ଭୁବନେଶ୍ୱର,୧୭/୦୨: ମହାଶିବରାତ୍ରି ପର ଶନିବାର ମହାପ୍ରଭୁ ଶ୍ରୀଲଙ୍ଗରାଜ, କପିଳେଶ୍ୱରଙ୍କ ମନ୍ଦିରରେ ଗ୍ରହ ଦୋଷ ବିନାଶ ନିମନ୍ତେ ଶନିଦେବଙ୍କ ପୂଜାର୍ଚ୍ଚନା କରିବା ସହିତ ହରି ହରଙ୍କ ଭେଟ ହୋଇଥାଏ । ପରେ ଶ୍ରୀଜିଉ ଐଶାନେଶ୍ୱର ମନ୍ଦିରକୁ ଆସିବାର ପରମ୍ପରା ରହିଛି । ଏହି ସମୂହ ଯାତ୍ରା ବିଧିକୁ ହାଣ୍ଡିଭଙ୍ଗା ଯାତ କୁହାଯାଏ । ଯାହା ବିଗତ ୧୧ବର୍ଷ ହେବ କପିଳେଶ୍ୱରରେ ସେବାୟତଙ୍କ ବିବାଦ କାରଣରୁ ବନ୍ଦ ରହିଛି । ଏଥର ଏସବୁକୁ ସ୍ୱାଭାବିକ କରିବା ଲାଗି ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ୱତନ୍ତ୍ର ସର୍କିଟ ହାଉସରେ ଅନୁଷ୍ଠିତ ହେବ ।
ସବୁ ଅଟକିଛି କପିଳେଶ୍ୱର ମନ୍ଦିର ଖୁଣ୍ଟିଆ ସେବାୟତଙ୍କ ସେବା ସ୍ୱତ୍ତ୍ୱ ନିଷ୍ପତ୍ତି ଉପରେ । ଯଦି ଏଠାରେ ମଲିଆ ସେବାୟତ ଓ ପ୍ରଶାସନର ଅନୁମୋଦନ କ୍ରମେ ଖୁଣ୍ଟିଆ ସେବାୟତ ଭୋରୁ ମନ୍ଦିରକୁ ପ୍ରବେଶ କରି ଘଣ୍ଟି ବାଡେଇ ମଙ୍ଗଳ ଆଳତୀ ସହିତ ଅନ୍ୟାନ୍ୟ ସେବା ପୂଜା ଆରମ୍ଭ କରି ଦେବେ, ତା ହେଲେ ସବୁ ଆଶଙ୍କା ଟଳିଯିବ। ନଚେତ ୧୧ ପୁରି ୧୧ଶହ ବରଷ ବିତିଗଲେ ବି କିଛି ଫଳ ମିଳିବ ନାହିଁ । ଅବଶ୍ୟ ଏଥର ପ୍ରଶାସନ ତରଫରୁ ସବୁ ପ୍ରକାର ପ୍ରୟାସ କରାଯାଉଛି । କିନ୍ତୁ ତାହା କେତେଦୂର ଠିକଣା ଭାବରେ ସମ୍ପାଦନ ହେବ ତା’ଉପରେ ସମସ୍ତଙ୍କ ନଜର ।
ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ, ପ୍ରଶାସନର ପ୍ରୟାସ ସତ୍ତ୍ଵେ ସେବା ପୂଜା ସୁଯୋଗ ପାଉନାହାନ୍ତି କପିଳେଶ୍ୱରଙ୍କ ଖୁଣ୍ଟିଆ ସେବାୟତ