ନୂଆଦିଲ୍ଲୀ,୧୨/୦୭:  ଦିଲ୍ଲୀରେ ସିଲମପୁର ଅଞ୍ଚଳରେ ବଡ଼ ଦୁର୍ଘଟଣା ଘଟିଛି । ୪ ମହଳା କୋଠା ଭୁଶୁଡି ପଡିଛି । ଯେଉଁଥିରେ ୩-୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ଜଣଙ୍କର ମୃତ୍ୟୁ ହୋଇଛି । କୋଠା ଭଗ୍ନାବଶେଷ ତଳେ ଆହୁରି ଅନେକ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି । ଉଦ୍ଧାରକାର୍ଯ୍ୟରେ ୭ ଟିମ୍‌ ନିୟୋଜିତ ଅଛନ୍ତି । 

ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ  ସିଲମପୁର ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିପଡିଛି । ମାଟିରେ ମିଶିଛି ୪ ମହଳା ବିଲ୍ଡିଂ । ଘଟଣାସ୍ଥଳରୁ ପ୍ରଥମେ ୩ରୁ୪ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭଗ୍ନାବଶେଷ ତଳେ ଅନେକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ସିଲମପୁର ଇଦଗା ରୋଡରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୭ ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ମୃତାହତ ନେଇ କୌଣସି ରିପୋର୍ଟ ଆସିନାହିଁ । ଅଗ୍ନିଶମ ବିଭାଗକୁ ଦୁର୍ଘଟଣା ସମ୍ପର୍କରେ ଫୋନ୍ କଲ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା ।

ଦୁର୍ଘଟଣା ବାବଦରେ ସୂଚନା ଦେଇ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇଦଗାହ ରୋଡ ଅଞ୍ଚଳରେ ଶନିବାର ସକାଳୁ ଦୁର୍ଘଟଣା ହୋଇଛି । ଆହୁରି ୩ରୁ ୫ ଜଣ ଫସି ରହିଛନ୍ତି । ଅଘଟଣ ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଗୋଟିଏ ଗୋଟିଏ ଇଟା ଉଠାଇ ଜୀବନ ଖୋଜା ଚାଲିଛି । କୋଠା ବହୁ ପୁରୁଣା ହୋଇଥିବାରୁ ଭୁଶୁଡି ପଡିଥିଲା ଅନୁମାନ କରାଯାଉଛି ।