ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁଣି ୧୫ ବିମାନକୁ ବୋମା ଧମକ; ଯାତ୍ରୀ ଆତଙ୍କିତ, ମୁକାବିଲା ଲାଗି ପଦକ୍ଷେପ

Published By : Anindita Ratha | October 18, 2024 8:50 AM

ନୂଆଦିଲ୍ଲୀ,୧୮/୧୦: ଗତ ୪ ଦିନ ହେଲା ଭାରତର ବିଭିନ୍ନ ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିବାରେ ଲାଗିଛି। ଆଜି ୧୫ ବିମାନକୁ ବୋମା ଧମକ ମିଳିଛି । ସେଥିରେ ଏୟାର ଇଣ୍ଡିଆର ୫ଟି ବିମାନ ରହିଛି । ସେଗୁଡିକ ହେଲା ମୁମ୍ବାଇଲଣ୍ଡନ (ଏଆଇ-୧୨୯), ଦିଲ୍ଲୀ-ନ୍ୟୁୟର୍କ ଜେଏଫକେ (ଏଆଇ-୧୧୯), ଚେନ୍ନାଇସିଙ୍ଗାପୁର ବିମାନ ଏବଂ ୨ଟି ଘରୋଇ ବିମାନ ରହିଛି । ସେହିଭଳି ଭିସ୍ତାରା ଓ ଇଣ୍ଡିଗୋର ୨ଟି ଲେଖାଏ ବିମାନକୁ ମଧ୍ୟ ବୋମା ଧମକ ମିଳିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର ୬ଟି ବିମାନକୁ ବୋମା ଧମକ ଦିଆଯାଇଥିବା ସୂଚନା ମିଳିଛି । ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଛି । ଏହାକୁ ମିଶାଇ ଗତ ସୋମବାର ଠାରୁ ପ୍ରାୟ ୪୦ଟି ବିମାନକୁ ବୋମା ଧମକ ମିଳିସାରିଲାଣି । ନ୍ୟୁୟର୍କ ଓ ସିଙ୍ଗାପୁର ବିମାନ ବିନା ବାଧାରେ ଲ୍ୟାଣ୍ଡିଂ କରିଥିବା ବେଳେ ଲଣ୍ଡନ ବିମାନକୁ କିଛି ସମୟ ଆକାଶରେ ଚକ୍କର କାଟିବାକୁ ପଡିଥିଲା । 

ତେବେ ବ୍ରିଟେନ ସରକାରଙ୍କ ଠାରୁ ସ୍ପଷ୍ଟ ଅନୁମତି ମିଳିବା ପରେ ଏହାକୁ ହିର୍ଥୋ ବିମାନବନ୍ଦରରେ ଅବତରଣ କରାଯାଇଥିଲା । ସେହିଭଳି ଧମକ ମିଳିବା ପରେ ଫ୍ରାଙ୍କଫର୍ଟ ମୁମ୍ବାଇ ଭିସ୍ତାରା ବିମାନ ସଂଖ୍ୟା ୟୁକେ ୦୨୮କୁ ମୁମ୍ବାଇରେ ଜରୁରି ଅବତରଣ କରାଯାଇଥିଲା । ପ୍ୟାରିସ-ଦିଲ୍ଲୀ ୟୁକେ-୨୨ ବିମାନ ଦିଲ୍ଲୀରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି । ତେବେ ୟୁକେ-୦୨୮ ବିମାନକୁ ଯେତେବେଳେ ବୋମା ଧମକ ମିଳିଥିଲା ସେହି ସମୟରେ ବିମାନଟି ପାକିସ୍ତାନ ଆକାଶ ସୀମାରେ ଉଡୁଥିଲା । ବିମାନରେ ୧୪୭ ଜଣ ଯାତ୍ରୀ ଥିଲେ । ସକାଳ ୭ଟା ୪୫ରେ ମୁମ୍ବାଇରେ ସଫଳତାର ସହ ଲ୍ୟାଣ୍ଡିଂ କରିବା ପରେ ବିମାନକୁ ଆଇସୋଲସେନ ବେ’କୁ ନିଆଯାଇଥିଲା । ସେଠାରେ ସବୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ପରେ ବିମାନକୁ ଭଲ ଭାବେ ତନଖି କରାଯାଇଥିଲା । ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ୍‌ ସ୍କ୍ୱାଡ୍‌ ସାହାଯ୍ୟରେ ଯାଞ୍ଚ କରାଯାଇଥିଲା । କିନ୍ତୁ କୌଣସି ପ୍ରକାର ବୋମା ମିଳି ନଥିଲା । ସେହିଭଳି ଇସ୍ତାନବୁଲରୁ ମୁମ୍ବାଇ ଆସୁଥିବା ଏକ ଇଣ୍ଡିଗୋ ବିମାନ (୬ଇ-୧୮)କୁ ମଧ୍ୟ ବୋମା ଧମକ ମିଳିଥିବା ଜଣାପଡିଛି । 

୬ଇ-୧୮ ନାମକ ଏହି ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ତାକୁ ଆଇସୋଲେସନ ବେ’କୁ ନିଆଯାଇଥିଲା । ସେଠାରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ପରେ ବିମାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା । ହେଲେ ବୋମା ମିଳି ନଥିଲା । ଲକ୍ଷ୍ନୌରୁ ପୁନେ ଯାଉଥିବା ଇଣ୍ଡିଗୋର ଅନ୍ୟ ଏକ ବିମାନ (୬ଇ-୧୧)କୁ ଧମକ ମିଳିଥିଲେ ମଧ୍ୟ ଏହା ଗନ୍ତବ୍ୟସ୍ଥଳରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି । ଗତ ରବିବାର ଠାରୁ ବିଭିନ୍ନ ବିମାନରେ ବୋମା ଥିବା ନେଇ ଧମକ ମିଳିବାରେ ଲାଗିଛି । ସୋମବାର ୩, ମଙ୍ଗଳବାର ୮ ଓ ବୁଧବାର ୭ଟି ବିମାନକୁ ଧମକ ମିଳିଥିଲା । ଏଥିସହ ଆଉ ଏକ ବିମାନରେ ମଧ୍ୟ ବୋମା ଥିବା ନେଇ ସୋସିଆଲ ମିଡିଆରେ ଧମକ ଦିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.