ବାଲେଶ୍ଵର,୩/୪: ବାଲେଶ୍ୱର ଡ୍ରେନ୍ ଭିତରେ ଭୟଙ୍କର ବିସ୍ପୋରଣ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ବିସ୍ପୋରଣର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ବାଲେଶ୍ଵର ମୁନିସିପାଲିଟି ପୋଢ଼ୁଆପଦା ପ୍ରଗତିନଗର କଲୋନୀରେ ମୁନିସପାଲଟି ଡ୍ରେନ୍ ଭିତରେ ଏକ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ୬ ଫୁଟ୍ ଉପରକୁ ନିଆଁ ଉଠିଥିଲା । ଶହେ ମିଟର ପର୍ଯ୍ୟନ୍ତ ଡ୍ରେନ୍ କାନ୍ଥ ଫାଟିବା ସହ ସିମେଣ୍ଟ ଚେୟାର ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଦୁଇ ତିନିଟି ସ୍ଥାନରେ ପାଣି ପାଇପ୍ ମଧ୍ୟ ଜଳିଯାଇଛି ।
ଏହା ବି ପଢ଼ନ୍ତୁ... ଖୁବ୍ଶୀଘ୍ର ପିପିଲି ସହରାଞ୍ଚଳରେ ପିଏନ୍ଜି ଯୋଗଣା, ଭିତ୍ତିଭୂମି ନିର୍ମାଣ ପ୍ରସ୍ତୁତ, ୧୨୫ ହୋଟେଲ ପାଇବେ ସୁବିଧା
ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା । ସୂଚନାନୁସାରେ, ଡ୍ରେନ୍ ଉପରେ କାଠ ଚୁଲିରେ ରୋଷେଇ ହେଉଥିବା ଦେଖିବାକୁ ମିଳିଥିବା ବେଳେ ବିସ୍ପୋରଣ କେମିତି ଘଟିଲା ତା’ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅନ୍ୟ ପକ୍ଷରେ ନିକଟରେ ଥିବା ବିଜ୍ଞାନ ଗୃହରୁ ରାସାୟନିକ ପଦାର୍ଥର ପାଣି ଡ୍ରେ ପ୍ରବାହିତ ଯୋଗୁଁ ଏଭଳି ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ଆଶଙ୍କା କରାଯାଇଛି ।