ପ୍ରମୂଖ ଖବର
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମଙ୍ଗଳବାର ଠୁ ପୁରୀ ବେଳାଭୂମିରେ ଆୟୋଜିତ ହେବ ମହୋଦଧି ଦିବସ, ରୋମାଞ୍ଚକର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ

Published By : Rasmita Pradhan | December 10, 2024 8:32 AM

ପୁରୀ, ୧୦/୧୨ : ପୁରୀର ସ୍ଵର୍ଣ୍ଣାଭ ବେଳାଭୂମିରେ ମଙ୍ଗଳବାର ଠାରୁ ଆସନ୍ତା ୧୨ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ମହୋଦଧି ଦିବସ। ପୁରୀକୁ ଆସୁଥିବା ପର୍ଯ୍ୟଟକ ଏକ ରୋମାଞ୍ଚକର ନୂଆ ଅନୁଭୂତି ପାଇବେ। ଏହି ଅବସରରେ ତିନିଦିନ ଧରି ପୁରୀ ବିଚ୍‌ରେ ଆନ୍ତର୍ଜାତୀୟ ସାମୁଦ୍ରିକ ଜଳକ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୦ଟି ଦେଶରୁ ୩୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସହିତ ଦେଶ ବିଦେଶରୁ ବହୁ ଆନ୍ତର୍ଜାତୀୟ ଖେଳାଳି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। 

ଏହି ଅବସରରେ ପୁରୀ ସମୁଦ୍ରରେ ରୋମାଞ୍ଚକର ସାମୁଦ୍ରିକ ଜଳକ୍ରୀଡା ଦେଖିବାକୁ ମିଳିବ। ମୁଖ୍ୟତଃ ପୁରୀରେ ବିଚ୍ ସ୍ପୋର୍ଟସ‌୍ ଟୁରିଜିମ୍‌କୁ ଲୋକପ୍ରିୟ କରାଇବା ପାଇଁ ଦି ବେଲ୍ ପକ୍ଷରୁ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଉଛି।‌ କେବଳ ସେତିକି ନୁହେଁ ବିଚ୍ ଓ୍ବାଟର ସ୍ପୋର୍ଟସ୍ ପ୍ରତିଯୋଗିତା ସହିତ ଫୁଡ୍ କୋର୍ଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟ ଆକର୍ଷଣ ଇଣ୍ଡୋ-ଶ୍ରୀଲଙ୍କା ଲାଇଫ୍ ସେଭିଂ ସ୍ପୋର୍ଟସ ଚାମ୍ପିଅନସିପ୍ ରହିଛି। 

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.