ସିଂହପୁର,୨୪/୦୨: ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏହାର ପ୍ରତିବାଦ କରି ସମବାୟ ସମିତି କାର୍ଯ୍ୟଳୟ ସମ୍ମୁଖରେ ବିଜେଡ଼ି ଦଳ ଓ ଚାଷୀମାନଙ୍କ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଦେଇଛନ୍ତି ଚେତାବନୀ।
ଆହୁରି ପଢନ୍ତୁ-ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବୁଲିଲା ବୁଲ୍ଡୋଜର, ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ
ଚଳିତ ବର୍ଷ ଧାନ ମଣ୍ଡିରେ ଆରମ୍ଭରୁ ଅବ୍ୟବସ୍ଥା ଲାଗି ରହିଛି । ଚାଷୀ ସମିତି ସମ୍ମୁଖରେ ଧାନ ରଖି ରାତି ଦିନ ଉଜାଗର ହେଉଛନ୍ତି । କଟନି ଛଟନି ଜାରି ରହିଛି । ଝୋଟ ଅଖା ପାଇଁ ସମସ୍ୟା ହେଉଛି । ମିଲରଙ୍କ ମନମାନି ସହିତ ବିଭିନ୍ନ ଅନିୟମିତତାର ପ୍ରତିବାଦରେ ଆଜି ଜରି ବିଜେଡ଼ି ଓ ବହୁ ଚାଷୀମାନେ ଜରି ପଂଚାୟତ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରା ବାହାରି ସ୍ଲୋଗାନ ଦେଇ ଜରି ସମବାୟ ସମିତି କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଧାରଣାରେ ସରପଞ୍ଚ ନନ୍ଦ କିଶୋର ମଲ୍ଲିକ , ବିଂଝାରପୁର ଯୁବ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର ରାଉଳ, ପ୍ରଦ୍ୟୁମ୍ନ ପାତ୍ର , ସୁବ୍ରତ କୁମାର ସାମଲ , ମନୋଜ କୁମାର ସାମଲ, ଉମେଶ ଚନ୍ଦ୍ର ଦାସ , ସମିତି ସଭ୍ୟ ଅନସୂୟା ମଲ୍ଲିକଙ୍କ ସମେତ ବହୁ ଚାଷୀ ହରତାଳ ଓ ଗଣଧାରଣାରେ ସାମିଲ ହୋଇଥିଲେ ।