ପୁଣିଥରେ ଚର୍ଚ୍ଚାରେ ମାଲ୍ୟା-ଲଳିତ ଯୋଡି…
ବିଦେଶରେ କୋଳାକୋଳି ଦୁଇ ପଳାତକ…
ଜଣେ ଅନ୍ୟ ଜଣଙ୍କ ପାଇଁ କଲେ ଜନ୍ମଦିନ ପାର୍ଟି…
ନୂଆଦିଲ୍ଲୀ : ଭାରତରେ ଆର୍ଥିକ ଅପରାଧ ଅଭିଯୋଗରେ ଛନ୍ଦି ହୋଇପଡିଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏବେ ପୁଣିଥରେ ଚର୍ଚ୍ଚାକୁ ଫେରିଛନ୍ତି। ଏହି ଚର୍ଚ୍ଚା କୌଣସି ଆଇନଗତ କାରଣ ପାଇଁ ନୁହେଁ ବରଂ ଲଣ୍ଡନରେ ତାଙ୍କ ପାଇଁ ଆୟୋଜିତ ଏକ ହାଇ-ପ୍ରୋଫାଇଲ୍ ଏବଂ ଆକର୍ଷଣୀୟ ପାର୍ଟି ପାଇଁ। ପୂର୍ବତନ IPL ଅଧ୍ୟକ୍ଷ ଲଳିତ ମୋଦି ତାଙ୍କ ବିଳାସପୂର୍ଣ୍ଣ ବେଲଗ୍ରେଭ୍ ସ୍କୋୟାର ସ୍ଥିତ ଘରେ ଏହି ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିର ଅବସର ଥିଲା ବିଜୟ ମାଲ୍ୟାଙ୍କ ଜନ୍ମଦିନ ଖୁସି । ଏହାର ଫଟୋ ଏବଂ ନିମନ୍ତ୍ରଣ କାର୍ଡ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
ବିଜୟ ମାଲ୍ୟାଙ୍କ ୭୦ତମ ଜନ୍ମଦିନ ପୂର୍ବରୁ ଏହି ପାର୍ଟିକୁ ଆୟୋଜିତ କରାଯାଇଥିଲା, ଯେଉଁ ପାର୍ଟିକୁ "କିଙ୍ଗ୍ ଅଫ୍ ଗୁଡ୍ ଟାଇମ୍ସ" ଥିମ୍ ସହିତ ସଜାଯାଇଥିଲା। ପାର୍ଟିର ନିମନ୍ତ୍ରଣ କାର୍ଡ ମଧ୍ୟ ଆଲୋଚନାର ବିଷୟ ପାଲଟିଛି, ଯେଉଁଥିରେ ମାଲ୍ୟାଙ୍କ ଏକ କାର୍ଟୁନ୍-ଶୈଳୀର ଫଟୋ ଏବଂ କ୍ୟାପସନ ଥିଲା,"ରୀମା (ବୌରୀ) ଏବଂ ଲଳିତ ଆପଣଙ୍କୁ ଆମର ପ୍ରିୟ ବନ୍ଧୁ ବିଜୟ ମାଲ୍ୟାଙ୍କ ସମ୍ମାନାର୍ଥେ ଏକ ଚମତ୍କାର ସନ୍ଧ୍ୟାରେ ନିମନ୍ତ୍ରଣ କରୁଛନ୍ତି।" ଏହି ଧାଡି ସୋସିଆଲ ମିଡିଆରେ ଏବେ ବ୍ୟଙ୍ଗ ଏବଂ ବିତର୍କ ଉଭୟ ସୃଷ୍ଟି କରିଛି।
Thank you all for coming and celebrating my friend @TheVijayMallya pre birthday bash at my house 🥰🙏🏽🤗 https://t.co/gXBVRhKy75
— Lalit Kumar Modi (@LalitKModi) December 17, 2025
କିଏ କିଏ ଯୋଗ ଦେଇଥିଲେ ସନ୍ଧ୍ୟାରେ…
କେବଳ ଲଳିତ ମୋଦି ଏବଂ ବିଜୟ ମାଲ୍ୟା ନୁହେଁ, ବରଂ ଅନେକ ପ୍ରମୁଖ ବ୍ୟକ୍ତି ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାର୍ଟିରେ ପ୍ରସିଦ୍ଧ ହଲିଉଡ୍ ଅଭିନେତା ଇଦ୍ରିସ୍ ଏଲବା, ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର୍ ମନୋବିରାଜ ଖୋସଲା ଏବଂ ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର-ଶ ମଧ୍ୟ ଦେଖାଯାଇଥିଲେ।
ପୂର୍ବରୁ ଲଳିତଙ୍କ ପାଇଁ ହୋଇଥିଲା ଏମିତି କାର୍ଯ୍ୟକ୍ରମ…
ସୂଚନାଯୋଗ୍ୟ ଯେ ଲଳିତ ମୋଦି ପୂର୍ବରୁ ତାଙ୍କର ଭବ୍ୟ କାର୍ଯ୍ୟକ୍ରମ ପାଇଁ ଖବରରେ ଅଛନ୍ତି। ସମ୍ପ୍ରତି, ସେ ଲଣ୍ଡନର ମ୍ୟାଡକ୍ସ କ୍ଲବରେ ମହା ଆଡମ୍ବରରେ ତାଙ୍କର ୬୩ ତମ ଜନ୍ମଦିନ ପାଳନ କରିଥିଲେ, ଯେଉଁଥିରେ ବିଜୟ ମାଲ୍ୟାଙ୍କ ସମେତ ଅନେକ ନିକଟତମ ବନ୍ଧୁ ଅଂଶଗ୍ରହଣ କରିଥିଲେ।
ଏହା ସହ ପଢନ୍ତୁ : କେମିତି ମୁଖ୍ୟମନ୍ତ୍ରୀ ବନିଥିଲେ ଯୋଗୀ ଆଦିତ୍ୟନାଥ ? ସେଦିନର ସିକ୍ରେଟ ଖୋଲିଦେଲେ ପିୟୂଷ…