ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ପରୀକ୍ଷା ପାଇଁ ବିଳମ୍ବ ହେଉଥିଲା; ଟ୍ରାଫିକ ସମସ୍ୟାରୁ ମୁକୁଳିବାକୁ ଏମିତି କଲେ ଛାତ୍ର

Published By : Ankita S | February 18, 2025 8:07 AM

ମୁମ୍ବାଇ,୧୮/୦୨: ସହରରେ ଏବେ ଟ୍ରାଫିକ ସମସ୍ୟା ଚିନ୍ତାର କାରଣ ହୋଇଛି । ୫ ମିନିଟର ବାଟ ୩୦ ମିନିଟ୍ ଲାଗୁଛି । ଘରୁ ଠିକ୍ ସମୟରେ ବାହାରିଲେ ବି ଟ୍ରାଫିକ୍ ସମସ୍ୟା ପାଇଁ ଗନ୍ତବ୍ୟସ୍ଥଳରେ ସମଯରେ ପହଞ୍ଚିବାର ଠିକଠିକଣା ନଥାଏ । ଆଉ ଯଦି ପରୀକ୍ଷା ଥିବ ଟ୍ରାଫିକ୍ ସମସ୍ୟା ଦେଖା ଦିଏ ତେବେ କଥା ସରିଲା । ମହାରାଷ୍ଟ୍ର ସତାରା ଜିଲ୍ଲାର ଜଣେ ଛାତ୍ର ଟାଫ୍ରିକ ସମସ୍ୟାରୁ ମୁକୁଳିବାକୁ କିଛି ଏମିତି କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପରୀକ୍ଷାକୁ ୨୦ ମିନିଟ ବାକିଥିଲା । ଏପଟେ ଟ୍ରାଫିକ ସମସ୍ୟା ପାଇଁ କଲେଜରେ ପହଞ୍ଚିବାକୁ ଲେଟ୍ ହେଉଥିଲା । ସମସ୍ୟାରୁ ମୁକୁଳିବାକୁ ସତାରା ଜିଲ୍ଲାର ସମର୍ଥ ୧୫ରୁ ୨୦ ମିନିଟ ଭିତରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିଆରା ଉପାୟ ଆପଣେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇଲାଲ ହେଉଛି । ଛାତ୍ର ଜଣଙ୍କ ସଡକ ପଥରେ ନ ଯାଇ ଆକାଶରେ ଉଡି ଉଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି । ପରୀକ୍ଷା ଦିନ ସମର୍ଥ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ସମର୍ଥଙ୍କ ପାଇଁ ଅସମ୍ଭବ ହୋଇଥିଲା । ତେଣୁ ସେ ଉଡି ଉଡି ଯିବାକୁ ସ୍ଥିର କରିଥିଲେ ।

ଅଧିକ ପଢନ୍ତୁ...ଶହ ଶହ ଗୃହପାଳିତ ପଶୁଙ୍କ କ୍ଷୁଧା ମେଣ୍ଟାଇବ ମହାକୁମ୍ଭରୁ ସଂଗୃହୀତ ବଳକା ଖାଦ୍ୟ

ସମର୍ଥ ମହାଗଡେ ଟ୍ରାଫିକ ସମସ୍ୟାରୁ ମୁକୁଳିବାକୁ ପାରାଗ୍ଲାଣ୍ଡିଡିଂ ଗିୟର ପିନ୍ଧିଲେ । ଷ୍ଟ୍ରେପ ଲଗାଇଲେ । ଏହାପରେ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଲେ ଅର୍ଥାତ ପରୀକ୍ଷା କେନ୍ଦ୍ରକୁ  ଉଡି ଉଡି ଯାଇଥିଲେ । ଆଡଭେଞ୍ଚର କ୍ରୀଡା ବିଶେଷଜ୍ଞ ଗୋବିନ୍ଦ ୟେୱାଲେ ଏବଂ ତାଙ୍କ ଟିମ୍ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଟ୍ରାଫିକ ସମସ୍ୟାରୁ ବାହାରିବାକୁ ପାରାଚ୍ୟୁଟରେ ଉଡି  ଉଡି ସୁରକ୍ଷିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ଏହି ସମୟର ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଇନଷ୍ଟା ସତାରା ନାମକ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ଦେଖିବାକୁ ମିଳିଛି । ଭିଡଓ ଦେଖି ୟୁଜରମାନେ ମଜାଳିଆ କମେଣ୍ଟ ଦେଉଛନ୍ତି । ସମର୍ଥଙ୍କର ଏହି ସାହାସୀ ପଦକ୍ଷେପକୁ ପ୍ରଶଂସା ମଧ୍ୟ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.