ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାସିକ ଦୁର୍ଗାଷ୍ଟମୀ ଏଭଳି କରନ୍ତୁ ପାଳନ, ଜାଣନ୍ତୁ ପୂଜା ବିଧି ଓ ସମୟ

Published By : Anindita Ratha | March 7, 2025 11:55 AM

ହିନ୍ଦୁ ଧର୍ମରେ ମାସିକ ଦୁର୍ଗାଷ୍ଟମୀ  ପ୍ରତି ମାସ ଶୁକ୍ଳପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏହି ଦିନକୁ  ବେଶ୍ ଉତ୍ସାହର ସହ ପାଳନ କରାଯାଏ । ଏହି ଦିନ ଦେବୀ ଦୁର୍ଗାଙ୍କ ପାଇଁ ସମର୍ପିତ  ।  ଦୁର୍ଗାଷ୍ଟମୀ ଦିନ ଦେବୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ବ୍ରତ ଓ ପୂଜା କରିବା ଦ୍ବାରା ମାଆ ଦୁର୍ଗାଙ୍କ ଆଶୀର୍ବାଦ ମିଳିଥାଏ । ବିଶ୍ବାସ ରହିଛି ଯେ, ମାସିକ ଦୁର୍ଗାଷ୍ଟମୀ ବ୍ରତ ରଖିବା ଦ୍ବାରା ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବା ସହ ସମସ୍ତ ମନଃସ୍କାମନା ପୂରଣ ହୋଇଥାଏ। ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଚଳିତ ମାସରେ ଆଜି ଅର୍ଥାତ ଶୁ୍କ୍ରବାରଠୁ ଆରମ୍ଭ ହୋଇ ଗତକାଲି ଶେଷ ହେବ । 

ମାସିକ ଦୁର୍ଗାଷ୍ଟମୀ ବ୍ରତ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ସଫା ବସ୍ତ୍ର ପିନ୍ଧନ୍ତୁ । ଘରର ମନ୍ଦିରରେ ମାଆ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏହାପରେ ମାଆ ଦୁର୍ଗାଙ୍କୁ ଫୁଲ,ଫଳ , ମିଠା ଭୋଗ ଲଗାନ୍ତୁ । ଏହାପରେ ବ୍ରତ ଭାଙ୍ଗିପାରିବେ । ବ୍ରତ ଭାଙ୍ଗିବା ସମୟରେ ଆପଣ ଫଳ, ଫୁଲ, କ୍ଷୀର , ଦହି କିମ୍ବା ଯେ କୌଣସି ସ୍ବାତ୍ତ୍ବିକ ଖାଦ୍ୟ ଖାଇପାରିବେ । ବ୍ରତ ଭାଙ୍ଗିବା ସମୟରେ ଗରିବଙ୍କୁ ଦାନ କରନ୍ତୁ । 

ଏହା ମଧ୍ୟ ପଢନ୍ତୁ- ଏହି ଦିନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ସାବଧାନ ରହୁନ୍ତୁ ୩ ରାଶିର ବ୍ୟକ୍ତି ବିଶେଷ

ମାନ୍ୟତା ରହିଛି ଯେ, ମାସିକ ଦୁର୍ଗାଷ୍ଟମୀ ବ୍ରତକୁ ସଠିକ ଭାବେ ପାଲନ କରିବା ଦ୍ବାରା ମାଆ ଦୁର୍ଗାଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହା ସହିତ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଘରରୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ। ମାସିକ ଦୁର୍ଗାଷ୍ଟମୀ ବ୍ରତ ପାଳନ କରିବା ସମୟରେ ମନକୁ ଶାନ୍ତି ରଖି ମାଆ ଦୁର୍ଗାଙ୍କ ଧ୍ୟାନ କରିବା ଉଚିତ୍ । ଏହି ବ୍ରତପାଳନ କରିବା ପରେ ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.