ୍କ ପାଇଁ ଲାଇଟ୍, ପିଇବା ପାଣି, ଶୌଚାଳୟ ବ୍ୟବସ୍ଥା କରାଯାଇଛି। ତେବେ ରାଜ୍ୟ ବାହାରୁ ଆସୁଥିବା ସାଧୁ ମାନେ ନିଜେ ଯଜ୍ଞ କୁଣ୍ଡ ତିଆରି କରିବା ସହିତ ଖୋଲା ଆକାଶ ତଳେ ବସିବେ। ସେମାନେ ବସିବାକୁ ଥିବା ଆସ୍ଥାନକୁ ପ୍ରସ୍ତୁତ କରି ସାରିଛନ୍ତି।
ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ମେଳାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ମୁଖ୍ୟ ମନ୍ତ୍ରୀ ଆସିଲେ ବାଲିଯାତ୍ରା ଭଳି ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ଦାବି ପତ୍ର ଦିଆଯିବ ବୋଲି ଜଣାପଡିଛି।
ଆହୁରି ପଢନ୍ତୁ : ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ, ରାତି ୪ଟା୪୧ରେ ତିନି ଠାକୁରଙ୍କ ମହାସ୍ନାନ