ପ୍ରମୂଖ ଖବର
  • ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ନବବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍‌ କାର୍ଡ
  • ||
  • ଆସିକା : ଜମି ବିବାଦରୁ ଗଡ଼ିଲା ମୁଣ୍ଡ, ଗଳା କାଟି ଯୁବକଙ୍କୁ ହତ୍ୟା
  • ||
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ରୋଗୀଣା ମା'କୁ ଭାରରେ ବୋହିଲା ପୁଅ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

୫୫୦ ବର୍ଷର ପୁରୁଣା ସମ୍ପର୍କ...ଜାଣନ୍ତୁ କୃଷ୍ଣସାର ମୃଗକୁ କାହିଁକି ମାନନ୍ତି ବିଷ୍ଣୋଇ ସମାଜ

ନୂଆଦିଲ୍ଲୀ,୧୬/୧୦:୧୯୯୮ରେ ସଲମାନ କୃଷ୍ଣସାର ମୃଗ ଶିକାର କରିବାର ହୋଇଥିଲା ଅଭିଯୋଗ । ୨୦୧୮ରେ ଏହା ପ୍ରମାଣିତ ହୋଇଥିଲା । ଏହାପରଠୁ ଆରମ୍ଭ ହୋଇଛି ସଲମାନଙ୍କ ଉପରେ ଆକ୍ରମଣ ।  ୨୦୧୮ରେ ସଲମାନ ମୃଗଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଷ୍ଣୋଇ ସମୁଦାୟରୁ ଆସୁଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ଶପଥ ନେଇଥିଲା। ତେବେ ବିଷ୍ଣୋଇ ସମାଜ କୃଷ୍ଣସାର ମୃଗଙ୍କୁ କାହିଁକି ମାନନ୍ତି ? ଆସନ୍ତୁ ଜାଣିବା।

 ୧୫ଶହ ଶତାବ୍ଦୀରେ ବିଷ୍ଣୋଇ ସମାଜର ସ୍ଥାପନା ଗୁରୁ ଜମ୍ବେଶ୍ବର କରିଥିଲେ । ତାଙ୍କର ଶିକ୍ଷା ବନ୍ୟଜନ୍ତୁ, ଉଦ୍ଭିଦର ସୁରକ୍ଷା ଏବଂ ସଂରକ୍ଷଣକୁ ଗୁରୁତ୍ୱ ଦେଇଥାଏ । ବିଷ୍ଣୋଇ ସମାଜ କୃଷ୍ଣସାର ମୃଗକୁ ଦେବାତା ମାନିଥାନ୍ତି ଏବଂ ସେମାନଙ୍କୁ ପୂଜା କରିଥାନ୍ତି । ବିଶ୍ବାସ ରହିଛି କୃଷ୍ଣସାର ମୃଗ ବିଷ୍ଣୋଇ ସମାଜର ଆଧ୍ୟାତ୍ମିକ ଗୁରୁ ଜମ୍ବେଶ୍ୱରଙ୍କ ପୁନର୍ଜନ୍ମ । ଏହି ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଅନୁଯାୟୀ ବିଷ୍ଣୋଇ ଧର୍ମ ନୁହେଁ, ବରଂ ଗୁରୁ ଜମ୍ବେଶ୍ୱରଙ୍କ ୨୯ଟି ନୀତି ଉପରେ ଆଧାରିତ ଜୀବନଶୈଳୀ । ଯାହାକୁ ୫୫୦ ବର୍ଷ ପୂର୍ବେ  ପ୍ରତିଷ୍ଠା କରାଯାଇଥିଲା। ପଶୁମାନଙ୍କର ସୁରକ୍ଷା ପାଇଁ ସେମାନେ ମରିବାକୁ ମଧ୍ୟ ପ୍ରସ୍ତୁତ । ସେମାନଙ୍କ ସମ୍ପ୍ରଦାୟର ମହିଳାମାନେ କୃଷ୍ଣସାର ମୃଗକୁ ନିଜର ସନ୍ତାନ ଭାବରେ ଲାଳନପାଳନ କରିଥାନ୍ତି ବୋଲି ସେ କହିଛନ୍ତି ।

ବିଷ୍ଣୋଇ ଲୋକକଥାରେ ବିଶ୍ୱାସ କରାଯାଏ ଯେ, ଜାମ୍ବାଜୀ ତାଙ୍କ ଅନୁଗାମୀମାନଙ୍କୁ କୃଷ୍ଣସାର ମୃଗକୁ ତାଙ୍କର ଅବତାର ବୋଲି ଭାବି ସେମାନଙ୍କ ଆଦର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କାଲିଫର୍ନିଆ ୟୁନିଭର୍ସିଟିର ଲସ ଏଞ୍ଜେଲସର ଇତିହାସକାର ବିନୟ ଲାଲ,ବିଷ୍ଣୋଇଙ୍କ ଉପରେ ଲେଖିଛନ୍ତି ଯେ,  ବିଷ୍ଣୋଇମାନେ ବିଶ୍ୱାସ କରନ୍ତି ଯେ ସେମାନେ ହରିଣ ଭାବରେ ପୁନର୍ବାର ଜନ୍ମ ହେବେ।ଯାହା  ପଶୁମାନଙ୍କୁ ଦିଆଯାଇଥିବା ପବିତ୍ରତା ହେତୁ ହୋଇପାରେ।  ଲୋକକଥା ଅନୁଯାୟୀ, ଜାମ୍ବାଜୀ ତାଙ୍କ ଅନୁଗାମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ କୃଷ୍ଣସାର ମୃଗକୁ ତାଙ୍କ ଅବତାର ଭାବରେ ସମ୍ମାନ ଦିଆଯାଉ।ଆଧ୍ୟାତ୍ମିକ ସମ୍ମାନର ଉପରେ କୃଷ୍ଣସାର ମୃଗ ବିଷ୍ଣୋଇ  ସମ୍ପ୍ରଦାୟର ସମ୍ପର୍କ ।  ଏହା ଏକ ଗଭୀର ସାଂସ୍କୃତିକ ଏବଂ ପରିବେଶ ସମ୍ପର୍କ । ଶତାବ୍ଦୀ ଧରି,  ବିଷ୍ଣୋଇମାନେ ଏହି ପଶୁମାନଙ୍କ ସହିତ ସମନ୍ୱୟ ରକ୍ଷା କରିଆସୁଛନ୍ତି। ଏଥିସହ  ସେମାନଙ୍କ ଜୀବନ ମଧ୍ୟ ରକ୍ଷା କରିଛନ୍ତି। ଇଣ୍ଡିଆ ଟୁଡେ ୨୦୧୮  ରିପୋର୍ଟ ଅନୁଯାୟୀ,  ବିଷ୍ଣୋଇ  ଲୋକମାନେ ସୂର୍ଯ୍ୟୋଦୟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯାହା ଦ୍ବାାରା ସେମାନେ ତାଙ୍କସହ ବିନା ଡରରେ ବୁଲୁଥିବା କୃଷ୍ଣସାର ମୃଗକୁ ଖାଇବାକୁ ଦେଇ ପାରିବେ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.