ମ. ରାମପୁର, ୧୧/୧ ୧ :  ପୋଲିସ ପୋଷାକ ପିନ୍ଧି ଡକାୟତି। କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଦେଢ଼ ସୁଲି ପଞ୍ଚାୟତ ରୁବେନ ଗ୍ରାମରେ ଏଭଳି ଅଭିନବ ଉପାୟରେ  ଡକାୟତି ହୋଇଛି। ତେବେ ଡକାୟତି କରି ଦୁର୍ବୃତ୍ତମାନେ ଫେରାର ହେଉଥିବା ବେଳେ ୩ ଜଣଙ୍କୁ  ଗ୍ରାମବାସୀ କାବୁ କରିଥିଲେ । ୪ ଜଣ ଫେରାର ହୋଇଯାଇଥିଲେ। ଅଟକ ଯୁବକମା‌ନେ ହେଲେ ବାଲିଗୁଡାର ପିଣ୍ଟୁ ସେଠୀ, ଆଶିଷ ଦିଗାଲ, ପକାରିବଟାଗୁଡା ଗ୍ରାମର ସୁଧାକର ବଳିଆର ସିଂ ।

କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଦେଢ଼ ସୁଲି ପଞ୍ଚାୟତ ରୁବେନ ଗ୍ରାମର ରୀପା ମାଝୀଙ୍କ ଘରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଡକାୟତି କରିଥିଲେ। ଡକାୟତି କରି ଏକ ଚାରି ଚକିଆ ଗାଡ଼ି ରେ ( ଗାଡ଼ି ନମ୍ବର୍ ଓ ଡି ୦୭ବି ୩୮୨୮)ଜମୁଲି ରାସ୍ତା ରେ ଖସି ପଳେଇ ଯିବାକୁ ଉଦ୍ୟମ କରିଥିଲେ।  ଉକ୍ତ ଗ୍ରାମର ଲୋକେ ରାସ୍ତାରେ ଗାଡ଼ିକୁ ଅଟକ ରଖିଥିଲେ। ଆମେ ପୁଲିସ୍ ଆମକୁ ଛାଡ଼ି ଦିଅ ବୋଲି ଧମକ ଦେବା ପରେ ମଧ୍ୟ ଲୋକେ ଛାଡ଼ି ନ ଥିଲେ।  ପରେ ଏମାନେ ଗାଡ଼ି ଫେରାଇ ଦେଢ଼ ଶୁଳୀ ରାସ୍ତା ରେ ଆସିବା ବେଳେ ଦେଢ଼ସୁଲି, ଜାମୁଲି ଗ୍ରାମ ର ଲୋକେ ମିଶି  ଏମାନଙ୍କୁ କାବୁ କରି ଥିଲେ ।  ହେଲେ ଆଉ ଚାରି ଜଣ ଖସି ପଳେଇ ଯିବା ରେ ସଫଳ ହେଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବ ରୁ ମଧ୍ୟ ଦେଢ଼ ଶୁଲି, ଲୁବେନ ଗଡ ଅଞ୍ଚଳ ରେ ସନ୍ଦିଗ୍ଧ ଯୁବକ ମାନେ ବିଭିନ୍ନ କୌଶଳ କରି ଲୋକଙ୍କୁ ନାନା ପ୍ରକାର ହଇରାଣ ହରକତ କରିବା ସହ ଟଙ୍କା ହାତେଇବାରେ ସଫଳ ହେଉଛନ୍ତି । ତେଣୁ ଅଟକ ଯୁବକ ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।