ଅହମ୍ମଦାବାଦ,୨୮/୦୪: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୪ର ୪୫ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ। ତେବେ ଏହି ମୁକାବିଲାରେ ପ୍ରଥମେ ଗୁଜରାଟ ବ୍ୟାଟିଂ କରି ଆରସିବି ଆଗରେ ୨୦୧ରନ୍ର ବିଜୟ ଲକ୍ଷ୍ୟ ରଖିଛି।
ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ୍ କରିଛି। ଟିମ୍ ପକ୍ଷରୁ ସାଇ ସୁଦର୍ଶନ ୮୪ ରନ୍ର ଏକ ଦମ୍ଦାର୍ ପାଳି ଖେଳିଛନ୍ତି। ସେ ୪୯ ବଲ୍ରେ ୮ ଚୌକା ଓ ୪ ଛକା ସହିତ ୮୪ ରନ୍ କରି ଅପରାଜିତ ରହିଛନ୍ତି। ସେହିପରି ଶାହାରୁଖ ଖାନ୍ ମଧ୍ୟ ୫୮ ରନ୍ର ଏକ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଡେଭିଡ୍ ମିଲର ୨୬ ରନ୍ କରି ଅପରାଜିତ ରହିଥିବା ବେଳେ ଶୁବମନ ଗିଲ୍ ୧୬ ରନ୍ କରି ପାଭଳିଲିୟନ ଫେରିଥିଲେ।
ସେପଟେ ଆରସିବି ପକ୍ଷରୁ ବୋଲିଂରେ ସ୍ବପ୍ରିଲ ସିଂ ୩ ଓଭରରେ ୨୩ ରନ୍ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୪ ଓଭର ବୋଲିଂ କରି ୩୪ ରନ୍ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ। ମାକ୍ସଓ୍ବେଲଙ୍କୁ ମଧ୍ୟ ଗୋଟିଏ ସଫଳତା ମିଳିଥିଲା।