ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀ ସମୟରେ ସିଗାରେଟ ଛାଡ଼ିଥିବା କଥା କହିଥିଲେ ଜର୍ଜିଆର ପ୍ରଧାନମନ୍ତ୍ରୀ ମେଲୋନି । ସେ ମାସେ ହେବ ସିଗାରେଟ ଟାଣୁନଥିବା ସମ୍ପର୍କରେ କହିଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ସୋସିଆଲ ମିଡିଆରେ ହୋଇଥିଲା । ତେବେ ଏକ ସର୍ଭେରୁ ଜଣାପଡ଼ିଛି କି, ଧିରେ ଧିରେ ଭାରତରେ ସିଗାରେଟ ଏବଂ ଗୁଟଖା ଖାଇବା ହ୍ରାସ ପାଇଛି । ତଥାପି ଏବେ ମଧ୍ୟ ଅନେକ ଦେଶ ରହିଛି, ଯେଉଁଠାରେ ମହିଳାମାନେ ଅଧିକ ପରିମାଣର ସିଗାରେଟ୍ ଟାଣନ୍ତି । ୟୁରୋପାରେ ମହିଳାମାନେ ଅଧିକ ସିଗାରେଟ ଟାଣୁଥିବା ଜଣାପଡ଼ିଛି । ଏଠାରେ ଧୁମ୍ରପାନ ହାର ୧୭.୩ ପ୍ରତିଶତ । ୪୦ ପ୍ରତିଶତ ମହିଳା ସିଗାରେଟ୍ ଟାଣୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଅନ୍ୟ କେଉଁ ଦେଶରେ କେତେ ପ୍ରତିଶତ ମହିଳା ଟାଣନ୍ତି ସିଗାରେଟ୍

ବୁଲଗେରିଆ : ଏଠାରେ ଯଦିଓ ୟୁରୋପଠାରୁ କମ୍ ଲୋକ ସିଗାରେଟ୍ ଟାଣନ୍ତି ତଥାପି ବୁଲଗେରିଆରେ ୩୭ ପ୍ରତିଶତ ଲୋକ ସିଗାରେଟ୍ ଟାଣନ୍ତି । ଯେଉଁଥିରେ ମହିଳାଙ୍କ ସଂଖ୍ୟା ମଧ୍ୟ ଢ଼େର ଅଧିକ ରହିଛି । କିନ୍ତୁ ଏବେ ଧିରେ ଧିରେ ଏହା ହ୍ରାସ ପାଇବାରେ ଲାଗିଛି ।

ସର୍ବିଆ: ଏଠାରେ ମଧ୍ୟ ଧୁମ୍ରପାନ କରୁଥିବା ଲୋକ ଅଧିକ ରହିଛନ୍ତି । ଦେଶର ସିଗାରେଟ ଟାଣୁଥିବା ପ୍ରତିଶତ ରହିଛି ୩୧.୫% । ଯେଉଁଥିରେ କେବଳ ମହିଳାଙ୍କ ସଂଖ୍ୟା ରହିଛି ୧୭.୨ % । ଏଠାରେ ସିଗାରେଟ୍ ଟାଣିବା ଉପରେ କୌଣସି ସାମାଜିକ ପ୍ରତିବନ୍ଧକ ନାହିଁ । ଏହାସହ ତମାଖୁ ନିୟନ୍ତ୍ରଣ ଆଇନ ମଧ୍ୟ ଦୁର୍ବଳ ରହିଛି ।

ଗ୍ରୀସ: ଏଠାରେ ପ୍ରାୟ ୩୨ ପ୍ରତିଶତ ଲୋକ ଧୁମ୍ରପାନ କରନ୍ତି । ଡବ୍ଲୁଏଚଓର ରିପୋର୍ଟ ଅନୁଯାୟୀ, ଏଠାରେ ୧୩ରୁ ୧୫ ବର୍ଷୀୟ ଝିଅମାନେ ଅଧିକ ପରିମାଣର ଇ-ସିଗାରେଟ୍ ବ୍ୟବହାର କରନ୍ତି । ଯାହାକି ସାରା ବିଶ୍ବରେ ସର୍ବାଧିକ । ପାଖାପାଖି ୧୪.୩ ପ୍ରତିଶତ ଝିଅ ଇ-ସିଗାରେଟ୍ ଟାଣନ୍ତି ।

ଭାରତର ପରିସ୍ଥିତି କ’ଣ ?

ଭାରତରେ ଧୁମ୍ରପାନ ସମ୍ପର୍କରେ ଯଦି କହିବା ତାହେଲେ ଦେଶରେ ଏବେ ୨୮.୬% ରହିଛି । ଯେଉଁଥିରେ ୨୯ ଶତକଡ଼ା ଲୋକ ତମାଖୁ ବ୍ୟବହାର କରୁଥିବା ଆକଳନ କରାଯାଉଛି ।  ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେ (GATS) ଅନୁଯାୟୀ, ୪୨% ପୁରୁଷ ତମାଖୁ ସେବନ କରନ୍ତି, ଯେତେବେଳେ ୧୪% ମହିଳା ତମାଖୁ ସେବନ କରନ୍ତି । ୨୦୨୪ ମସିହାରେ, ଭାରତରେ ହାର ୯.୩% ଥିଲା, ଯେଉଁଥିରେ ୧୬.୭% ପୁରୁଷ ଏବଂ ୧.୪% ମହିଳା ଥିଲେ। ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ ଖଇନି, ଗୁଟଖା, ଜର୍ଦା ଏବଂ ବିଡ଼ି ଭଳି ଧୁମ୍ରପାନ ବିହୀନ ତମାଖୁ ସିଗାରେଟ୍ ଅପେକ୍ଷା ଅଧିକ ବ୍ୟବହୃତ ହୁଏ। ଭାରତରେ ବିଶ୍ୱର ପ୍ରାୟ ୭୦% ଧୂମପାନ ବିହୀନ ତମାଖୁ ଗ୍ରାହକ ବାସ କରନ୍ତି ।

ବିଶେଷ ସୂଚନା: ଆମେ କୌଣସି ଧୁମ୍ରପାନକୁ ପ୍ରୋତ୍ସାହନ ଦେଉନାହୁଁ । କେବଳ ଖବର ପରିବେଷଣ କରୁଛୁ ।