ପ୍ରମୂଖ ଖବର

ଓ୍ବିଲ୍‌ ଜ୍ୟାକ୍‌ଙ୍କ ଶତକରେ ବିଜୟୀ ଆରସିବି; ମାତ୍ର ୧୬ ଓଭରରେ ଗୁଜରାଟକୁ ଦେଲା ମାତ୍‌

ଅହମ୍ମଦାବାଦ,୨୮/୦୪: ଆଇପିଏଲ୍‌ ୨୦୨୪ର ୪୫ ତମ ମ୍ୟାଚ୍‌ ଆରସିବି ଓ ଗୁଜରାଟ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ତମାମ ମୁକାବିଲାରେ ମାତ୍ର ୧୬ ଓଭରରେ ବିଜୟ ହାସଲ କରିଛି ଆରସିବି। ପ୍ରଥମେ ବ୍ୟାଟିଂ କରି ଆରସିବିକୁ ୨୦୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ଗୁଜରାଟ। ତେବେ ଗୁଜରାଟର ଟାର୍ଗେଟକୁ ମାତ୍ର ୧୬ ଓଭରରେ ଗୋଟିଏ ଓ୍ବିକେଟ ହରାଇ ହାସଲ କରିଛି ବେଙ୍ଗାଲୁରୁ। 

ବେଙ୍ଗାଲୁରୁ ପକ୍ଷରୁ ଓ୍ବିଲ୍‌ ଜ୍ୟାକ୍‌ ୧୦୦ ରନ୍‌ର ଶତକୀୟ ପାଳି ଖେଳିଥିଲେ। ସେ ୪୧ଟି ବଲ୍‌ ଖେଳି ତାଙ୍କ ସ୍କୋର୍‌କାର୍ଡରେ ୫ଟି ଚୌକା ଓ ୧୦ଟି ଛକା ଯୋଡ଼ି ଅପରାଜିତ ରହିଛନ୍ତି। ଏଥିସହିତ ବିରାଟ କୋହଲି ମଧ୍ୟ ୪୪ ବଲ୍‌ ଖେଳି ୬ ଚୌକା ୩ ଛକା ମାଧ୍ୟମରେ ୭୦ ରନ୍‌ର ଦମଦାର ପାଳି ଖେଳିଛନ୍ତି। ସେପଟେ ଅଧିନାୟକ ଫାପ୍‌ ଡୁ ପ୍ଳେସିସ୍‌ ୧୨ ବଲ୍‌ରେ ଗୋଟିଏ ଚୌକା ଓ ୩ଟି ଛକା ସହିତ ୨୪ ରନ୍‌ କରି ପାଭିଲିୟନ ଫେରିଥିଲେ। ସେପଟେ ଗୁଜରାଟ ପକ୍ଷରୁ ମୋହିିତ ଶର୍ମା ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୨ ଓଭରରେ ୪୧ ରନ୍‌ ଦେଇଥିବା ବେଳେ ସାଇ କିଶୋର ୩ ଓଭର ବୋଲିଂ କରି ୩୦ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ।

ଗୁଜରାଟ ବ୍ୟାଟିଂ: 

ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ୍‌ କରିଥିଲା। ଟିମ୍‌ ପକ୍ଷରୁ ସାଇ ସୁଦର୍ଶନ ୮୪ ରନ୍‌ର ଏକ ଦମ୍‌ଦାର୍‌ ପାଳି ଖେଳିଛନ୍ତି। ସେ ୪୯ ବଲ୍‌ରେ ୮ ଚୌକା ଓ ୪ ଛକା ସହିତ ୮୪ ରନ୍‌ କରି ଅପରାଜିତ ରହିଛନ୍ତି। ସେହିପରି ଶାହାରୁଖ ଖାନ୍‌ ମଧ୍ୟ ୫୮ ରନ୍‌ର ଏକ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଡେଭିଡ୍‌ ମିଲର ୨୬ ରନ୍‌ କରି ଅପରାଜିତ ରହିଥିବା ବେଳେ ଶୁବମନ ଗିଲ୍‌ ୧୬ ରନ୍‌ କରି ପାଭଳିଲିୟନ ଫେରିଥିଲେ। 

ଆରସିବି ବୋଲିଂ:

 ଆରସିବି ପକ୍ଷରୁ ବୋଲିଂରେ ସ୍ବପ୍ରିଲ ସିଂ ୩ ଓଭରରେ ୨୩ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୪ ଓଭର ବୋଲିଂ କରି ୩୪ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ। ମାକ୍ସଓ୍ବେଲଙ୍କୁ ମଧ୍ୟ ଗୋଟିଏ ସଫଳତା ମିଳିଥିଲା।


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.