ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଜବ୍‌ ପୋର୍ଟାଲ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ କେଜ୍ରିଓ୍ବାଲ, ହେଲେ ଚାକିରି ପାଇଛନ୍ତି ମାତ୍ର ୨ ଜଣ

Published By : Tapas Panda | March 29, 2025 8:27 PM

Image courtesy: ndtv

 ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନ ଜାରି ରହିଛି। ବଜେଟ୍ ଅଧିବେଶନରେ ଦିଲ୍ଲୀରେ ଚାକିରି ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ରୋଜଗାର ନିର୍ଦ୍ଦେଶାଳୟକୁ ପଚରାଯାଇଥିବା ଦୁଇଟି ପ୍ରଶ୍ନ ଦିଲ୍ଲୀର ପୂର୍ବ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ନିଯୁକ୍ତି ମଡେଲ ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି। ସରକାର ଗୃହରେ କହିଛନ୍ତି ଯେ, ୨୦୧୯ରୁ ୨୦୨୪ ମଧ୍ୟରେ ଦିଲ୍ଲୀ ସରକାରଙ୍କ ନିଯୁକ୍ତି ପୋର୍ଟାଲ ମାଧ୍ୟମରେ କେବଳ ଦୁଇ ଜଣ କିରି ପାଇଛନ୍ତି। ଏହି ଦୁଇଟି ଚାକିରି ଗତ ବର୍ଷ ଅର୍ଥାତ୍ ୨୦୨୪ରେ ମିଳିଥିଲା |

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ୨୦୨୦ ପର୍ଯ୍ୟନ୍ତ ଦିଲ୍ଲୀରେ କେବଳ ଗୋଟିଏ ଅନଲାଇନ୍ ପୋର୍ଟାଲ୍ ଥିଲା। ଜୁଲାଇ ୨୦୨୦ ରେ ସରକାର 'ରୋଜଗର ବଜାର' ନାମକ ଅନ୍ୟ ଏକ ପୋର୍ଟାଲ ଆରମ୍ଭ କରିଥିଲେ। କିନ୍ତୁ ଏହି ପୋର୍ଟାଲ ୨୦୨୩ରେ ବନ୍ଦ ହୋଇଯାଇଥିଲା। ଆଶ୍ଚର୍ଯ୍ୟର କଥା, ପୋର୍ଟାଲ ବନ୍ଦ ହେବା ପରେ ମଧ୍ୟ ଏହାକୁ ପରିଚାଳନା କରିବାକୁ ଦୁଇଜଣ କର୍ମଚାରୀଙ୍କୁ ରଖାଯାଇଛି। 

୨୦୧୯ରୁ ୨୦୨୩ ମଧ୍ୟରେ ପୋର୍ଟାଲରୁ କୌଣସି ଚାକିରି ମିଳିନାହିଁ | କରୋନା ମହାମାରୀ ସମୟରେ ମଧ୍ୟ ଏହି ପୋର୍ଟାଲଗୁଡିକ କାହାକୁ ଚାକିରି ଯୋଗାଇ ପାରିନାହିଁ | ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ପୋର୍ଟାଲଗୁଡ଼ିକ ମାଧ୍ୟମରେ ଗୋଟିଏ ବି ଚାକିରି ମିଳିନାହିଁ | ୨୦୦୯ରୁ ଚାଲୁଥିବା ପୁରୁଣା ପୋର୍ଟାଲ (onlineemploymentportal.delhi.gov.in) କୁ ଚଲାଇବା ପାଇଁ ୫ ଜଣ କର୍ମଚାରୀ ଏବଂ ୬ ଜଣ ଟେକନିକାଲ୍‌ କର୍ମଚାରୀ ଅଛନ୍ତି। 

ଏହା ବ୍ୟତୀତ, ୨୦୧୫ ରୁ ୨୦୨୪ ମଧ୍ୟରେ ପ୍ରାୟ ୪.୪ ଲକ୍ଷ ବେରୋଜଗାର ଦିଲ୍ଲୀ ସରକାରଙ୍କ ନିଯୁକ୍ତି କାର୍ଯ୍ୟାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ଚାକିରି ଯୋଗାଇବା ପାଇଁ ସରକାର ଗତ ୧୦ ବର୍ଷ ମଧ୍ୟରେ ୧୦ ଟି ଚାକିରି ମେଳା ଆୟୋଜନ କରିଥିଲେ। କିନ୍ତୁ କେବଳ ୩୬ ହଜାର ଯୁବକ ଯୁବତୀ ଚାକିରି ପାଇଥିଲେ। 

ସରକାର ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଚାକିରି ମେଳାରେ ୧୦ ପ୍ରତିଶତରୁ କମ୍ ପିଲା ଉପକୃତ ହୋଇଥିଲେ। ତେବେ ଉଭୟ ସରକାରୀ ପୋର୍ଟାଲ ଏବଂ ଚାକିରି ମେଳା ରୋଜଗାର ଯୋଗାଇବାରେ ବିଫଳ ହୋଇଛି । ବିଧାନସଭାରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ‘ପୋର୍ଟାଲ ଚାକିରି ଯୋଗାଇବାରେ ବିଫଳ ହୋଇଛି, କିନ୍ତୁ ୨୦୨୧ ପରଠାରୁ ଏଥିପାଇଁ ପ୍ରାୟ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.