ମୁମ୍ବାଇ,୨/୪ : କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଇଶାନ କିଶାନଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ । ଏହି ମ୍ୟାଚ୍ ଲାଗି କୋଲକାତା ଚୁଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ହାଇଦ୍ରାବାଦରେ ଏକ ପରିବର୍ତ୍ତନ ହୋଇଛି ।
ଯଦି ଆମେ ଆଜିର ମ୍ୟାଚ୍ ଉପରେ ନଜର ପକାଇବା, ଚଳିତ ଆଇପିଏଲ୍ର ଷଷ୍ଠ ଲିଗ୍ ମୁକାବିଲାରେ ଆଜି କୋଲକାତା ଓ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଦେଖାଯାଉଛି ।
ହାଇଦ୍ରାବାଦ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁଠାରୁ ୬ ୱିକେଟ୍ରେ ପରାଜିତ ହୋଇଥିଲା । କୋଲକାତା ମଧ୍ୟ ୬ୱିକେଟ୍ରେ ୫ଥର ଚାମ୍ପିଅନ ମୁମ୍ବାଇ ବିପକ୍ଷରେ ପରାଜୟର ସାମ୍ନା କରିଥିଲା । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ଚିତ୍ତାକର୍ଷକ ବ୍ୟାଟିଂ କରିଥିଲେ ହେଁ ବୋଲିଂରେ ବିଫଳ ହୋଇଥିଲେ । ଇଡେନ ଗାର୍ଡେନ୍ସରେ ମ୍ୟାଚ ଖେଳାଯାଉଥିବାରୁ ଘରୋଇ କୋଲକାତାର ପଲା ଭାରି ରହିବା ଆଶା କରାଯାଉଛି । ମାତ୍ର ହାଇଦ୍ରାବାଦ ପୂର୍ବ ବର୍ଷର ପ୍ରଦର୍ଶନକୁ ଦୋହରାଇବାକୁ ପ୍ରସ୍ତୁତ ରହିଛି । ପୂର୍ବ ରେକର୍ଡକୁ ଦେଖିଲେ କୋଲକାତାର ବିଜୟ ସମ୍ଭାବନା ଅଧିକ । ଉଭୟ ଦଳ ପରସ୍ପରକୁ ୩୦ଥର ଭେଟିଛନ୍ତି । ଏଥିରୁ କୋଲକାତା ୨୦ଟି ମ୍ୟାଚ ଜିତିଥିବାବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚରେ ବିଜୟୀ ହୋଇଛି ।