କୋଣାର୍କ,୨୫/୧୧: ଡିସେମ୍ବର ପ୍ରଥମ ସପ୍ତାହରେ ଚଳଚଞ୍ଚଳ ହୋଇଉଠିବ ପୁରୀ -କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ।  ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ  ରିଟ୍ରିଟ୍‌ର ଷଷ୍ଠ ସଂସ୍କରଣ ଆରମ୍ଭ ହେବ । ଏହା  ତିନି ମାସ ପର୍ଯ୍ୟନ୍ତ ଚାଲିବ । ଏଥିନିମନ୍ତେ  ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।  

ବେଳାଭୂମିରେ ୭୦ଟି ତମ୍ବୁ ଘର ନିର୍ମାଣ  ଶେଷ ପର୍ଯ୍ୟାୟରେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ  କଲା ଭଳି ବଡ଼ ବଡ଼ ତୋରଣ, ସେଲ୍‌ଫି  ପଏଣ୍ଟ, କନଫରେନ୍‌ସ ଓ ରିସେପସନ୍‌ ପାଇଁ  ଦୁଇଟି ବଡ଼ ହଲ୍‌, ପାନୀୟ ଜଳ ବ୍ୟବସ୍ଥା,  ବିଦ୍ୟୁତ୍‌ ସଂଯୋଗ ଆଦି କାର୍ଯ୍ୟ ଚାଲୁ ରହିଛି ।  ତମ୍ବୁ ଘରେ ତାରକା ହୋଟେଲ୍‌ ଭଳି ସମସ୍ତ  ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି  ଦିଆଯିବ । ୬ଟି ପ୍ରେସିଡେନ୍‌ସିଆଲ୍‌ ଓ ୧୨ଟି  ପ୍ରିମିୟମ୍‌ ତମ୍ବୁ ଘରେ ତାରକା ହୋଟେଲ୍‌ ଭଳି  ସମସ୍ତ ସୁବିଧା ଉପଲବ୍ଧ ହେବ । ପର୍ଯ୍ୟଟକମାନେ ବେଳାଭୂମିରେ ରହି  ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ  କରିବେ । ଏହା ବ୍ୟତୀତ ବିଚ୍‌ ବାର୍‌,  ଜଳକ୍ରୀଡ଼ା, ପାରାସେଲିଙ୍ଗ, ସଂଗୀତ ଓ  ଯୋଗଭିତ୍ତିକ କାର୍ଯ୍ୟକ୍ରମ ହେବ