ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ବାଟାଲିୟନକୁ ମଞ୍ଜୁରି,୧ ହଜାର ମହିଳାଙ୍କୁ ମିଳିବ ନିଯୁକ୍ତି

Published By : Anindita Ratha | November 13, 2024 12:16 PM

ନୂଆଦିଲ୍ଲୀ,୧୩/୧୧:  କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ବାଟାଲିୟନକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ମଞ୍ଜୁରି ଦେଇଛି । ଏହି ପ୍ରସ୍ତାବିତ ବାଟାଲିୟନ୍‌ରେ ୧ ହଜାରରୁ ଅଧିକ ମହିଳା କର୍ମୀ ରହିବେ । ସମସ୍ତ ପ୍ରକାର ସୁରକ୍ଷା ସଂକ୍ରାନ୍ତ କାର୍ଯ୍ୟରେ ଏମାନଙ୍କୁ ମୁତୟନ କରାଯିବ । ଭିଆଇପିଙ୍କ ସୁରକ୍ଷା, ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ, ଶିଳ୍ପ ସୁରକ୍ଷା ଆଦି ପାଇଁ ସେମାନଙ୍କୁ ମୁତୟନ କରାଯିବ । ସିଆଇଏସ୍‌ଏଫ୍‌ର ଉପ ମହାନିର୍ଦ୍ଦେଶକ ଦୀପକ ବର୍ମା କହିଛନ୍ତି, ମହିଳା ବାଟାଲିୟନ ଗଠନ ହେବା ଦ୍ୱାରା ଅଧିକରୁ ଅଧିକ ମହତ୍ତ୍ୱାକାଂକ୍ଷୀ ଯୁବତୀ ସିଆଇଏସ୍‌ଏଫ୍‌ରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ । ଏହାଦ୍ୱାରା ମହିଳାଙ୍କୁ ଏକ ନୂଆ ପରିଚୟ ମିଳିବ । 

ସୂଚନା ମୁତାବକ, ନୂଆ ବାଟାଲିୟନର ମୁଖ୍ୟାଳୟ ନିମନ୍ତେ ଶୀଘ୍ର ନିଯୁକ୍ତି, ପ୍ରଶିକ୍ଷଣ ଓ ସ୍ଥାନ ଚୟନ ଲାଗି ପଦକ୍ଷେପ ନିଆଯାଇଛି । ଅଧିକାଂଶ ମହିଳାଙ୍କୁ କମାଣ୍ଡୋ ତାଲିମ ଦିଆଯିବ । ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ବଳରେ କେବଳ ମହିଳାଙ୍କ ବାଟାଲିୟନ ବନାଇବା ପ୍ରସ୍ତାବ ୫୩ତମ ସିଆଇଏସ୍‌ଏଫ୍‌ ଦିବସ ସମାରୋହ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଥିଲା । ସିଆଇଏସ୍‌ଏଫ୍‌ରେ ପ୍ରାୟ ୧ ଲକ୍ଷ ୯୦ ହଜାର କର୍ମୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୭% ମହିଳା । ୧୨ ବାଟାଲିୟନ ବିଶିଷ୍ଟ ସିଆଇଏସ୍‌ଏଫ୍‌ରେ ବର୍ତ୍ତମାନ ଗୋଟିଏ ବି ମହିଳା ବାଟାଲିୟନ୍‌ ନାହିଁ । ସିଆଇଏସ୍‌ଏଫ୍‌ର ପ୍ରଥମ ମହିଳା ବାଟାଲିୟନରେ ୧,୦୨୫ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ଏମାନଙ୍କୁ କମାଣ୍ଡୋ ତାଲିମ ପ୍ରଦାନ କରାଯିବ, ଯଦ୍ଦ୍ୱାରା ଜରୁରି ସମୟରେ ମହିଳା ବାଟାଲିୟନର ଏହି କମାଣ୍ଡୋମାନେ ସୁରକ୍ଷା ଦାୟିତ୍ୱ ସମ୍ଭାଳି ପାରିବେ । ଅଧିକାରୀଙ୍କ ମୁତାବକ, ସିଆଇଏସ୍‌ଏଫ୍‌ରେ ଏବେ ବି ମହିଳା ଅଛନ୍ତି । ମହିଳା କମାଣ୍ଡୋ ଅଛନ୍ତି । କିନ୍ତୁ ସେମାନଙ୍କର ନିର୍ଦ୍ଦିଷ୍ଟ ବାଟାଲିୟନ୍‌ ନାହିଁ । ତେଣୁ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇ ମହିଳା ବାଟାଲିୟନ ଛିଡ଼ା କରାଯିବ । ଆସନ୍ତା ବର୍ଷ ସୁଦ୍ଧା ସିଆଇଏସ୍‌ଏଫ୍‌କୁ ଏହାର ପ୍ରଥମ ମହିଳା ବାଟାଲିୟନ ମିଳିବା ନେଇ ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.