ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାହିରାଙ୍କୁ ପ୍ରେରଣା ଦେଇଥିଲେ ମାଧୁରୀ, ନୃତ୍ୟ ଦେଖି ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ ପାକିସ୍ତାନୀ ଅଭିନେତ୍ରୀ

Published By : Krishna Priya | November 20, 2024 2:55 PM

ନୂଆଦିଲ୍ଲୀ ୨୦/୧୧: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ବର୍ତ୍ତମାନ ଖୁବ୍‌ ବିଳାସପୂର୍ଣ୍ଣ ଜୀବନ ଜୀଉଁଛନ୍ତି । ସର୍ବାଧିକ ପାରିଶ୍ରମିକ ନେଉଥିବା ପାକିସ୍ତାନୀ ଅଭିନେତ୍ରୀଙ୍କ ମଧ୍ୟରୁ ମାହିରା ଅନ୍ୟତମ । ବର୍ତ୍ତମାନ ମାହିରାଙ୍କ ମୋଟ ସମ୍ପତ୍ତିର ପରିମାଣ ୫୮କୋଟି ଟଙ୍କା । ମାହିରା ଗୋଟିଏ ଫିଲ୍ମ ପାଇଁ ୩ରୁ ୫ଲକ୍ଷ ଟଙ୍କା ପାଉଣା ନିଅନ୍ତି ବୋଲି ଚର୍ଚ୍ଚା ହୁଏ । ୨୦୧୭ରେ ସେ ଶାହରୁଖ ଖାନଙ୍କ ସହିତ ‘ରଇସ୍‌’ ଚଳଚ୍ଚିତ୍ରରୁ ବଲିଉଡ୍‌ରେ ଅଭିନୟ ଆରମ୍ଭ କରିଥିଲେ । 

ତାଙ୍କୁ ଯେତେବେଳେ ୧୭ ବର୍ଷ, ଉଚ୍ଚଶିକ୍ଷା ପାଇଁ ସେ କାଲିଫର୍ଣ୍ଣିଆ ଯାଇଥିଲେ । ନିକଟରେ ଏକ ସାକ୍ଷାତକାରରେ ମାହିରା କହିଛନ୍ତି, ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସଂଘର୍ଷ କରୁଥିବାବେଳେ ସେ ଅନେକ ସମସ୍ୟା ସାମ୍ନା କରିଛନ୍ତି । ହୋଟେଲରେ ଝାଡ଼ୁପୋଛା ଲଗାଇଛନ୍ତି । ଏମିତିକି ଟଏଲେଟ୍‌ ମଧ୍ୟ ସଫା କରିବାକୁ ପଡ଼ିଛି ବୋଲି କହିଥିଲେ ମାହିରା । ମାଧୁରୀ ଦୀକ୍ଷିତ ତାଙ୍କର ପ୍ରେରଣା ଓ ‘ବେଟା’ ଫିଲ୍ମର ‘ଧକ୍‌ ଧକ୍‌ କରନେ ଲଗା...’ଗୀତରେ ମାଧୁରୀଙ୍କ ନୃତ୍ୟ ଦେଖି ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ ବୋଲି ମାହିରା ସାକ୍ଷାତକାରରେ କହିଥିଲେ ‘ହମ୍‌ସଫର’ ଫିଲ୍ମରେ ଫୱାଦ ଖାନଙ୍କ ସହ ତାଙ୍କର ବିବାହ ଦୃଶ୍ୟ ସୁଟିଂ ବେଳେ ସେ ଲାଲ ସିଫନ ଦୁପଟ୍ଟା ପିନ୍ଧିଥିଲେ । ତାହା ‘ଓ ରାମ୍‌ଜୀ...’ ଗୀତରେ ମାଧୁରୀ ଦୀକ୍ଷିତଙ୍କ ଲୁକ୍‌ରୁ ପ୍ରେରିତ ଥିଲା ବୋଲି କହିଥିଲେ ମାହିରା ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.