ନୂଆଦିଲ୍ଲୀ: ଆଜିକାଲି ମ୍ୟାଟ୍ରିମନିଆଲ ସାଇଟରୁ ଅନେକ ଲୋକ ନିଜର ଜୀବନସାଥୀଙ୍କୁ ଖୋଜୁଛନ୍ତି । ଅନେକଙ୍କ ବିବାହ ମଧ୍ୟ ଏହାଦ୍ବାରା ସମ୍ଭବ ହୋଇପାରିଛି । ତଥାପି ଜଣେ ୩୧ ବର୍ଷୀୟ ମହିଳା ଏହି ସାଇଟରୁ କଥା ହୋଇ ଫଶିଛନ୍ତି । ଦୁଷ୍କର୍ମର ଶିକାର ହୋଇଛନ୍ତି ଏବଂ ୧୫ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି । ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ରାଘବେନ୍ଦ୍ରଙ୍କୁ ଗିରଫ କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

କହି ରଖୁଛୁ କି, ୩୧ ବର୍ଷୀୟ ମହିଳା ଜଣକ ରାଘବେନ୍ଦ୍ରଙ୍କ ସହ ମ୍ୟାଟ୍ରିମୋନିଆଲ୍ ସାଇଟରୁ ସମ୍ପର୍କ ଆରମ୍ଭ କରିଥିଲେ । ରାଘବେନ୍ଦ୍ର ସ୍ତ୍ରୀଙ୍କ ଛାଡ଼ପତ୍ର ଦେଇଥିବା କହିଥିଲେ । ମହିଳା ଜଣକ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବାବେଳେ ସେ ରାଜି ହୋଇଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘଦିନ ଧରି ରହିଥିଲା । ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ ରାଘବେନ୍ଦ୍ର । ଧନୀ ଘରର ମହିଳା ହୋଇଥିବାବେଳେ ତାଙ୍କର ଫାଇଦା ଉଠାଇବା ଆରମ୍ଭ କରିଥିଲେ ରାଘବେନ୍ଦ୍ର । ମୋର ଦେହ ଖରାପ, ମୁଁ ବ୍ୟବସାୟ କରିବି ଏମିତି ବାହାନା କରି ଟଙ୍କା ନେବା ଆରମ୍ଭ କରିଥିଲେ । ଲଗାତାର ଏଭଳି କରିଥିବାବେଳେ ମହିଳାଙ୍କ ମନରେ ସନ୍ଦେହ ହୋଇଥିଲା ।

ପାଖାପାଖି ୧୫ ଲକ୍ଷ ଟଙ୍କା ବିଭିନ୍ନ ବାହାନାରେ ନେଇଯାଇଥିଲେ । ସବୁବେଳେ କେବଳ ଟଙ୍କା ମାଗୁଥିବାବେଳେ ତାଙ୍କର ସନ୍ଦେହ ହୋଇଥିଲା । ଯାହାକୁ ନେଇ ସେ ତର୍ଜମା ଆରମ୍ଭ କରିଥିଲେ । ଆଉ ଜାଣିବାକୁ ପାଇଥିଲେ କି, ସ୍ତ୍ରୀ ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇଥିଲେ । ତାଙ୍କ ସ୍ତ୍ରୀ ଥିବାବେଳେ ମିଛ କହି ଶାରୀରିକ ସମ୍ପର୍କ ରଖିଥିଲେ । ଶେଷରେ ସତ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ରାଘବେନ୍ଦ୍ରକୁ ଗିରଫ କରିଛି । ତେବେ ପୂର୍ବରୁ ଏଭଳି କାହାକୁ ଫସାଇଛି କି ନାହିଁ ପୁଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢ଼ନ୍ତୁ : Railway Retirement Ceremony: ଲୋକୋ ପାଇଲଟଙ୍କ ଅବସର ଦିନ ସଜା ହୁଏ ଟ୍ରେନ୍