କେନ୍ଦୁଝର ସଦର, ୨୯/୧୨ : ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ରେଳ ସୁରକ୍ଷା ସମ୍ମାନ ଉତ୍ସବ ଅନୁଷ୍ଠିତ। ଖୋର୍ଦ୍ଧା ମଣ୍ଡଳର ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସମୟରେ ଉପସ୍ଥିତ ବୁଦ୍ଧି ଓ ସତର୍କତା ଅବଲମ୍ବନ କରି ଦୁର୍ଘଟଣା ଏଡାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ।

କେନ୍ଦୁଝରରୁ ରେଳ ଚାଳକ ନବୀନ କୁମାର ପଲେଇ, ଖୋର୍ଦ୍ଧାର ଏକେ ବଳିଆରସିଂ, ରାଜାଆଠଗଡ଼ର ଟ୍ରାକ୍ ମେଣ୍ଟେନର ନିରଞ୍ଜନ ରଣା ଓ ପ୍ରଦୀପ କୁମାର ସାହୁ, ଅନୁଗୁଳର ପ୍ରକାଶ ଚନ୍ଦ୍ର ବିଶ୍ୱାଳ ଓ ଗୋଖର ବେହେରା ଏବଂ ରାହାମାର ମନୋଜ କୁମାର ହାଁସଦାଙ୍କୁ ମାନପତ୍ର ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମଣ୍ଡଳସ୍ତରୀୟ ସୁରକ୍ଷା ବିଭାଗର ମୁଖ୍ୟଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିବା ବେଳେ ଏପରି ଏକ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ରେଳ କର୍ମଚାରୀଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଏହି ଖବରଟିକୁ ପଢନ୍ତୁ- ୧୫ ଦିନ ହେଲା ସୋରଡ଼ା ପୋଷ୍ଟ ଅଫିସ୍ ଠପ୍, ଧାରଣାରେ ବସିଲେ ଲୋକେ