କଟକ,୧୨/୩: ରାଜ୍ୟର ଅଧିକାଂଶ କିଡ୍‌ନୀ ଫେଲ୍ୟୁଅର୍‌ ରୋଗୀ ଏବେ ଏସ୍‌ସିବି ମୁହାଁ । ଡାଏଲିସିସ୍‌ ହେଉ କିମ୍ବାକିଡ୍‌ନୀ ରୋଗର ଅନ୍ୟ ଉନ୍ନତ ଚିକିତ୍ସାବା ପ୍ରତିରୋପଣ(ଟ୍ରାନ୍ସପ୍ଲାଣ୍ଟ), ଏସ୍‌ସିବି ଉପରେ ଭାର ଦିନକୁ ବଢ଼ିବାରେ ଲାଗିଛି । ଆଉଟ୍‌ଡୋର୍‌ରେ ଡାକ୍ତରୀ ପରାମର୍ଶ ପାଇଁ ରାତି ଅଧରୁ କିଡ୍‌ନୀ ରୋଗୀ ଟିକେଟ୍‌ କାଉଣ୍ଟର ପାଖରେ ଧାଡ଼ି ଲଗାଉ ଥିବାବେଳେ ୱାର୍ଡରେ ଚିକିତ୍ସା ପାଇଁ ରୋଗୀ ବାରଣ୍ଡାରେ ପଡ଼ୁଛନ୍ତି । ସେହିପରି କିଡ୍‌ନୀ ଫେଲ୍ୟୁଅର୍‌ ରୋଗୀଙ୍କୁ ଡାଏଲିସିସ୍‌ ପାଇଁ ୪/୫ଦିନ କାଳ ଅପେକ୍ଷାରେ ରହିବାକୁ ପଡ଼ୁଛି । ଯେଉଁ କିଛି ହାତଗଣତି ରୋଗୀ ଉକ୍ତ ଚିକିତ୍ସା ସୁବିଧା ପାଉଛନ୍ତି, ଡାଏଲିସିସ୍‌ ପରେ ସେମାନେ ବେଡ୍‌ନପାଇ ଚଟାଣରେ ଶୋଉଛନ୍ତି । 

ରାଜ୍ୟର ସବୁଠୁ ବଡ଼ ସରକାରୀ ହସପିଟାଲ ହୋଇଥିଲେ ହେଁଏଠାରେ ଭିତ୍ତିଭୂମିର ସଂକଟ ସହ ଔଷଧ ଅଭାବଓ କିଡ୍‌ନୀ ବାୟୋପ୍‌ସି ଭଳି ପରୀକ୍ଷା ନିରୀକ୍ଷାସୁବିଧା ନଥିବାରୁ ରୋଗୀଙ୍କ ଜୀବନ ବାଜି ଲାଗୁଛି । ରେକର୍ଡ ଅନୁସାରେ, ୨୦୨୪ରେ ଏସ୍‌ସିବି ମେଡିକାଲ୍‌ର ନେଫ୍ରୋଲୋଜି ବିଭାଗର ଆଉଟ୍‌ଡୋର୍‌କୁ୪୧ ହଜାର ୨୨୬ ଜଣ କିଡ୍‌ନୀ ରୋଗୀ ଆସିଥିଲେ ।ଏଥିରୁ ୮ ହଜାର ୨୫୬ ଜଣ ଆଡମିସନ୍‌ ହୋଇଥିବାବେଳେ ୧୪ ହଜାର ୮୬୯ ଜଣ ରୋଗୀ ନିୟମିତବ୍ୟବଧାନରେ ଡାଏଲିସିସ୍‌ ସେଣ୍ଟରରେ ହେମୋଡାଏଲିସିସ୍‌ କରାଇଥିଲେ । ସେହିପରି ୨୦୨୫ରେଆଉଟ୍‌ଡୋରକୁ ୪୪ ହଜାର ୮୨୯ ରୋଗୀଆସିଥିଲେ । ଏଥିରୁ ୭ ହଜାର ୨୯୪ ରୋଗୀଆଡମିସନ୍‌ ହୋଇଥିବା ବେଳେ ୧୫ ହଜାର ୭୭୯ଜଣଙ୍କର ଡାଏଲିସିସ୍‌ ହୋଇଥିଲା । ଏହା ବାଦ୍‌ ୫୦ଜଣ କିଡ୍‌ନୀ ଫେଲ୍ୟୁଅର ରୋଗୀ ନିଜ ଅସୁବିଧା ଯୋଗୁଁଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ଡାଏଲିସିସ ନକରିଏଠାରୁ ଫ୍ଲୁଇଡ୍‌ ଓ ଅନ୍ୟାନ୍ୟ ଉପକରଣ ନେଇ ଘରେସିଏପିଡି ଡାଏଲିସିସ୍‌ କରାଉଥିବା ସୂଚନା ମିଳିଛି ।

