ନୂଆଦିଲ୍ଲୀ: ସାରା ଦିଲ୍ଲୀକୁ ଏବେ କଡା ସୁରକ୍ଷାରେ ରଖାଯାଇଛି। ଚାରିଆଡେ ଆତଙ୍କବାଦୀ ସତର୍କତା ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା (LeT) ଇସଲାମାବାଦରେ ନିକଟରେ ଘଟିଥିବା ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଧାର୍ମିକ ସ୍ଥଳ ଗୁଡ଼ିକୁ ଟାର୍ଗେଟ କରିଛି। ବିଶେଷକରି ଲାଲକିଲ୍ଲା ନିକଟସ୍ଥ ଏକ ମନ୍ଦିରକୁ ଟାର୍ଗେଟ କରିବାକୁ ଧମକ ଦେଇଛି ଏହି ଆତଙ୍କୀ ସଂଗଠନ । ଏନେଇ ଦିଲ୍ଲୀ ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ, ଦିଲ୍ଲୀରେ ବିଶେଷକରି ଧାର୍ମିକ ସ୍ଥଳ ଗୁଡ଼ିକରେ ଏଲ୍ଇଟି ଆତଙ୍କବାଦୀ ଆକ୍ରମଣ ବିଷୟରେ ପ୍ରଥମ ସୂଚନା ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ମିଳିଥିଲା। ତେଣୁ, ସାରା ସହରରେ ଏକ ଉଚ୍ଚ ସୁରକ୍ଷା ସତର୍କତା ଜାରି କରାଯାଇଛି, ଏବଂ ଧାର୍ମିକ ସ୍ଥଳ ଏବଂ ଏହାର ଆଖପାଖରେ ସୁରକ୍ଷା ବୃଦ୍ଧି କରାଯାଇଛି।
ମସଜିଦ ବିସ୍ଫୋରଣ କେଉଁଠାରେ ହୋଇଥିଲା ?
ଅଧିକାରୀ ମାନେ କହିଛନ୍ତି ଯେ, ଫେବୃଆରୀ ୬ ରେ ପାକିସ୍ତାନର ଇସଲାମାବାଦର ଏକ ସିଆ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଅତି କମରେ ୩୧ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ।
ଚାନ୍ଦନୀ ଚୌକ ଅଞ୍ଚଳର ମନ୍ଦିରକୁ ଟାର୍ଗେଟ କରାଯାଇଛି…
ଏହି ସମୟରେ, ଶନିବାର ଦିନ, ANI ଏବଂ PTI ସମ୍ବାଦ ସଂସ୍ଥା ଗୁଡ଼ିକ ଦ୍ୱାରା ପ୍ରାପ୍ତ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ, ଏହି ଗୋଷ୍ଠୀ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ସହିତ ଆକ୍ରମଣ ଯୋଜନା କରୁଛି, ଏବଂ ଚାନ୍ଦନୀ ଚୌକ ଅଞ୍ଚଳର ଏକ ମନ୍ଦିର ଏହାର ସମ୍ଭାବ୍ୟ ଟାର୍ଗେଟ ହୋଇପାରେ।
ରିପୋର୍ଟ ଗୁଡ଼ିକ ଆହୁରି ଉଲ୍ଲେଖ କରିଛନ୍ତି ଯେ, ସୂତ୍ର ଗୁଡ଼ିକ କହିଛନ୍ତି ଯେ ସଂଗଠନ ଫେବୃଆରୀ ୬ ରେ ଇସଲାମାବାଦରେ ହୋଇଥିବା ମସଜିଦ ଆକ୍ରମଣର ପ୍ରତିଶୋଧ ନେବାକୁ ଚାହୁଁଛି ଏବଂ ଭାରତରେ ଏକ ବଡ଼ ଆକ୍ରମଣ ଯୋଜନା କରିପାରେ।
ଲାଲ କିଲ୍ଲାକୁ ପୁଣି ସତର୍କତା…
ରିପୋର୍ଟରେ ଗୁଇନ୍ଦା ସୂତ୍ରରୁ ଉଦ୍ଧୃତ କରାଯାଇଛି ଯେ, "ଦିଲ୍ଲୀର ଲାଲ କିଲ୍ଲା ସମ୍ମୁଖରେ ଏକ ବିସ୍ଫୋରଣ ସତର୍କତା ରହିଛି । ଆତଙ୍କବାଦୀ ମାନେ ଚାନ୍ଦନୀ ଚୌକରେ ଏକ ମନ୍ଦିରକୁ ଟାର୍ଗେଟ କରିପାରନ୍ତି। ଲସ୍କର-ଏ-ତୈବା ଏକ IED ଆକ୍ରମଣ ଯୋଜନା କରୁଛି।" ପାକିସ୍ତାନର ଇସଲାମାବାଦରେ ଫେବୃଆରୀ ୬ ରେ ହୋଇଥିବା ମସଜିଦ ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ସେମାନେ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି। ଲସ୍କର-ଏ-ତୈବା ଦେଶର ପ୍ରମୁଖ ମନ୍ଦିର ଗୁଡ଼ିକୁ ଟାର୍ଗେଟ କରିପାରେ ।
ଏହା ସହ ପଢନ୍ତୁ : ଏବେ ବି' ସନ୍ଦେହରେ ଅଜିତଙ୍କ ମୃତ୍ୟୁ, ତଦନ୍ତ ଶେଷ ହେବା ଯାଏଁ ବିମାନ ଚଳାଚଳ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କେନ୍ଦ୍ରକୁ ରୋହିତ ପାଓ୍ବାରଙ୍କ ଚିଠି...