ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

IPL 2024: ସନ୍ଧ୍ୟାରେ ସୁପରକିଙ୍ଗ୍‌ସ-ସନରାଇଜର୍ସ ମଧ୍ୟରେ ଲଢ଼େଇ, ଚିପକରେ ହେବ ରନ୍‌ ବର୍ଷା

ଚେନ୍ନାଇ,୨୮/୦୪: ରବିବାର ରାତ୍ରିରେ ଘରୋଇ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଉପଲ୍‌ ଭଳି ଚିପକ ଷ୍ଟାଡ଼ିୟମ୍‌ରେ ମଧ୍ୟ ଛକା, ଚୌକା  ବର୍ଷା ହେବା ନିଶ୍ଚିତ । ୧୦ ପଏଣ୍ଟ  ହାସଲ କରିସାରିଥିବା ସନରାଇଜର୍ସ ଶେଷ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ଠାରୁ ପରାଜିତ ହୋଇଥିଲା । ସେହିପରି ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ ଲଗାତର ୨ଟି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଠାରୁ  ପରାଜିତ ହୋଇଛି । ୮ଟି ମ୍ୟାଚ୍‌ ଖେଳିଥିବା  ସୁପରକିଙ୍ଗ୍‌ସ ମୋଟ୍‌ ୮ପଏଣ୍ଟ ସହ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି ।  

ଉଭୟ ଦଳ ଗତ ୫ ତାରିଖରେ ପରସ୍ପରକୁ ଭେଟିଥିଲେ । ସନରାଇଜର୍ସ ଉକ୍ତ ମ୍ୟାଚ୍‌କୁ ୬ୱିକେଟ୍‌ରେ ଜିତିଥିଲା । ଏଥର ସୁପରକିଙ୍ଗ୍‌ସ ପୂର୍ବ ପରାଜୟର  ପ୍ରତିଶୋଧ ନେବ । ବର୍ତ୍ତମାନ ପ୍ରଦର୍ଶନକୁ ନେଇ ଉଭୟ ଦଳର ତ୍ରୁଟି ବାହାର  କରିବା ସମ୍ଭବ ନୁହେଁ । ଉଭୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରୁଛନ୍ତି ।  

ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଥିବା ସନରାଇଜର୍ସକୁ  ଅଟକାଇବା ପାଇଁ ସୁପରକିଙ୍ଗ୍‌ସ ରବିବାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଆଶା କରାଯାଉଛି । ବିଶେଷ କରି ପାୱାର ପ୍ଲେରେ ସ୍ପିନରଙ୍କୁ ବୋଲିଂ  କରାଇ ଟ୍ରେଭିସ୍‌ ହେଡ୍‌ ଓ ଅଭିଷେକ ଶର୍ମାଙ୍କୁ ସହଳ ଆଉଟ୍‌ କରିବାକୁ  ସୁପରକିଙ୍ଗ୍‌ସ ଯୋଜନା କରିବ । ସନରାଇଜର୍ସ ବୋଲିଂ ବିଭାଗରେ ବିଭିନ୍ନତା  ରହିଥିବାରୁ ସୁପରକିଙ୍ଗ୍‌ସ ବ୍ୟାଟରଙ୍କୁ ଏଥିପ୍ରତି ସତର୍କ ରହିବାକୁ ହେବ । 

ରବିବାର ଉଭୟ ଦଳ ଏକାଦଶ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ସ୍ପିନରମାନେ ପିଚ୍‌ର ଫାଇଦା ଉଠାଇ  ପାରିବେ। ଟସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ରାତିରେ କାକର ଯୋଗୁଁ ବ୍ୟାଟିଂ  ସହଜ ହେବ। ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଏକାଦଶ

ସୁପରକିଙ୍ଗ୍‌ସ: ଋତୁରାଜ ଗାଏକୱାଡ୍‌(ଅଧିନାୟକ),  ଅଜିଙ୍କ୍ୟ ରାହାଣେ, ଡାରିଲ ମିଚେଲ, ରବିନ୍ଦ୍ର ଜାଡେଜା, ଶିବମ ଦୁବେ,  ମୋଇନ ଅଲି, ମହେନ୍ଦ୍ର ସିଂହ ଧୋନି, ଦୀପକ ଚହର, ତୁଷାର ଦେଶପାଣ୍ଡେ,  ମୁସ୍ତାଫିଜୁର ରେହମାନ, ମଥିଶା ପତିରଣା । (ଇମ୍ପାକ୍ଟ ପ୍ଲୟାର: ସର୍ଦୁଲ ଠାକୁର) । 

ସନରାଇଜର୍ସ : ଅଭିଷେକ ଶର୍ମା, ଟ୍ରେଭିସ୍‌ ହେଡ୍‌, ଆଡେନ  ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ନିତିଶ କୁମାର ରେଡ୍ଡୀ, ସାହବାଜ ଅହମ୍ମଦ, ପ୍ୟାଟ୍‌ କମିନ୍ସ(ଅଧିନାୟକ), ଭୁବନେଶ୍ୱର କୁମାର,  ଜୟଦେବ ଉନାକାତ, ମୟଙ୍କ ମାର୍କଣ୍ଡେ । (ଇମ୍ପାକ୍ଟ ପ୍ଲେୟାର: ଟି ନଟରାଜନ) ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.