ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଜଗତର ସଫଳତମ ଅଭିନେତ୍ରୀଙ୍କ ମଧ୍ୟରେ ସବୁବେଳେ ଆଗରେ ଆସିଥାଏ ସାମନ୍ଥାଙ୍କ ନାମ । ନିଜର ଯାଦୁଗରି ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସାମନ୍ଥା । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଉଛି କି ମାଆ ହେବାକୁ ଯାଉଛନ୍ତି ସାମନ୍ଥା । ଦ୍ବିତୀୟ ବିବାହ କରିଥିବା ସାମନ୍ଥା ପ୍ରଥମଥର ପାଇଁ ମାଆ ହେବେ ବୋଲି ସୋସିଆଲ ମିଡିଆରେ କୁହାଯାଉଛି । ଫିଲ୍ମର ପ୍ରମୋସନ ସମୟରେ କେକ୍ କାଟୁଥିବା ସମୟର ଭିଡିଓରେ ଗୋଲ୍ ବୁଲାଯାଇଥିବାବେଳେ ସେ ଗର୍ଭବତୀ ଥିବା କୁହାଯାଉଛି । ତେବେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ 'ମା ଇନ୍ତି ବଙ୍ଗାରମ୍’ ଫିଲ୍ମର ଡାଇରେକ୍ଟର ସାମନ୍ଥା ଗର୍ଭବତୀ ହେବା ସମ୍ପର୍କେର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଅଭିନେତ୍ରୀଙ୍କ ଫିଲ୍ମ 'ମା ଇନ୍ତି ବଙ୍ଗାରମ୍' ହଲରେ ଭଲ ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନରୁ ମଧ୍ୟ ଭଲ ଖବର ଆସିବାକୁ ଯାଉଛି। ଫିଲ୍ମର ସକ୍ସେସ୍ ସେଲିବ୍ରେସନରେ ସେ ନଜର ଆସିଥିଲେ, ଯେଉଁଥିରେ ପ୍ରଶଂସକମାନେ ତାଙ୍କର ବେବି ବମ୍ପ୍ ଦେଖିବାକୁ ପାଇଛନ୍ତି। ଲୋକେ ଏବେଠାରୁ ହିଁ ଅଭିନେତ୍ରୀଙ୍କ ମାଆ ହେବାକୁ ନେଇ ବେଶ୍ ଉତ୍ସାହିତ ଥିବା ଜଣାପଡ଼ୁଛନ୍ତି । ସେପଟେ ଏହି ଫିଲ୍ମର ଡାଇେରକ୍ଟର ନନ୍ଦିନୀ କହିଛନ୍ତି କି, ସାମନ୍ଥା ଗର୍ଭଧାରଣ କରିବାର ଏହା ହେଉଛି ଉପଯୁକ୍ତ ସମୟ । କାରଣ ଆମ ସିନେମା ବକ୍ସ ଅଫିସରେ ବଡ଼ ସଫଳତା ପାଇଛି । ମାତ୍ର ଏନେଇ ଆନୁଷ୍ଠାନିକ ଭାବେ ସାମନ୍ଥା କିମ୍ବା ତାଙ୍କ ସ୍ବାମୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସାମନ୍ଥା ଏବଂ ତାଙ୍କ ସ୍ୱାମୀ ରାଜ୍ ନିଦିମୋରୁ ଫିଲ୍ମ 'ମା ଇନ୍ତି ବଙ୍ଗାରମ୍'ର ସଫଳତାକୁ ସେଲିବ୍ରେଟ୍ କରୁଥିବାର ଦେଖାଯାଉଛନ୍ତି। ଏହି ସମୟରେ ଅଭିନେତ୍ରୀ ଜଣକ ଧଳା ରଙ୍ଗର ଟପ୍ ପିନ୍ଧିଛନ୍ତି ଏବଂ ପ୍ରଶଂସକମାନଙ୍କ ନଜର ତାଙ୍କ ବେବି ବମ୍ପ୍ ଆଡ଼କୁ ଯାଉଛି । ଏହି ସମୟରେ ଉଭୟ ଦମ୍ପତି ଖୁବ୍ ଖୁସି ଦେଖାଯାଉଛନ୍ତି । ସେହିପରି ପ୍ରଶଂସକମାନେ ମଧ୍ୟ ଅନୁମାନ କରୁଛନ୍ତି ଯେ ସାମନ୍ଥା ଗର୍ଭବତୀ ଅଛନ୍ତି ଏବଂ ମାଆ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବେବି ବମ୍ପ୍ର ଭିଡିଓ ଖୁବ୍ ଭାଇରାଲ୍ ମଧ୍ୟ ହେଉଛି ।
ଗତ କିଛି ସମୟ ହେବ ସାମନ୍ଥାଙ୍କ ଫିଲ୍ମଗୁଡ଼ିକ କୌଣସି ବିଶେଷ କମାଲ୍ କରିପାରୁ ନଥିଲା । ଅଭିନେତ୍ରୀ ଭାବରେ କିମ୍ବା ପ୍ରଯୋଜିକା (ପ୍ରଡ୍ୟୁସର) ଭାବରେ ତାଙ୍କ ଫିଲ୍ମଗୁଡ଼ିକୁ ସଫଳତା ମିଳୁନଥିଲା। ଏବେ ୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଅଭିନେତ୍ରୀଙ୍କୁ ଶେଷରେ ବକ୍ସ ଅଫିସରେ ସଫଳତା ମିଳୁଥିବା ଦେଖାଯାଉଛି। 'ସାକନିଲ୍କ' (Sacnilk)ର ରିପୋର୍ଟ ଅନୁଯାୟୀ, ତାଙ୍କର ଏହି ଆକ୍ସନ-ଥ୍ରୀଲର ଫିଲ୍ମ ଓପନିଙ୍ଗ୍ ଡେ'ରେ ସାରା ବିଶ୍ୱରେ ୧୩ କୋଟି ଟଙ୍କାର କଲେକ୍ସନ କରିସାରିଛି । ଏଭଳି ପରିସ୍ଥିତିରେ ଫିଲ୍ମକୁ ନେଇ ସବୁକିଛି ସକାରାତ୍ମକ ମନେହେଉଛି। ଯଦି ସବୁକିଛି ଠିକ୍ ରହେ, ତେବେ ଫିଲ୍ମଟି ତାହାର ପ୍ରାୟ ୩୦କୋଟି ଟଙ୍କାର ବଜେଟ୍ ପ୍ରଥମ ୱିକେଣ୍ଡରେ ହିଁ ଉଠାଇ ନେଇପାରେ।
ଏହାସହ ପଢ଼ନ୍ତୁ : ଏହି ଶବ୍ଦ ପାଇଁ ଗର୍ଜିଲା ବୈଭବଙ୍କ ବ୍ୟାଟ୍, ଫାଇନାଲରେ ବିସ୍ଫୋରଣ ପଛର କାହାଣୀ...