ଭୁବନେଶ୍ଵର, ୨୧/୦୩ : ଭୁବନେଶ୍ଵର ଘାଟିକିଆରେ ଥିବା ଏକ ଗ୍ୟାସ୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାସ୍ ଫିଲିଂ ବେଳେ ଫାଟିଲା ସିଲିଣ୍ଡର। ଚାରିଆଡ଼େ ବ୍ୟାପିଗଲା ନିଆଁ। ଦେଖୁ ଦେଖୁ ଫାଟିଗଲା ପାଖାପାଖି ଥିବା ୧୭ ଗ୍ୟାସ୍ ଟାଙ୍କି। ଅଳ୍ପକେ ବର୍ତ୍ତିଲେ ୨ ବ୍ୟବସାୟୀ।
ସୂଚନାନୁଯାୟୀ, ଶନିବାର ଭୁବନେଶ୍ଵର ଘାଟିକିଆରେ ଥିବା ଏକ ଗ୍ୟାସ୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ପ୍ରାୟ ୧୭ଟି ଗ୍ୟାସ୍ ସିଲିଣ୍ଡର ଢୋ ଢା ହୋଇ ଫାଟି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ନିଆଁ ଲିଭାରେ ୨ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି। ସିଲିଣ୍ଡର ରଖାଯାଇଥିବା ଘର ଭିତରୁ ୨ ଜଣ ଦୋକାନୀ ଆହତ ଅବସ୍ଥାରେ ବାହାରି ଏକ ଅଟୋରେ ପଳାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଗ୍ୟାସ୍ ଟାଙ୍କି ଫାଟିବା ଶବ୍ଦରେ ଆଖପାଖ ଲୋକ ଭୟଭୀତ ହୋଇଥିଲେ। ଜଳନ୍ତା ସିଲିଣ୍ଡର ସବୁ ଏକ କିମି ଦୂର ଯାଏଁ ଛିଟି ପଡୁଥିଲା। ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକ ଭୟରେ ଦୌଡ଼ିଥିଲେ। ଅଗ୍ନିଶମ ବାହିନୀ ତ୍ଵରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଆଁକୁ ଆୟତ୍ତ କରିଥିଲା।
ଏହି ଖବରଟିକୁ ପଢନ୍ତୁ- ପ୍ରତାପ ଜେନାଙ୍କୁ ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ କାଉଣ୍ଟର, 'ବିଧାୟକ ନଥାଇ ମାଡ଼ି ବସିଛନ୍ତି ସରକାରୀ କ୍ଵାର୍ଟର୍ସ'