ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନୟାପଲ୍ଲୀ N2ରେ ଲୁଟ୍ ଉଦ୍ୟମ, ଚୋରକୁ କାବୁ କଲେ ସ୍ଥାନୀୟ ଲୋକେ

Published By : Rasmita Pradhan | January 28, 2025 8:58 AM

ଭୁବନେଶ୍ଵର, ୨୮/୦୧ : ରାଜଧାନୀରେ ମାତିଛନ୍ତି ଲୁଟେରା। ଥମୁନି ଲୁଟ୍ ଛିନତାଇ ଘଟଣା। ଚୋରଙ୍କୁ କାବୁ କରିବାରେ ଫେଲ୍ କମିଶନରେଟ୍ ପୋଲିସ। ଭିଆଇପି କଲୋନୀରେ ପୁଣି ପଶିଲା ଚୋର। ନୟାପଲ୍ଲୀ N2ରେ ଲୁଟ୍ ଉଦ୍ୟମ ହୋଇଛି। ସ୍ଥାନୀୟ ଲୋକେ ଏବଂ ପିସିଆର୍ ମିଶି ଚୋରକୁ କାବୁ କରିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ନୟାପଲ୍ଲୀ N2ରେ ଭିଆଇପି କଲୋନୀରେ ଚୋରି ଉଦ୍ୟମ ହୋଇଛି। ଏକାଧିକ ଡୁପ୍ଲେକ୍ସ କ୍ୟାମ୍ପସରେ ପଶି ଜଣେ ଯୁବକ ଚୋରି ଉଦ୍ୟମ କରୁଥିଲା। ସୁରକ୍ଷା କର୍ମୀ, ଘର ମାଲିକାଣୀ ଓ ସ୍ଥାନୀୟ ଲୋକେ ଚୋରକୁ ଦେଖି ପାଟି କରିବାରୁ ସେ ଏକ ନଡ଼ିଆ ଗଛରେ ଚଢି ଯାଇଥିଲା। ବିଲ୍ଡିଂ ରୁ ବିଲ୍ଡିଂ ଦେଇ ଖସିଯିବା ବେଳେ ପିସିଆର୍ ଭ୍ୟାନ୍ ଚୋରକୁ ପିଛା କରିଥିଲା। ଉଭୟ ପିସିଆର ଓ ସ୍ଥାନୀୟ ଲୋକେ ମିଶି ଚୋରକୁ କାବୁ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଟ୍ଵିନ୍ ସିଟି ପୋଲିସ କମିଶନର, ଭୁବନେଶ୍ଵର ଡିସିପି, ସ୍ପେଶଲ୍ ସ୍କ୍ୱାର୍ଡ, ଜୋନ-୫ ଏସିପି, ନୟାପଲ୍ଲୀ ଥାନା ଅଧିକାରୀ ପହଞ୍ଚିଥିଲେ। ତେବେ ନୟାପଲ୍ଲୀ ଥାନା ପୋଲିସ ଚୋରକୁ ଅଟକ ରଖି ପଚରାଉଚରା କରୁଛି। 

ଏହି ଖବରଟିକୁ ପଢନ୍ତୁ-ବେଳାମାର୍ଗରେ କାର୍‌କୁ ଧକ୍କା ଦେଲା ହାଇୱା, ହୁତୁହୁତୁ ହୋଇ ଜଳିଗଲା କାର୍

ଗତ ୨୫ ତାରିଖ ବିଳମ୍ବିତ ରାତିରେ N2ରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ହୋଇଥିଲା। ଏବେ ସେହି ଗଳିରେ ଆଉ ଏକ ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.