ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ତାଲିକା : ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନ, ବାରବାଟ-କଟକରୁ ସୋଫିଆ
  • ||
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଡାଏମଣ୍ଡ ଲିଗ୍‌ରେ ପଦାର୍ପଣ କରିବେ କିଶୋର, ଦୋହା ଡାଏମଣ୍ଡ ଲିଗ୍‌ରୁ ସିଜନ ଆରମ୍ଭ କରିବେ ନୀରଜ

ବେଙ୍ଗାଲୁରୁ,୨୯/୦୩: ଓଡ଼ିଶାର ଜାଭେଲିନ ବିସ୍ମୟ କିଶୋର କୁମାର ଜେନା ଚଳିତ ବର୍ଷ ଡାଏମଣ୍ଡ ଲିଗ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି । ଆଗାମୀ ଦୋହା ଡାଏମଣ୍ଡ ଲିଗ୍‌ ଜରିଆରେ ସେ  ଅଭିଯାନ ଆରମ୍ଭ କରିବେ । ମେ ମାସ  ୧୦ ତାରିଖରୁ ଡାଏମଣ୍ଡ ଲିଗ୍‌ ସିଜନ  ଆରମ୍ଭ ହେବ । ଅଲିମ୍ପିକ୍‌ ଚାମ୍ପିଅନ୍‌  ନୀରଜ ଚୋପ୍ରା ମଧ୍ୟ ଏହି ପ୍ରତିଯୋଗିତା  ଜରିଆରେ ମଇଦାନକୁ ଓହ୍ଲାଇବେ ।  

ଗତ ବର୍ଷ କିଶୋର ନୂଆ ତାରକା  ଭାବେ ଲୋକଲୋଚନକୁ ଆସିଥିଲେ ।  ହାଙ୍ଗଝୌ ଏସିଆଡରେ ସେ ୮୭.୫୪  ମିଟର ଜାଭେଲିନ୍‌ ଫିଙ୍ଗି ରୌପ୍ୟ ପଦକ  ହାସଲ କରିଥିଲେ । ବୁଦାପେଷ୍ଟ ବିଶ୍ୱ  ଚାମ୍ପିଅନ୍‌ସିପ୍‌ରେ ମଧ୍ୟ କିଶୋରଙ୍କ  ପ୍ରଦର୍ଶନ ଦର୍ଶନୀୟ ରହିଥିଲା । ଅବଶ୍ୟ  ତାଙ୍କୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ  ପଡ଼ିଥିଲା । କିଶୋର ସମ୍ପ୍ରତି ଅଷ୍ଟ୍ରେଲିଆର  ଗୋଲ୍ଡକୋଷ୍ଟରେ ପ୍ରଶିକ୍ଷଣ ନେଉଛନ୍ତି ।  

ଦୋହା ଡାଏମଣ୍ଡ ଲିଗ୍‌ରେ ଜାଭେଲିନ୍‌  ଥ୍ରୋ ଇଭେଣ୍ଟ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା  ଆଶା କରାଯାଉଛି । ନୀରଜ ଓ କିଶୋରଙ୍କ  ବ୍ୟତୀତ ଚେକ୍‌ ଗଣରାଜ୍ୟର ଜାକୁବ  ଭାଲଡେଜ ଓ ଗ୍ରେନାଡାର ଆଣ୍ଡରସନ  ପିଟର୍ସ ମଧ୍ୟ ଭାଗ ନେଉଛନ୍ତି । ଅନ୍ୟମାନଙ୍କ  ମଧ୍ୟରେ ୟୁରୋପୀୟ ଚାମ୍ପିଅନ୍‌ ଜୁଲିଆନ ୱେବର, ଓଲିଭର ହେଲାଣ୍ଡର, କତାର  ପ୍ରତିଯୋଗୀ ଅହମ୍ମଦ ବଦର ମାଗୌର, ବିଶ୍ୱ  ୟୁନିଭରସିଟି କ୍ରୀଡ଼ା ଚାମ୍ପିଅନ୍‌ ଲିଥୁଆନିଆର  ଏଡିସ ମାତୁସେଭିସିୟସ, ଏସୀୟ କ୍ରୀଡ଼ା  ବ୍ରୋଞ୍ଜ ପଦକ ବିଜେତା ଜାପାନର  ଗେନକି ଡିନ ପ୍ରମୁଖ ଭାଗ ନେବେ ।  

ୱେବରଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୯.୫୪ ମିଟର ରହିଛି ।  ସେହିପରି ହେଲାଣ୍ଡରଙ୍କ ଶ୍ରେଷ୍ଠ ପ୍ରଦର୍ଶନ  ୮୯.୮୩ମିଟର, ବଦରଙ୍କ ପ୍ରଦର୍ଶନ  ୮୫.୨୩ ମିଟର, ମାତୁସେଭିସିୟସଙ୍କ  ପ୍ରଦର୍ଶନ ୮୯.୧୭ମିଟର ଓ ଡିନଙ୍କ  ପ୍ରଦର୍ଶନ ୮୪.୨୮ ମିଟର ରହିଛି ।  

ପିଟର୍ସଙ୍କ ପ୍ରତ୍ୟାବର୍ତ୍ତନ ଦର୍ଶକଙ୍କ  ଉତ୍କଣ୍ଠା ବଢାଇବ । ସେ ୨୦୨୨ରେ  ୯୩.୦୭ ମିଟର ଦୂର ଜାଭେଲିନ୍‌  ଫିଙ୍ଗି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ।  ଜାଭେଲିନ୍‌ ଥ୍ରୋ ଇତିହାସରେ ଏହା  ପଞ୍ଚମ ଶ୍ରେଷ୍ଠ ଥ୍ରୋ ରହିଥିଲା ।  

ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍‌  ଆୟୋଜିତ ହେବ । ଜାଭେଲିନ୍‌  ଟାଇଟଲ ବଜାୟ ରଖିବା ପ୍ରଥମ ସ୍ୱପ୍ନ  ବୋଲି ନୀରଜ ପ୍ରକାଶ କରିଛନ୍ତି ।  ସେ କହିଛନ୍ତି, ଚଳିତ ବର୍ଷ ଅଲିମ୍ପିକ୍‌  ଟାଇଟଲ ବଜାୟ ରଖିବା ମୋର ପ୍ରଥମ  ଲକ୍ଷ୍ୟ ହେବ । ଏଥିସହ ୯୦ମିଟର  ଥ୍ରୋ’ ଲକ୍ଷ୍ୟ ମଧ୍ୟ ପୂରଣ କରିବି ।  ଦୋହା ଏଥିପାଇଁ ଉପଯୁକ୍ତ ସ୍ଥାନ ହେବ ।  ସୂଚନାଯୋଗ୍ୟ, ନୀରଜଙ୍କ ବ୍ୟକ୍ତିଗତ  ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.