ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ନରୱେ ହେଉଛି ତାଙ୍କ ଯାତ୍ରାର ଚତୁର୍ଥ ରହଣି। ପୂର୍ବରୁ ସେ ୟୁଏଇ, ନେଦରଲ୍ୟାଣ୍ଡସ୍ ଏବଂ ସ୍ୱିଡେନ ଗସ୍ତ କରିଛନ୍ତି। ନରୱେ ପରେ ସେ ଇଟାଲୀ ଯାତ୍ରା କରିବେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତ ସମୟରେ, ନରୱେରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉତ୍ତରକୁ ନେଇ ବିବାଦ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ବିବୃତ୍ତି ଦେଇଥିଲେ, କିନ୍ତୁ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ନଥିଲେ। ଏହା ପରେ, ବୈଦେଶିକ ମନ୍ତ୍ରଣାଳୟର ଏକ ସାମ୍ବାଦିକ ସମ୍ମିଳନୀରେ, ଜଣେ ନରୱେ ସାମ୍ବାଦିକା ଭାରତରେ ମାନବାଧିକାର ଏବଂ ପ୍ରେସ୍ ସ୍ୱାଧୀନତା ବିଷୟରେ ପ୍ରଶ୍ନ ଉଠାଇଥିଲେ, ଯାହାର କଡ଼ା ପ୍ରତିକ୍ରିୟା ବୈଦେଶିକ ମନ୍ତ୍ରଣାଳୟର ପଶ୍ଚିମ ବ୍ୟାପାର ସଚିବ ସିବି ଜର୍ଜଙ୍କ କଡା ଜବାବ ଦେଇଛନ୍ତି।
ନରୱେର ସାମ୍ବାଦିକ ହେଲେ ଲିଙ୍ଗ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ବିବୃତ୍ତି ପରେ ଚାଲିଯାଉଥିବାର ଦେଖାଯାଉଛି। ଭିଡିଓରେ ଜଣେ ମହିଳାଙ୍କ ସ୍ୱର ଶୁଣାଯାଉଛି, ଯିଏ ପଚାରୁଛନ୍ତି ଯେ ବିଶ୍ୱର ସବୁଠାରୁ ମୁକ୍ତ ପ୍ରେସର ପ୍ରଶ୍ନର ଉତ୍ତର କାହିଁକି ଦିଆଯାଉନାହିଁ। ତାଙ୍କ ବାର୍ତ୍ତାରେ, ସାମ୍ବାଦିକା ଉଲ୍ଲେଖ କରିଛନ୍ତି ଯେ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ନରୱେ ପ୍ରଥମ ସ୍ଥାନରେ ଅଛି,କିନ୍ତୁ ଭାରତ ୧୫୭ତମ ସ୍ଥାନରେ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କୁ ପ୍ରଶ୍ନ କରିବା ସାମ୍ବାଦିକମାନଙ୍କର କାମ। ଏହି ଘଟଣା ପରେ, ସେହି ସାମ୍ବାଦିକା ଜଣକ ପୁଣି ଥରେ ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ସେ ସିବି ଜର୍ଜଙ୍କୁ ପଚାରିଥିଲେ ଯେ ବିଶ୍ୱ କାହିଁକି ଭାରତ ଉପରେ ବିଶ୍ୱାସ କରିବା ଉଚିତ ଏବଂ ଭାରତରେ ମାନବାଧିକାର ଉଲ୍ଲଂଘନ ଶେଷ ହେବ କି? ସେ ଏହା ମଧ୍ୟ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଗଣମାଧ୍ୟମର କଠିନ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିବେ କି?
#WATCH | Oslo, Norway | MEA Secretary (West) Sibi George responds to question by reporters from Norway - "Why should we trust you?" " Will the PM take critical questions from the Indian Press?" pic.twitter.com/iaEGIlVG08
— ANI (@ANI) May 18, 2026
ପ୍ରଶ୍ନର ଉତ୍ତର ଦେଇ ସିବି ଜର୍ଜ କହିଥିଲେ ଯେ ଭାରତ କେବଳ ଏକ ଦେଶ ନୁହେଁ, ବରଂ ପାଞ୍ଚ ହଜାର ବର୍ଷର ସଭ୍ୟତା। ଏଭଳି ଏକ ଦେଶ ଏହାର ଜନସଂଖ୍ୟା, ସରକାର, ସାର୍ବଭୌମତ୍ୱ ଏବଂ କ୍ଷେତ୍ର ଦ୍ୱାରା ପରିଭାଷିତ ହୁଏ ଏବଂ ଭାରତ ଏହି ସମସ୍ତ ମୂଲ୍ୟବୋଧ ସହିତ ବିଶ୍ୱରେ ଦୃଢ଼ ଭାବରେ ଛିଡ଼ା ହୋଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ବିଶ୍ୱକୁ ବହୁତ କିଛି ଦେଇଛି ଏବଂ କୋଭିଡ-୧୯ ମହାମାରୀ ସମୟରେ, ଭାରତ ନିଜକୁ ବିଶ୍ୱଠାରୁ ଅଲଗା କରିନାହିଁ ବରଂ ଆବଶ୍ୟକ ଦେଶଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି। ଏହି ଆତ୍ମବିଶ୍ୱାସ ବିଶ୍ୱକୁ ଭାରତରେ ବିଶ୍ୱାସ ପ୍ରଦାନ କରେ। ସାମ୍ବାଦିକ ଜଣକ ଯେତେବେଳେ ମଝିରେ ପ୍ରଶ୍ନ ପଚାରିଥିଲେ, ସିବି ଜର୍ଜ ରାଗି ଯାଇଥିଲେ। ସେ କହିଥିଲେ ‘ଦୟାକରି ମୁଁ କହିବା ବେଳେ ମଝିରେ ବାଧା ଦିଅନ୍ତୁ ନାହିଁ। ଆପଣ ପ୍ରଶ୍ନ ପଚାରିଛନ୍ତି, ମୁଁ ଏହାର ଉତ୍ତର ଦେବାକୁ ଚାହେଁ।