ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କିଏ ଧରିବେ ମହାରାଷ୍ଟ୍ର ମଙ୍ଗ: ତିନି ଦଳ ଭିତରେ ଅଙ୍କକଷା, ସବୁଠୁ ଆଗରେ ଦେବେନ୍ଦ୍ର ଫଡନବିସ୍

Published By : Prameya | November 24, 2024 9:41 AM

ମୁମ୍ବାଇ,୨୪/୧୧: ମହାରାଷ୍ଟ୍ରରେ  ମହାୟୁତି (ବିଜେପି-ଶିବସେନା-ଏନ୍‌ସିପି)  ମେଣ୍ଟ ବିପୁଳ ବିଜୟ ହାସଲ କରିଥିଲା ବେଳେ  ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ତିନି  ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଯାଇଛି ।  ତେବେ ୩ ମେଣ୍ଟ ଦଳ ଭିତରୁ ବିଜେପି ବଡ  ଦଳ ଭାବେ ଉଭା ହୋଇଛି । ଏପରିକି ବିଜେପି ଏକାକୀ ମ୍ୟାଜିକ ସଂଖ୍ୟା ନିକଟତର ହୋଇଛି ।  ତେଣୁ ଏହାର ନେତା ଦେବେନ୍ଦ୍ର ଫଡନବିସ  ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୃଢ଼ ଦାବିଦାର  ଅଛନ୍ତି । ଶିବସେନା ନେତା ଏକନାଥ ସିନ୍ଦେ ଓ  ଏନ୍‌ସିପି ନେତା ଅଜିତ ପାୱାର ନିର୍ବାଚନ ପୂର୍ବରୁ  ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଦୁଇଦଳ  ଯଥେଷ୍ଟ କମ୍‌ ଆସନ ହାସଲ କରିଥିବାରୁ  ସେମାନେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଆଉ ଦୃଢ଼ ଦାବି କରିପାରିବେ ନାହିଁ । 

ସୂଚନାଯୋଗ୍ୟ ଯେ ୨୦୨୨ରେ ଶିବସେନାର  ବିଭାଜନ ପରେ ଏହି ଦଳର ନେତା ଏକନାଥ  ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିଥିଲେ । ଫଳରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ  କରିଥିଲା । ତାଙ୍କ ନେତୃତ୍ୱରେ ମଧ୍ୟ ମହାୟୁତି  ଚଳିତ ବିଧାନସଭା ନିର୍ବାଚନ ଲଢ଼ିଥିଲା ।  ତେବେ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା  କି ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଫଳାଫଳ  ସାମ୍‌ନାକୁ ଆସିବା ପରେ ସ୍ପଷ୍ଟ ହେବ । ଅର୍ଥାତ  ଯେଉଁ ଦଳ ଭଲ ପ୍ରଦର୍ଶନ କରିଥିବ ସେହି  ଦଳ ମୁଖ୍ୟମନ୍ତ୍ରୀ ପାଇବ । ଫଳ ପ୍ରକାଶ ପାଇବା  ପରେ ଦେବେନ୍ଦ୍ର ଫଡନବିସ, ଏକନାଥ ସିନ୍ଦେ  ଓ ଅଜିତ ପାୱାର ଏକାଠି ଏକ ମିଳିତ ସାମ୍ବାଦିକ  ସମ୍ମିଳନୀ କରିଥିଲେ । 

ସେଥିରେ ସେମାନେ  କହିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ  ତାହା ତିନି ଦଳ ଏକାଠି ବସି ସ୍ଥିର କରିବେ । ଫଡନବିସଙ୍କ ନାମ ସର୍ବାଧିକ ଚର୍ଚ୍ଚାକୁ ଆସିବାର  କାରଣ ହେଉଛି ତାଙ୍କ ପ୍ରତି ଆରଏସ୍‌ଏସ୍‌ର  ସମର୍ଥନ ରହିଛି । ଗତ ୨୦ ତାରିଖରେ ମତଦାନ  ଶେଷ ହେବା ପରେ ସେ ଆରଏସ୍‌ଏସ୍‌ ମୁଖ୍ୟ  ମୋହନ ଭାଗବତଙ୍କୁ ସାକ୍ଷାତ କରିଥିଲେ । ଯଦିଓ  ସେ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି  କହିଥିଲେ କିନ୍ତୁ ରାଜନୈତିକ ସମୀକ୍ଷକଙ୍କ  କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ଚୌକି ପ୍ରତି ସମର୍ଥନ  ହାସଲ କରିବାକୁ ସେ ଭାଗବତଙ୍କ ସମର୍ଥନ  ଲୋଡିଥିଲେ । 

ସେପଟେ ଏକନାଥ ସିନ୍ଦେ କହିଛନ୍ତି  ନିର୍ବାଚନରେ ଯେଉଁ ଦଳ ଅଧିକ ଆସନ ପାଇବ  ସେହି ଦଳର ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି କୌଣସି ପ୍ରାକ୍‌ ବୁଝାମଣା ହୋଇନାହିଁ । ଆମେ  ଏକାଠି ନିର୍ବାଚନ ଲଢ଼ିଛୁ । ତେଣୁ ଚୂଡାନ୍ତ  ଫଳ ପ୍ରକାଶ ପାଇବା ପରେ ଆମେ ଏକାଠି  ବସି ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ନାମ ଚୂଡାନ୍ତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି  ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୩ ଦଳର  ଶୀର୍ଷ ନେତାମାନେ ବସି ଏହା ଉପରେ ନିଷ୍ପତ୍ତି  ନେବେ । ମହାୟୁତିର ତୃତୀୟ ଦଳ ଭାବେ  ନ୍‌ସିପି ନେତା ଅଜିତ ପାୱାର ମୁଖ୍ୟମନ୍ତ୍ରୀ  ଚୌକି ଉପରେ ଆଖି ପକାଇଛନ୍ତି । ଏପରିକି  ଭୋଟ ଗଣତି ପୂର୍ବଦିନ କେତେକ ସ୍ଥାନରେ  ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରି  ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ  ପୋଷ୍ଟର ଲଗାଇଥିଲେ । ଅତିକମ୍‌ରେ ଏନ୍‌ସିପି  ନେତାମାନେ ଭାବିଥିଲେ ସେମାନେ କିଙ୍ଗମେକର  ହୋଇପାରିବେ । କିନ୍ତୁ ଫଳାଫଳ ସେମାନଙ୍କ  ଭାବନାକୁ ଭୁଲ ସାବ୍ୟସ୍ତ କରିଦେଇଛି ।  ସେହିଦୃଷ୍ଟିରୁ ଅଜିତ ପାୱାର ମୁଖ୍ୟମନ୍ତ୍ରୀ  ଦୌଡରୁ ବାଦ୍‌ ପଡିଯାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.