ବିଶେଷଜ୍ଞଙ୍କ ମତରେ ବିନା ଡାଏଲିସିସ୍‌ରେ କିଡ୍‌ନୀ ଫେଲ୍ୟୁଅର ରୋଗୀ ବଞ୍ଚିବା ଅସମ୍ଭବ ।ରୋଗୀ ସଂଖ୍ୟା ବଢ଼ୁଥିବାରୁ ଏସ୍‌ସିବିରେ ବର୍ଷକୁ ବର୍ଷ ଡାଏଲିସିସ୍‌ ସୁବିଧା ଅଧିକରୁ ଅଧିକ ଦରକାରପଡ଼ୁଛି । ମାତ୍ର ବିଭାଗରେ ଭିତ୍ତିଭୂମି ବଢ଼ୁନାହିଁ ।ଏସ୍‌ସିବିରେ ମାତ୍ର ୧୩ଟି ଡାଏଲିସିସ୍‌ ମେସିନ୍‌ରହିଛି । ଦିନକୁ ଡାଏଲିସିସ୍‌ ପାଇଁ ୭୦ ରୋଗୀଆସୁଥିଲେ ହେଁ ମାତ୍ର ୪୦ ଜଣ ଚିକିତ୍ସା ସୁବିଧାପାଉଛନ୍ତି । ୩୦ ଜଣ ପ୍ରତିଦିନ ନିରାଶ ହୋଇ ଫରୁଛନ୍ତି । ଏପରିସ୍ଥଳେ କିଡ୍‌ନୀ ଫେଲ୍ୟୁଅରରୋଗୀଙ୍କୁ ଡାଏଲିସିସ୍‌ ଚିକିତ୍ସା ସୁବିଧା ପାଇବା ପାଇଁସଂଘର୍ଷ କରିବାକୁ ପଡ଼ୁଛି । ଡାଏଲିସିସ ପାଇଁ ୪/୫ଦିନ କାଳ ଅପେକ୍ଷା ଏବଂ ଚିକିତ୍ସା ପରେ ପୁଣି ରୋଗୀବାରଣ୍ଡା ଓ ଚଟାଣରେ ପଡ଼ୁଥିବାରୁ ସଂକ୍ରମଣ ଆଶଙ୍କାରହୁଛି । 

ନେଫ୍ରୋଲୋଜି ବିଭାଗରେ ୬୦ଟି ବେଡ୍‌ରହିଛି । ରୋଗୀ ଯେଉଁ ହାରରେ ବଢ଼ୁଛନ୍ତି ସେଇତୁଳନାରେ ଏଠାରେ ଭିତ୍ତିଭୂମି ନାହିଁ । ପୂର୍ବରୁ ତିନିଜଣ ପ୍ରଫେସର ଥିବା ବେଳେ ଜଣେ ଆସୋସିଏଟ୍‌ପ୍ରଫେସର, ୪ ଜଣ ଆସିଷ୍ଟାଣ୍ଟ ପ୍ରଫେସରନିୟୋଜିତ ଥିଲେ । ମାତ୍ର ଏବେ ଜଣେ ପ୍ରଫେସରଥିବା ବେଳେ ଆସୋସିଏଟ୍‌ ପ୍ରଫେସର ପଦବିସମେତ ୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବି ଖାଲିପଡ଼ିଛି । ସେହିପରି ନର୍ସିଂ ଅଫିସର ଓ ଡାଏଲିସିସ୍‌ଟେକ୍ନିସିଆନ୍‌ ମଧ୍ୟ ଅଭାବ । ଡାଏଲିସିସ ବେଡ୍‌ ଓମେସିନ୍‌ ସମେତ ବିଶେଷଜ୍ଞ ଅଭାବ ସମସ୍ୟା ଯୋଗୁଁକିଡ୍‌ନୀ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଛି ।ପୂର୍ବରୁ ଏସ୍‌ସିବିରେ ଦିନକୁ ୮୦ରୁ ଅଧିକ ରୋଗୀଙ୍କଡାଏଲିସିସ୍‌ ହୋଇପାରୁଥିବା ବେଳେ ଏବେ ତାହାକମି କମି ଦିନକୁ ମାତ୍ର ୪୦ ଜଣଙ୍କ ଚିକିତ୍ସା ହେଉଛି ।

ଆହୁରି ପଢନ୍ତୁ- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଜୀବଜନ୍ତୁଙ୍କ ପ୍ରଜାତି ସଂଖ୍ୟା ୧୭୮କୁ ବୃଦ୍ଧି

ମଧୁମେହ ଓ ଉଚ୍ଚ ରକ୍ତଚାପ ଘାତକ

 ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ବିଶ୍ୱ କିଡ୍‌ନୀ ଦିବସ ଭାବେ ପାଳିତ ହୋଇଆସୁଛି । କିଡ୍‌ନୀ ବା ବୃକକ୍‌କୁ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହେଉଛି । ତଥାପି ସଚେତନତାର ଅଭାବ ଯୋଗୁଁ ରାଜ୍ୟରେ କିଡ୍‌ନୀ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତରେ ଜୀବନ ଶୈଳୀରେ ଦ୍ରୁତ ପରିବର୍ତ୍ତନ, ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ କିଡ୍‌ନୀ ଉପରେ କୁପ୍ରଭାବ ପକାଉଛି । ଖାଦ୍ୟରେ ଅତ୍ୟଧିକ କେମିକାଲ୍‌ ବ୍ୟବହାର ଓ ବାୟୁ ପ୍ରଦୂଷଣ ମଧ୍ୟ କିଡ୍‌ନୀ ପାଇଁ ହାନିକାରକ ସାବ୍ୟସ୍ତ ହେଉଛି ।