‘ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଉତ୍ତର କିପରି ଦିଆଯିବ ତାହା ନିର୍ଦ୍ଦେଶ ଦେଇପାରିବେ ନାହିଁ। ମୋ ନିଜସ୍ୱ ଉପାୟରେ ଉତ୍ତର ଦେବା ମୋର ଅଧିକାର।’
ସିବି ଜର୍ଜ କହିଥିଲେ ଯେ ଭାରତରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ଷଷ୍ଠାଂଶ ଲୋକ ଅଛନ୍ତି, କିନ୍ତୁ ବିଶ୍ୱର ଏକ ଷଷ୍ଠାଂଶ ସମସ୍ୟା ନାହିଁ। ସେ କହିଥିଲେ ଯେ ଭାରତୀୟ ସମ୍ବିଧାନ ଏହାର ଲୋକଙ୍କୁ ମୌଳିକ ଅଧିକାର ସୁନିଶ୍ଚିତ କରେ ଏବଂ ଦେଶର ମହିଳାମାନଙ୍କର ସମାନ ଅଧିକାର ଅଛି। ଭାରତ ୧୯୪୭ ମସିହାରେ ସ୍ୱାଧୀନତା ପରେ ମହିଳାମାନଙ୍କୁ ମତଦାନ କରିବାର ଅଧିକାର ଦେଇଥିଲା, ଅନେକ ଦେଶରେ ମହିଳାମାନେ ଦଶନ୍ଧି ପରେ ଏହି ଅଧିକାର ପାଇଥିଲେ। ଆମେ ସମାନତାରେ ବିଶ୍ୱାସ କରୁ, ଆମେ ମାନବାଧିକାରରେ ବିଶ୍ୱାସ କରୁ। ଯଦି କାହାର ଅଧିକାର ଉଲ୍ଲଂଘନ ହୁଏ, ତେବେ ସେମାନଙ୍କର କୋର୍ଟକୁ ଯିବାର ଅଧିକାର ଅଛି। ଆମେ ଆମର ଗଣତନ୍ତ୍ର ଉପରେ ଗର୍ବିତ।’
ଅନେକ ଲୋକ ଭାରତର ଗଣମାଧ୍ୟମ ବ୍ୟବସ୍ଥାର ଆକାର ନ ବୁଝି ମନ୍ତବ୍ୟ ଦିଅନ୍ତି। କେବଳ ଦିଲ୍ଲୀରେ ଶହ ଶହ ନ୍ୟୁଜ୍ ଚ୍ୟାନେଲ୍ ଅଛି ଯେଉଁମାନେ ବିଭିନ୍ନ ଭାଷାରେ ନିରନ୍ତର ଖବର ପ୍ରସାରଣ କରନ୍ତି। କିଛି ଅଣ-ସରକାରୀ ସଂଗଠନର ରିପୋର୍ଟ ପଢ଼ିବା ପରେ ଲୋକମାନେ ଭାରତକୁ ପ୍ରଶ୍ନ କରିବା ଆରମ୍ଭ କରନ୍ତି, ଯେତେବେଳେ ସେମାନଙ୍କର ଭାରତର ବାସ୍ତବିକତା ବିଷୟରେ ବୁଝିବାର ଅଭାବ ଥାଏ। ଅନ୍ୟ ଏକ ପ୍ରଶ୍ନରେ, ଜଣେ ସାମ୍ବାଦିକ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମର ପ୍ରଶ୍ନର ଉତ୍ତର କାହିଁକି ଦିଅନ୍ତି ନାହିଁ। ସିବି ଜର୍ଜ ଏହାର ଉତ୍ତର ଦେଇଥିଲେ ଯେ ଏହି ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେବା ତାଙ୍କର ଦାୟିତ୍ୱ ଏବଂ ସେ ଏହା କରିଚାଲିଛନ୍ତି।
I never thought I would have to write this, but I am not a foreign spy of any sort, sent out by any foreign government.
— Helle Lyng (@HelleLyngSvends) May 18, 2026
My work is journalism, primarily in Norway now.
ପରେ ସାମ୍ବାଦିକା ହେଲେ ଲିଙ୍ଗ ସୋସିଆଲ ମିଡିଆରେ ଆଉ ଏକ ପୋଷ୍ଟ ସେୟାର କରି କହିଥିଲେ, ସେ କୌଣସି ବିଦେଶୀ ସରକାରଙ୍କ ଗୁପ୍ତଚର ନୁହଁନ୍ତି। ସେ କେବେ କଳ୍ପନା କରିନଥିଲେ ଯେ ତାଙ୍କୁ ଏପରି ସ୍ପଷ୍ଟୀକରଣ ଦେବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନରୱେରେ ଜଣେ ସାମ୍ବାଦିକ ଭାବରେ କାମ କରନ୍ତି ଏବଂ ତାଙ୍କର ବୃତ୍ତିଗତ ଅଭ୍ୟାସର ଅଂଶ ଭାବରେ କେବଳ ପ୍ରଶ୍ନ ପଚାରିଥିଲେ।
ଆହୁରି ପଢନ୍ତୁ :ଶତ୍ରୁ ଦେଶକୁ ଆମେରିକାର ଚେତାବନୀ ! ଭାରତୀୟ ସେନା ହାତକୁ ଆସୁଛି ସୁପର ପାୱାର; ଚୀନ୍-ପାକିସ୍ତାନ ଥରହର