ପଶ୍ଚିମ ପଞ୍ଜାବର ଗାହ୍‌ (ଏବେ ପାକିସ୍ତାନର ଅଂଶ)ରେ ୧୯୩୨ ସେପ୍ଟେମ୍ବର ୨୬ରେ ମନମୋହନ ସିଂଙ୍କ ଜନ୍ମ । ୧୯୪୭ରେ ଭାରତର ବିଭାଜନ ପରେ ତାଙ୍କ ପରିବାର ଭାରତର ହଲ୍‌ନ୍ୱାନିକୁ ପଳାଇ ଆସିଥିଲେ । ପିଲାବେଳୁ ତାଙ୍କ ମା’ଙ୍କ ପରଲୋକ ହୋଇଥିଲା । ଉର୍ଦ୍ଦୁ ମିଡିୟମ ସ୍କୁଲରୁ ସେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ । ଇକୋନୋମିକ୍ସରେ ୧୯୫୨ରେ ସେ ସ୍ନାତକ ଏବଂ ୧୯୫୪ରେ ସ୍ନାତକୋତ୍ତର ହାସଲ କରିଥିଲେ । ଅକ୍ସଫୋର୍ଡ ୟୁନିଭର୍ସିଟିରୁ ସେ ଅର୍ଥଶାସ୍ତ୍ରରେ ଡକ୍ଟରେଟ୍‌ ହାସଲ କରିଥିଲେ ।

୧୯୫୭ରୁ ୧୯୬୫: ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ 

୧୯୬୬ରୁ ୧୯୬୯: ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ୟୁଏନ୍‌ସିଟିଏଡି) ପାଇଁ କାର୍ଯ୍ୟ କରିଥିଲେ 

୧୯୬୯ରୁ ୧୯୭୧: ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ଅନ୍ତର୍ଜାତୀୟ ବ୍ୟାପାର ପ୍ରଫେସର 

୧୯୭୬: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରଫେସର 

୧୯୮୨ରୁ ୧୯୮୫: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର 

୧୯୮୫ରୁ ୧୯୮୭: ଯୋଜନା ଆୟୋଗର ଉପାଧ୍ୟକ୍ଷ 

୧୯୯୦ରୁ ୧୯୯୧: ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା 

୧୯୯୧: କେନ୍ଦ୍ରରେ ନରସିହ୍ମା ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ 

୧୯୯୧: ପ୍ରଥମ କରି ଆସାମରୁ ରାଜ୍ୟସଭାର ସାଂସଦ 

୧୯୯୬: ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ଅବୈତନିକ ପ୍ରଫେସର 

୧୯୯୯: ଦକ୍ଷିଣ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ି ପରାଜିତ 

୨୦୦୧: ତୃତୀୟ ଥର ରାଜ୍ୟସଭା ସାଂସଦ, କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା 

୨୦୦୪ରୁ ୨୦୧୪: ଭାରତର ପ୍ରଧାନମନ୍ତ୍ରୀ 

୨୦୧୯ରୁ ୨୦୨୪: ଷଷ୍ଠ ଥର ପାଇଁ ରାଜ୍ୟସଭା ସାଂସଦ