ପ୍ରମୂଖ ଖବର
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

କଚ୍ଛରୁ ମିଳିଲା ବିଶାଳକାୟ ବାସୁକି ସାପର ଜୀବାଶ୍ମ, ଆନାକୋଣ୍ଡା ଠାରୁ ବି ବଡ଼

Published By : Prameya | April 17, 2025 8:33 AM

ନୂଆଦିଲ୍ଲୀ,୧୭/୦୪: ଗୁଜୁରାଟର କଚ୍ଛରୁ ମିଳିଛି ଦୁନିଆର ସବୁଠୁ ବଡ଼ ସାପର ଜୀବାଶ୍ମ । ଯାହାକୁ ‘ବାସୁକି ନାଗ’ବୋଲି କୁହାଯାଉଛି । ଏହି ସାପ ଆନାକୋଣ୍ଡା ଓ ଡାଇନୋସର ଠାରୁ ମଧ୍ୟ ବଡ଼ । ଏହି  ପ୍ରଜାତିର ସାପ ୪.୭ କୋଟି ବର୍ଷ ପୂର୍ବେ ଗୁଜରାଟରେ ରହୁଥିବା ବେଳେ  କଚ୍ଛର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ଏହି ବାସୁକିର ଜୀବାଶ୍ମ ଠାବ କରିଛନ୍ତି ବୈଜ୍ଞାନିକ  । 

ଗବେଷକମାନେ ଦାବି କରିଛନ୍ତି, ଏହା ବିଶ୍ୱର ସବୁଠାରୁ ବଡ଼ ସାପ ହୋଇପାରେ। ଏହାର ଲମ୍ବ ୩୬ ରୁ ୫୦ ଫୁଟ ପର୍ଯ୍ୟନ୍ତ। ଆନୁମାନିକ ଓଜନ ପ୍ରାୟ ଏକ ମେଟ୍ରିକ୍ ଟନ୍ ଥିଲା ବୋଲି କୁହାଯାଉଛି । ଏହି ସାପ ବିଲୁପ୍ତ ହୋଇସାରିଥିବା ମ୍ୟାଡସୋଏଡା ସାପର ବଂଶଜ ବୋଲି କୁହାଯାଉଛି। କିନ୍ତୁ ବାସୁକି ଇଣ୍ଡିକସ୍‌ କେବଳ ଭାରତରେ ହିଁ ବସବାସ କରୁଥିଲେ।  ୨୦୦୫ରୁ ଏହାକୁ ଠାବ କରାଯାଇଥିବା ବେଳେ ଏବେ ଏହା ବିଷୟରେ ତଥ୍ୟ ସାର୍ବଜନୀନ କରାଯାଇଛି।ଗବେଷକମାନେ ପ୍ରାୟ ୪୭ ନିୟୁତ ବର୍ଷ ପୂର୍ବେ ଗୁଜରାଟରେ ଦେଖାଯାଉଥିବା ବିଶାଳକାୟ ସାପର ଜୀବାସ୍ମ ଠାବ କରିଛନ୍ତି। କଚ୍ଛରେ ଥିବା ପାନନ୍ଦ୍ରାଓ ଲିଗ୍ନାଇଟ୍ ଖଣିରୁ ଠାବ ହୋଇଥିବା ନମୁନାକୁ ଯାଞ୍ଚ କରାଯାଇଥିଲା। ହିନ୍ଦୁ ଦେବତା ଶିବଙ୍କ ବେକରେ ସାପ ସାଧାଣତଃ ଗୁଡ଼ାଇ ହୋଇ ରହିଥାଆନ୍ତି। ତେଣୁ ଏହି ନୂତନ ପ୍ରଜାତିର ନାମ ବାସୁକି ଇଣ୍ଡିକସ୍ ରଖାଯାଇଛି। ବାସୁକି ଇଣ୍ଡିକସର ଶରୀର ସିଲିଣ୍ଡର ପରି।  ବାସୁକି ଇଣ୍ଡିକସ ବିଶାଳକାୟ ହୋଇଥିବାରୁ ଶିକାର କଲାବେଳେ ଏହା ଆନାକୋଣ୍ଡା ପରି ଅତ୍ୟନ୍ତ ମନ୍ଥର ବେଗରେ ଆଗକୁ ବଢ଼େ। 

 ତେବେ ପୂର୍ବରୁ ଖୋଜାଯାଇଥିବା ଟିଟାନୋବୋଆ ସାପର ଜୀବାଶ୍ମ ଠାରୁ ବି ଏହି ଜୀବାଶ୍ମ ବଡ଼ ବୋଲି ଜଣା ପଡ଼ିଛି ।ବାସୁକୀ ନାମରେ ମିଳିଥିବା ଏହି ଜୀବାଶ୍ମ, ମ୍ୟାଡଟସୋଇଡ ନାମକ ଏକ ସାପ ସହ ଜଡ଼ିତ, ଯାହା ପ୍ରଥମେ ୬.୭ ରୁ ୧୦ କୋଟି ବର୍ଷ ପୂର୍ବେ ଦକ୍ଷିଣ ଆମେରିକା, ଆଫ୍ରିକା, ଭାରତ ଏବଂ ଦକ୍ଷିଣ ୟୁରୋପରେ ରହୁଥିଲା । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଏହି ସାପର ଶରୀର ବହୁତ ଚଉଡ଼ା ଥିଲା । ଏହା ଅଧିକାଂଶ ସମୟରେ ସ୍ଥଳଭାଗରେ ହିଁ ରହୁଥିଲା । ପାଖାପାଖି ୨୮ ଡି଼ଗ୍ରୀ ସେଲସିୟସରେ ଏହି ସାପ ଆରାମରେ ବସବାସ କରି ପାରୁଥିଲା ।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.